ଆସନ୍ତାକାଲି ସୁଦ୍ଧା ମେଣ୍ଟ ସସପେନ୍ସରୁ ହଟିବ ପରଦା, ଆଜି ରାତିରେ ନିଷ୍ପତ୍ତି ନେଇ ପାରନ୍ତି ମୋଦୀ
ଭୁବନେଶ୍ଵର: ଆସନ ଭାଗବଣ୍ଟାର ଅଙ୍କ ଛିଣ୍ଡି ପାରୁ ନ ଥିବାରୁ ମେଣ୍ଟ ଘୋଷଣା ବିଳମ୍ଵ ହେବାରେ ଲାଗିଛି। ଦିଲ୍ଲୀରେ ବିଜେପିର ମାରାଥନ ବୈଠକ ଜାରି ରହିଥିବା ବେଳେ ଏପଟେ ଶଙ୍ଖଭବନରେ ନିରବତା ଛାଇ ରହିଛି। ମେଣ୍ଟକୁ ନେଇ ଦୁଇଟି ଫର୍ମୁଲା ଉପରେ ଆଲୋଚନା ଚାଲିଥିବା କୁହାଯାଉଛି। ଲୋକସଭା ଆସନର ଅଙ୍କ ଛିଣ୍ଡିଥିବା ବେଳେ ବିଧାନସଭାର ଅଙ୍କ ଛିଣ୍ଡି ପାରିନି। ବିଜେଡି ବିଧାନସଭାରେ ୧୦୦ରୁ ଅଧିକ ସିଟ୍ରେ ଲଢିବାକୁ ଚାହୁଁଥିବା ବେଳେ ରାଜ୍ୟ ବିଜେପି ମଧ୍ୟ ୪୯ କିମ୍ବା ସେଥିରୁ ଅଧିକ ସିଟ୍ ଦାବି କରୁଥିବା କୁହାଯାଉଛି। ଫଳରେ ମେଣ୍ଟ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନି। ସେପଟେ ଗତକାଲି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ଟୁଇଟ୍ ମେଣ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।ଗତକାଲି ଏକ୍ସରେ ରାଜଦୀପ ସରଦେଶାଇ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ପ୍ରସଙ୍ଗ ଉଠାଇ ପୋଷ୍ଟ କରିଥିଲେ। ସେ ଲେଖିଛନ୍ତି ଆଗାମୀ ଦିନେ କି ଦୁଇ ଦିନ ଭିତରେ ମେଣ୍ଟ ନେଇ ଘୋଷଣା ହୋଇପାରେ । ସିଟ୍ ଫର୍ମୁଲାର ଅଙ୍କ ଉଲ୍ଲେଖ କରି ରାଜଦୀପ କହିଛନ୍ତି, ମେଣ୍ଟ ହେଲେ ବିଜେପି ୧୩ ଓ ବିଜେଡି ୮ ଲୋକସଭା ଆସନରେ ନିର୍ବାଚନ ଲଢିବ । ସେହିପରି ବିଧାନସଭାରେ ବିଜେପି ୪୯ ଏବଂ ବିଜେଡି ୯୮ ଆସନରେ ନିର୍ବାଚନ ଲଢିବ । ନିର୍ବାଚନ ପୂର୍ବରୁ ବିଜେପି ଏନଡିଏକୁ ମଜବୁତ କରୁଥିବା ରାଜଦୀପ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।Late late night buzz. BJD
ଭୁବନେଶ୍ଵର: ଆସନ ଭାଗବଣ୍ଟାର ଅଙ୍କ ଛିଣ୍ଡି ପାରୁ ନ ଥିବାରୁ ମେଣ୍ଟ ଘୋଷଣା ବିଳମ୍ଵ ହେବାରେ ଲାଗିଛି। ଦିଲ୍ଲୀରେ ବିଜେପିର ମାରାଥନ ବୈଠକ ଜାରି ରହିଥିବା ବେଳେ ଏପଟେ ଶଙ୍ଖଭବନରେ ନିରବତା ଛାଇ ରହିଛି। ମେଣ୍ଟକୁ ନେଇ ଦୁଇଟି ଫର୍ମୁଲା ଉପରେ ଆଲୋଚନା ଚାଲିଥିବା କୁହାଯାଉଛି। ଲୋକସଭା ଆସନର ଅଙ୍କ ଛିଣ୍ଡିଥିବା ବେଳେ ବିଧାନସଭାର ଅଙ୍କ ଛିଣ୍ଡି ପାରିନି। ବିଜେଡି ବିଧାନସଭାରେ ୧୦୦ରୁ ଅଧିକ ସିଟ୍ରେ ଲଢିବାକୁ ଚାହୁଁଥିବା ବେଳେ ରାଜ୍ୟ ବିଜେପି ମଧ୍ୟ ୪୯ କିମ୍ବା ସେଥିରୁ ଅଧିକ ସିଟ୍ ଦାବି କରୁଥିବା କୁହାଯାଉଛି। ଫଳରେ ମେଣ୍ଟ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ପାରିନି। ସେପଟେ ଗତକାଲି ବରିଷ୍ଠ ସାମ୍ବାଦିକ ରାଜଦୀପ ସରଦେଶାଇଙ୍କ ଟୁଇଟ୍ ମେଣ୍ଟ ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି।
ଗତକାଲି ଏକ୍ସରେ ରାଜଦୀପ ସରଦେଶାଇ ଓଡିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ପ୍ରସଙ୍ଗ ଉଠାଇ ପୋଷ୍ଟ କରିଥିଲେ। ସେ ଲେଖିଛନ୍ତି ଆଗାମୀ ଦିନେ କି ଦୁଇ ଦିନ ଭିତରେ ମେଣ୍ଟ ନେଇ ଘୋଷଣା ହୋଇପାରେ । ସିଟ୍ ଫର୍ମୁଲାର ଅଙ୍କ ଉଲ୍ଲେଖ କରି ରାଜଦୀପ କହିଛନ୍ତି, ମେଣ୍ଟ ହେଲେ ବିଜେପି ୧୩ ଓ ବିଜେଡି ୮ ଲୋକସଭା ଆସନରେ ନିର୍ବାଚନ ଲଢିବ । ସେହିପରି ବିଧାନସଭାରେ ବିଜେପି ୪୯ ଏବଂ ବିଜେଡି ୯୮ ଆସନରେ ନିର୍ବାଚନ ଲଢିବ । ନିର୍ବାଚନ ପୂର୍ବରୁ ବିଜେପି ଏନଡିଏକୁ ମଜବୁତ କରୁଥିବା ରାଜଦୀପ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି।
Late late night buzz. BJD- BJP tie up in Odisha likely to be announced in a day or two: 13-8 for Lok Sabha in BJP favour & 49-98 for Assembly in BJD favour. NDA widening its ranks as opposition India alliance shrinks. #BattleFor2024— Rajdeep Sardesai (@sardesairajdeep) March 11, 2024
ତେବେ ଆଜି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଷ୍ପତ୍ତି ନେଇ ପାରନ୍ତି ବୋଲି କୁହାଯାଉଛି। ବିଜେଡି ବିଜେପି ମେଣ୍ଟ ବାବଦରେ ଖୁବ ଶୀଘ୍ର ସସପେନ୍ସ ହଟିବ। ଦୁଇଦିନର ମାରାଥନ ବୈଠକରେ ମେଣ୍ଟ ବାବଦରେ ଅନେକ କିଛି ଆଲୋଚନା ହୋଇଛି। ଦିଲ୍ଲୀରେ ବରିଷ୍ଠ ବିଜେପି ନେତାଙ୍କ ବୈଠକରେ ମତାମତ ନିଆଯାଇଛି। ଦଳର ସମସ୍ତ ବିକଳ୍ପ ମତାମତକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି। ତେଣୁ ଆସନ୍ତାକାଲି ସୁଦ୍ଧା ମେଣ୍ଟ ସସପେନ୍ସରୁ ପରଦା ହଟିବ। ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଏନଡିଏ ନେତାମାନଙ୍କର ଏକ ନୈଶଭୋଜି ବୈଠକ ଖୁବଶୀଘ୍ର ଡାକିବାକୁ ଯାଉଛନ୍ତି। ତେଣୁ ଏହା ପୂର୍ବରୁ ଓଡ଼ିଶାରେ ବିଜେଡି ବିଜେପି ମେଣ୍ଟର ରୂପରେଖ ଚୂଡ଼ାନ୍ତ ହୋଇଯିବ ବୋଲି ଆଶା କରାଯାଉଛି।
ଆଜି ବିଜେଡିର ସାଧାରଣ ସଂପାଦକ ସୁଧୀର ସାମଲ କହିଛନ୍ତି ରାଜ୍ୟରେ ୧୪୭ରୁ ୧୨୫ସିଟରେ ବିଜେଡି ନିର୍ବାଚନ ଜିତିବ। ବିଜେଡି-ବିଜେପି ମେଣ୍ଟ ବିଷୟରେ ମୁଁ କିଛି ଜାଣିନି। ପଞ୍ଚାୟତ ନିର୍ବାଚନରେ ବିଜେଡି ନିଜର ଦମ୍ ଦେଖାଇ ଦମଦାର ବିଜୟ ହାସଲ କରିଥିଲା। ୯୦ ପ୍ରତିଶତ ଭୋଟ୍ ହାତେଇ ୩୦ ଜିଲ୍ଲା ପରିଷଦ ଗଠନ କରିଥିଲା ଦଳ। ସେପଟେ ଦିଲ୍ଲୀ ଯିବା ପୂର୍ବରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଥିଲେ, ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢିବ। ମେଣ୍ଟ ବିଷୟରେ କେନ୍ଦ୍ରୀୟ ନେତୃତ୍ଵଙ୍କ ସହ କୌଣସି ଆଲୋଚନା ହୋଇନି। ଏକା ନିର୍ବାଚନରେ ଲଢିଲେ ବିଜେପି ୫୦ରୁ ଅଧିକ ବିଧାନସଭା ସିଟ୍ ଓ ୧୪ରୁ ଅଧିକ ଲୋକସଭା ସିଟ୍ ଜିତିବ। ତାଙ୍କ କଥାକୁ ଦୋହରାଇଥିଲେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର। ସେ କହିଥିଲେ ଓଡ଼ିଶାରେ ବିଜେପି ସମସ୍ତ ବିଧାନସଭା ଓ ଲୋକସଭା ସିଟ୍ରେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ।
କେନ୍ଦ୍ର ନେତୃତ୍ଵଙ୍କ ଡାକରା ପାଇ ଦିଲ୍ଲୀ ଯାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହ ନିର୍ବାଚନ ପ୍ରଭାରୀ ଲତା ଉସେଣ୍ଡି ଏବଂ ସଂଗଠନ ସଂପାଦକ ମାନସ ମହାନ୍ତି। ଲୋକସଭା ନିର୍ବାଚନର ପ୍ରାର୍ଥୀ ଘୋଷଣା ନେଇ ଗତକାଲି ବିଜେପିର ବସିଥିଲା ସିଇସି ବୈଠକ। ଦ୍ଵିତୀୟ ପର୍ଯ୍ୟାୟରେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ନେଇ ଆଲୋଚନା ହୋଇଥିବା ସୂତ୍ରରୁ ପ୍ରକାଶ। ଏହି ସମୟରେ ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭାରେ ଅଧିକ ସିଟ୍ ପାଇବ ବୋଲି ରାଜ୍ୟ ବିଜେପି ଦାବି କରିଥିଲା। ୧୪ରୁ ଅଧିକ ଲୋକସଭା ଏବଂ ୫୦ରୁ ଅଧିକ ବିଧାନସଭା ସିଟ୍ ଜିତିବା ନେଇ ରାଜ୍ୟ ବିଜେପି ନେତୃତ୍ଵ ଦୃଢୋକ୍ତି ପ୍ରକାଶ କରିଥିଲେ। ସେପଟେ ମେଣ୍ଟ ନେଇ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ବୋଲି ବିଜେଡି ନେତା କହିଛନ୍ତି। କିନ୍ତୁ ଆସନ ଭାଗବଣ୍ଟା ଛିଣ୍ଡୁ ନ ଥିବାରୁ ମେଣ୍ଟ ଘୋଷଣାରେ ବିଳମ୍ବ ଘଟୁଛି।