ଏୟାର ଇଣ୍ଡିଆ ଏକ୍ସପ୍ରେସରେ ମହିଳା ଯାତ୍ରୀଙ୍କ ହଙ୍ଗାମା , କ୍ରିଉ ମେମ୍ୱରଙ୍କୁ ଧମକ ଦେଇ କହିଲେ ...

ନୂଆଦିଲ୍ଲୀ – ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ନିଆରା ଘଟଣା ଘଟିଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସୁରାଟ ଯାଉଥିବା ଉଡ଼ାଣ IX2749ରେ ବସିବା ପରେ ଜଣେ ମହିଳା ଆରମ୍ଭ କରି ଦେଇ ଥିଲେ ହଙ୍ଗାମା। ୩୬ ବର୍ଷିୟା ଯାତ୍ରୀ ବ୍ୟାସ ହିରଲ ମୋହନଭାଇ ବେଙ୍ଗାଲୁରୁର ୟେଲହଙ୍କାରେ ରୁହନ୍ତି। ସେ ନିଜର ଜିନିଷକୁ ଚାଳକ ଦଳର କେବିନ ପାଖରେ ପ୍ରତିବନ୍ଧିତ କ୍ଷେତ୍ରରେ ରଖି ଥିଲେ, ତାଙ୍କୁ ନିଜ ସିଟ୍‌ ଉପରେ ଥିବା ବାକ୍ସରେ ରଖିବା ପାଇଁ କୁହାଯାଇ ଥିଲା। ଯେତେବେଳେ କ୍ରିଉ ମେମ୍ୱରମାନେ ବାରଣ କଲେ ଏବଂ ଜିନିଷ ହଟାଇବାକୁ କହିଲେ, ତ ସେ ମନା କରି ଦେଇଥିଲେ। ମହିଳା ଯାତ୍ରୀ ଜଣଙ୍କ ଆକ୍ରମଣାତ୍ମକ ବ୍ୟବହାର କରି ଚାଳକ ଦଳ ଉପରେ ବିରକ୍ତ ହୋଇ ଥିଲେ ଏବଂ ଜୋରରେ ଚିତ୍କାର କରି ଥିଲେ। ହିରଲ କେବଳ ଚାଳକ ଦଳ ସହ ଯୁକ୍ତିତର୍କ କରି ନଥିଲେ , ଏହାସହ ଏଥିରେ ଝଗଡ଼ା ସମାଧାନ କରିବାକୁ ଚେଷ୍ଟା କରିଥିବା ଯାତ୍ରୀଙ୍କ ସହ ମଧ୍ୟ ପାଟି ତୁଣ୍ଡ କରି ଥିଲେ। ଏଫଆଇଆର ଅନୁସାରେ, ସେ ଧମକ ଦେଇଥିଲେ ଯେ, ଯଦି ତାଙ୍କର ଜିନିଷ ହଟାଗଲା ତ ସେ ବିମାନକୁ ଦୁର୍ଘଟଣାଗ୍ରସ୍ତ କରି ଦେବେ। ଏହି ଧମକକୁ ଗୁରୁତର ସହ ନେଇ ଏୟାରଲାଇନ୍‌ ଉଡ଼ାଣ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ବିମାନରୁ ଓହ୍ଲାଇ ଦେଇ ଥିଲା। ମହିଳା ଯାତ୍ରୀଙ୍କୁ ଏୟାରପୋର୍ଟ ପୁଲିସକୁ ଦିଆଯାଇ ଥିଲା। ଏହି ଘଟଣା ଅନ୍ୟ ଯାତ୍ରୀ ଓ ଚାଳକ ଦଳଙ୍କ ମଧ୍ୟରେ ଭୟ ସଞ୍ଚାର କରିଥିଲା। ସେପ

ଏୟାର ଇଣ୍ଡିଆ ଏକ୍ସପ୍ରେସରେ ମହିଳା ଯାତ୍ରୀଙ୍କ ହଙ୍ଗାମା , କ୍ରିଉ ମେମ୍ୱରଙ୍କୁ ଧମକ ଦେଇ କହିଲେ ...

ନୂଆଦିଲ୍ଲୀ – ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ନିଆରା ଘଟଣା ଘଟିଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ସୁରାଟ ଯାଉଥିବା ଉଡ଼ାଣ IX2749ରେ ବସିବା ପରେ ଜଣେ ମହିଳା ଆରମ୍ଭ କରି ଦେଇ ଥିଲେ ହଙ୍ଗାମା। ୩୬ ବର୍ଷିୟା ଯାତ୍ରୀ ବ୍ୟାସ ହିରଲ ମୋହନଭାଇ ବେଙ୍ଗାଲୁରୁର ୟେଲହଙ୍କାରେ ରୁହନ୍ତି। ସେ ନିଜର ଜିନିଷକୁ ଚାଳକ ଦଳର କେବିନ ପାଖରେ ପ୍ରତିବନ୍ଧିତ କ୍ଷେତ୍ରରେ ରଖି ଥିଲେ, ତାଙ୍କୁ ନିଜ ସିଟ୍‌ ଉପରେ ଥିବା ବାକ୍ସରେ ରଖିବା ପାଇଁ କୁହାଯାଇ ଥିଲା। ଯେତେବେଳେ କ୍ରିଉ ମେମ୍ୱରମାନେ ବାରଣ କଲେ ଏବଂ ଜିନିଷ ହଟାଇବାକୁ କହିଲେ, ତ ସେ ମନା କରି ଦେଇଥିଲେ। ମହିଳା ଯାତ୍ରୀ ଜଣଙ୍କ ଆକ୍ରମଣାତ୍ମକ ବ୍ୟବହାର କରି ଚାଳକ ଦଳ ଉପରେ ବିରକ୍ତ ହୋଇ ଥିଲେ ଏବଂ ଜୋରରେ ଚିତ୍କାର କରି ଥିଲେ। 

ହିରଲ କେବଳ ଚାଳକ ଦଳ ସହ ଯୁକ୍ତିତର୍କ କରି ନଥିଲେ , ଏହାସହ ଏଥିରେ ଝଗଡ଼ା ସମାଧାନ କରିବାକୁ ଚେଷ୍ଟା କରିଥିବା ଯାତ୍ରୀଙ୍କ ସହ ମଧ୍ୟ ପାଟି ତୁଣ୍ଡ କରି ଥିଲେ। ଏଫଆଇଆର ଅନୁସାରେ, ସେ ଧମକ ଦେଇଥିଲେ ଯେ, ଯଦି ତାଙ୍କର ଜିନିଷ ହଟାଗଲା ତ ସେ ବିମାନକୁ ଦୁର୍ଘଟଣାଗ୍ରସ୍ତ କରି ଦେବେ। ଏହି ଧମକକୁ ଗୁରୁତର ସହ ନେଇ ଏୟାରଲାଇନ୍‌ ଉଡ଼ାଣ ଆରମ୍ଭ ହେବା ପୂର୍ବରୁ ତାଙ୍କୁ ବିମାନରୁ ଓହ୍ଲାଇ ଦେଇ ଥିଲା। ମହିଳା ଯାତ୍ରୀଙ୍କୁ ଏୟାରପୋର୍ଟ ପୁଲିସକୁ ଦିଆଯାଇ ଥିଲା। ଏହି ଘଟଣା ଅନ୍ୟ ଯାତ୍ରୀ ଓ ଚାଳକ ଦଳଙ୍କ ମଧ୍ୟରେ ଭୟ ସଞ୍ଚାର କରିଥିଲା। 

ସେପଟେ ପୁଲିସ ଷ୍ଟେସନରେ ମଧ୍ୟ ହିରଲ ମୋହନଭାଇଙ୍କର ଆକ୍ରମଣାତ୍ମକ ବ୍ୟବହାର ଜାରି ରହିଥିଲା , ଯେଉଁଠି ସେ କଥିତ ଭାବେ ଜଣେ ମହିଳା କର୍ମଚାରୀଙ୍କୁ ଉପରେ ହମଲା କରିବାକୁ ଚେଷ୍ଟା କରିଥିଲେ। କେମ୍ପେଗୌଡା ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୫୧(୪) ଓ ୩୫୩ (୧) (ବି) ଅନୁସାରେ ଅପରାଧିକ ଧମକ ଓ ସାର୍ବଜନିତ ଉପଦ୍ରବ ପ୍ରସାର କରିବା ଭଳି ବୟାନ ପାଇଁ, ଏଫଆଇଆର ରୁଜୁ କରାଯାଇଛି। ଏହି ମାମଲାର ଯାଞ୍ଚ ଏବେ ବି ଜାରି ରହିଛି।