ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ, ପ୍ରେମିକ ସହ ମିଶି ସ୍ବାମୀକୁ ପୋଡି ମାରିଦେଲା ସ୍ତ୍ରୀ

କଟକ ୧୯।୧୨: କଟକ ଚୌଦ୍ବାରରେ ଯୁବକଙ୍କୁ ପୋଡି ଫିଙ୍ଗି ଦେବା ଘଟଣାର ଖୁଲାସା କରିଛି ଚୌଦ୍ବାର ଥାନା ପୋଲିସ । ଘଟଣାରେ ସଂପୃକ୍ତ ଯୁବକଙ୍କ ପତ୍ନୀ ଓ ପ୍ରେମିକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ପରକୀୟା ପ୍ରୀତିରୁ ପ୍ରେମିକ ସହ ମିଶି ନିଜ ସ୍ତ୍ରୀ, ସ୍ୱାମୀକୁ ପୋଡି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ ମଙ୍ଗଳବାର କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୋଗକାରିଣୀ ସ୍ତ୍ରୀ ହିଁ ସ୍ୱାମୀର ହତ୍ୟାକାରୀ । ପରକୀୟାପ୍ରୀତିରୁ ପ୍ରେମିକ ସହ ମିଶି ସ୍ୱାମୀକୁ ପୋଡି ମାରିଦେଲା ସ୍ତ୍ରୀ । ଆଉ ଏହି ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ନିଆଳି ଗୋବିନ୍ଦପୁର ଅଞ୍ଚଳର ନିଶ୍ଚିଳ କୁମାର ମହାପାତ୍ର । ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖୁଲାସା କରିଛି ଚୌଦ୍ବାର ଥାନା ପୋଲିସ । ଗତ ୧ ତାରିଖ ଚୌଦ୍ବାର ବଦି ପଡିଆରେ ଜଣେ ଯୁବକ ନିଆଁରେ ପୋଡି ଯାଉଥିବା ନେଇ ପୋଲିସ ପାଇଥିଲା ଖବର । ଅର୍ଦ୍ଧ ଦଗ୍ଧ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସିସିବି ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ । କିନ୍ତୁ ୨ ତାରିଖ ଦିନ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ମୃତ୍ୟୁ ପୂର୍ବରୁ ନିଶ୍ଚିଳଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ସ୍ୱାମୀ ନିଶ୍ଟିଳଙ୍କୁ କେହି ପୋଡି ମାରିଦେବା ନେଇ ଗତ ୬ ତାରିଖରେ ଚୌଦ୍ବାର ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ସୁହାସିନୀ ମହାପାତ୍ର । ତେବେ ପୋଲିସ ଅଭିଯୋଗକୁ ନେଇ

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ, ପ୍ରେମିକ ସହ ମିଶି ସ୍ବାମୀକୁ ପୋଡି ମାରିଦେଲା ସ୍ତ୍ରୀ

କଟକ ୧୯।୧୨: କଟକ ଚୌଦ୍ବାରରେ ଯୁବକଙ୍କୁ ପୋଡି ଫିଙ୍ଗି ଦେବା ଘଟଣାର ଖୁଲାସା କରିଛି ଚୌଦ୍ବାର ଥାନା ପୋଲିସ । ଘଟଣାରେ ସଂପୃକ୍ତ ଯୁବକଙ୍କ ପତ୍ନୀ ଓ ପ୍ରେମିକଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ପରକୀୟା ପ୍ରୀତିରୁ ପ୍ରେମିକ ସହ ମିଶି ନିଜ ସ୍ତ୍ରୀ, ସ୍ୱାମୀକୁ ପୋଡି ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜାଣିବା ପରେ ଉଭୟ ଅଭିଯୁକ୍ତଙ୍କୁ ଗିରଫ ମଙ୍ଗଳବାର କୋର୍ଟ ଚାଲାଣ କରିଛି ପୋଲିସ ।

ଅଭିଯୋଗକାରିଣୀ ସ୍ତ୍ରୀ ହିଁ ସ୍ୱାମୀର ହତ୍ୟାକାରୀ । ପରକୀୟାପ୍ରୀତିରୁ ପ୍ରେମିକ ସହ ମିଶି ସ୍ୱାମୀକୁ ପୋଡି ମାରିଦେଲା ସ୍ତ୍ରୀ । ଆଉ ଏହି ହତ୍ୟାକାଣ୍ଡର ଶୀକାର ହୋଇଛନ୍ତି ନିଆଳି ଗୋବିନ୍ଦପୁର ଅଞ୍ଚଳର ନିଶ୍ଚିଳ କୁମାର ମହାପାତ୍ର । ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ଖୁଲାସା କରିଛି ଚୌଦ୍ବାର ଥାନା ପୋଲିସ । ଗତ ୧ ତାରିଖ ଚୌଦ୍ବାର ବଦି ପଡିଆରେ ଜଣେ ଯୁବକ ନିଆଁରେ ପୋଡି ଯାଉଥିବା ନେଇ ପୋଲିସ ପାଇଥିଲା ଖବର । ଅର୍ଦ୍ଧ ଦଗ୍ଧ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଏସିସିବି ମେଡିକାଲରେ ଭର୍ତ୍ତି କରିଥିଲା ପୋଲିସ ।

କିନ୍ତୁ ୨ ତାରିଖ ଦିନ ଯୁବକଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ମୃତ୍ୟୁ ପୂର୍ବରୁ ନିଶ୍ଚିଳଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ସ୍ୱାମୀ ନିଶ୍ଟିଳଙ୍କୁ କେହି ପୋଡି ମାରିଦେବା ନେଇ ଗତ ୬ ତାରିଖରେ ଚୌଦ୍ବାର ଥାନାରେ ଅଭିଯୋଗ କରିଥିଲେ ପତ୍ନୀ ସୁହାସିନୀ ମହାପାତ୍ର । ତେବେ ପୋଲିସ ଅଭିଯୋଗକୁ ନେଇ ଏକ ହତ୍ୟା ମାମଲା ରୁଜୁ କରିବା ସହ ଆରମ୍ଭ କରିଥିଲା ଘଟଣାର ତଦନ୍ତ । ତେବେ ପୋଲିସ ମୃତ ପତ୍ନୀଙ୍କ କଲ୍ ରେକର୍ଡ ଯାଞ୍ଚରୁ ହିଁ ହତ୍ୟାକାଣ୍ଡ ରହସ୍ୟ ଖୋଲିଥିଲା ବୋଲି ଡିସିପି କହିଛନ୍ତି । ତେବେ ଅଭିଯୁକ୍ତ ସ୍ତ୍ରୀ ସୁହାସିନୀ ଓ ପ୍ରେମିକ ପୂର୍ଣ୍ଣଚନ୍ଦ୍ର ମହାରଣାକୁ ଗିରଫ କରିଥିଲା ପୋଲିସ ।

ହତ୍ୟାକାଣ୍ଡର ଶୀକାର ହୋଇଥିବା ନିଶ୍ଚଳ ଓ ଚୌଦ୍ବାର ଅଞ୍ଚଳର ଅଭିଯୁକ୍ତ ପୂର୍ଣ୍ଣଚନ୍ଦ୍ର ପରସ୍ପର ବନ୍ଧୁ ଥିଲେ । ଯାହାକୁ ନେଇ ପୂର୍ଣ୍ଣଚନ୍ଦ୍ର ମଧ୍ୟ ନିଶ୍ଚିଳଙ୍କ ଘରକୁ ଯିବା ଆସିବା ମଧ୍ୟ କରୁଥିଲେ । ତେବେ ନିଶ୍ଚଳ ପାରାଦ୍ବୀପ ପୋର୍ଟରେ ରହି କାମ କରିବା ସହ ଘରକୁ ଆସିଲେ ମଧ୍ୟ ନିଶା ସେବନ କରୁଥିଲେ । ଏହାରି ଭିତରେ ପୂର୍ଣ୍ଣଚନ୍ଦ୍ର ଓ ନିଶ୍ଚିଳଙ୍କ ପତ୍ନୀଙ୍କ ମଧ୍ୟରେ  ପ୍ରେମ ସମ୍ପର୍କ ଗଢିଉଠିଥିଲା । ଯାହା ପରକୀୟା ପ୍ରୀତିରେ ପହଞ୍ଚି ସାରିଥିଲା । ତେବେ ପତ୍ନୀ ଓ ପ୍ରେମିକ ମଧ୍ୟ ରେ କଣ୍ଟା ସାଜୁଥିବା ସ୍ୱାମୀକୁ ହଟାଇବା ପାଇଁ ଯୋଜନା କରିଥିଲେ ପତ୍ନୀ ସୁହାସିନୀ ଓ ପ୍ରେମିକ ପୂର୍ଣ୍ଣଚନ୍ଦ୍ର । ଯୋଜନା ମୁତାବକ ପୂର୍ଣ୍ଣଚନ୍ଦ୍ର ଗତ ଏକ ତାରିଖରେ ନିଶ୍ଚଳଙ୍କୁ ଗୋବିନ୍ଦପୁର ସ୍ଥିତ ଘରୁ ନେଇ ଭୁବନେଶ୍ୱରରେ ଅତ୍ୟଧିକ ନିଶା ସେବନ କରାଇଥିଲେ । ଏହାପରେ ଚୌଦ୍ବାର ଆଣି ନିଆଁ ଲଗାଇ ଫେରାର ହୋଇଯାଇଥିବା ପୋଲିସ ତଦନ୍ତ ଉଭୟ ସ୍ବୀକାର କରିଥିବା କଟକ ଡିସିପି କହିଛନ୍ତି । ତେବେ ଏଭଳି ଘଟଣାରେ ସୁହାସିନୀଙ୍କ ପରିବାର ଲୋକ କିଛି ଜାଣି ନଥିବା କହିଛନ୍ତି । ମୃତ ନିଶ୍ଚିଳଙ୍କ ବୟାନ ଓ ପତ୍ନୀଙ୍କ ଏତଲାକୁ ନେଇ ପୋଲିସ ତଦନ୍ତ କରିବା ସହ ଅଭିଯୁକ୍ତ ପତ୍ନୀ ଓ ପ୍ରେମିକକୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଥିଲା ।

You Can Read :

https://www.prameyanews7.com/villagers-scared-as-tiger-attack-cow-in-rayagada-district/

The post ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ, ପ୍ରେମିକ ସହ ମିଶି ସ୍ବାମୀକୁ ପୋଡି ମାରିଦେଲା ସ୍ତ୍ରୀ appeared first on Prameya News7.