‘ପରମାଣୁ ଚୁକ୍ତି’ ପାଇଁ ଇରାନକୁ ଚିଠି ଲେଖିଲେ ଟ୍ରମ୍ପ

ୱାସିଂଟନ:  ୟୁକ୍ରେନ୍‌-ରୁଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ଘଟାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ, ‘ପରମାଣୁ ପରୀକ୍ଷଣ ଚୁକ୍ତି’କୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଦୂର କରିବା ନିମନ୍ତେ ମଧ୍ୟସ୍ଥତା କରିବାକୁ ରାଜି ବୋଲି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୂଚନା ଦେଇଛନ୍ତି। ଏହି ସମୟରେ ଟ୍ରମ୍ପ ଆଉ ପାଦେ ଆଗକୁ ଯାଇ ‘ପରମାଣୁ ପରୀକ୍ଷଣ ଚୁକ୍ତି’ ନିମନ୍ତେ ଏକ ଗଠନମୂଳକ ବୁଝାମଣା କରିବାକୁ ଇରାନକୁ […]

‘ପରମାଣୁ ଚୁକ୍ତି’ ପାଇଁ ଇରାନକୁ ଚିଠି ଲେଖିଲେ ଟ୍ରମ୍ପ

ୱାସିଂଟନ:  ୟୁକ୍ରେନ୍‌-ରୁଷ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧର ଅବସାନ ଘଟାଇବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଅନ୍ୟପକ୍ଷରେ, ‘ପରମାଣୁ ପରୀକ୍ଷଣ ଚୁକ୍ତି’କୁ ନେଇ ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଦୂର କରିବା ନିମନ୍ତେ ମଧ୍ୟସ୍ଥତା କରିବାକୁ ରାଜି ବୋଲି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୂଚନା ଦେଇଛନ୍ତି। ଏହି ସମୟରେ ଟ୍ରମ୍ପ ଆଉ ପାଦେ ଆଗକୁ ଯାଇ ‘ପରମାଣୁ ପରୀକ୍ଷଣ ଚୁକ୍ତି’ ନିମନ୍ତେ ଏକ ଗଠନମୂଳକ ବୁଝାମଣା କରିବାକୁ ଇରାନକୁ ଚିଠି ଲେଖିଛନ୍ତି। ଫକ୍ସ ନେଟ୍‌ୱର୍କକୁ ଦେଇଥିବା ଏକ ସାକ୍ଷାତକାରରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ସେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲି ଖେମିନିଙ୍କୁ ଚିଠି ‌ଲେଖିଛନ୍ତି । ଚିଠି ସମ୍ପର୍କରେ ଆଲୋଚନା କରି ଟ୍ରମ୍ପ କହିଛନ୍ତି, ସେ ଆସ୍ଥା ରଖିଛନ୍ତି ଯେ ଇରାନ ପରମାଣୁ ବୁଝାମଣା କରିବ। କାରଣ ଏହାଦ୍ବାରା ଇରାନ ନିମନ୍ତେ ଅନେକ ସମ୍ଭାବନା ସୃଷ୍ଟି ହେବ। ସେ ଆଶା କରୁଛନ୍ତି, ସେମାନେ ଏହି ଚିଠିକୁ ବୁଝିପାରିଥିବେ ଏବଂ ସୁରକ୍ଷା ଦୃଷ୍ଟିରୁ ଯଥୋ‌ଚିତ ପଦକ୍ଷେପ ଗ୍ରହଣ କରିବେ।