ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା,୧୯।୧୦:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ତାଙ୍କ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ଦେଇଛନ୍ତି ।ଏ ନେଇ ପୁରା ଜିଲାରେ ଶୋକର ଛାୟା ଖେଳିଯାଇଛି। ରାଜନୀତି ମହଲରେ ମଧ୍ୟ ତାଙ୍କ ବିୟୋଗକୁ କେହି ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ପରିବାର ବର୍ଗକୁ ସମବେଦନା […] The post ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ appeared first on Dharitri Odia News.

ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା,୧୯।୧୦:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ତାଙ୍କ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ଦେଇଛନ୍ତି ।ଏ ନେଇ ପୁରା ଜିଲାରେ ଶୋକର ଛାୟା ଖେଳିଯାଇଛି। ରାଜନୀତି ମହଲରେ ମଧ୍ୟ ତାଙ୍କ ବିୟୋଗକୁ କେହି ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ପରିବାର ବର୍ଗକୁ ସମବେଦନା ଜଣାଇବା ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି।

ଉତ୍କଳ କେଶରୀ ପରିଡା କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ ସଲାରୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ । ସାଲେପୁର କଲେଜ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ।ପରେ ଡେରାବିଶ ବ୍ଲକ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଥିଲେ ।

୨୦୦୪ ରେ ସେ ଓଡ଼ିଶା ଗଣ ପରିଷଦ ଟିକେଟରେ ଲଢ଼ି କେନ୍ଦ୍ରାପଡାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ରୁ ୨୦୨୩ ପର୍ୟ୍ୟନ୍ତ କେନ୍ଦ୍ରାପଡା ଜିଲା ବିଜେଡି ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ। ଉତ୍କଳ କେଶରୀ ପରିଡାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।

The post ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ appeared first on Dharitri Odia News.