ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌, ଆଜି ହାଜର ହେବେ ଦୀପାଳି ଓ ବିଶାଲ

ଭୁବନେଶ୍ୱର ୦୩/୦୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ନୋଟିସ୍‌ ପାଇଥିବା ଶ୍ରୀ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସ ସୋମବାର କ୍ରାଇମ୍‌ବ୍ରାଞ୍ଚ୍‌ରେ ହାଜର ହୋଇପାରନ୍ତି । ଘଟଣାରେ  କ୍ରାଇମ୍‌ବ୍ରାଞ୍ଚ୍‌ କରିଥିବା ତଦନ୍ତ ନେଇ ଯଦି ଉଭୟଙ୍କର କିଛି ଆପତ୍ତି ବା ଆଶଙ୍କା ଥାଏ ତାହେଲେ ସେମାନେ ହାଜର  ହୋଇ ନିଜ ମତ ଜଣାଇ ପାରିବେ । କିଛି ଦିନ ତଳେ ଏହି ହତ୍ୟା ଘଟଣାର ତଦନ୍ତ ସିବିଆଇ କରୁ ବୋଲି ଝିଅ ଦୀପାଳି ଗଣମାଧ୍ୟମରେ ଏକାଧିକବାର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ର ନିରପେକ୍ଷତା ଓ ତଦନ୍ତ ଦକ୍ଷତା  ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ହତ୍ୟା ମାମଲାରେ  ଅଭିଯୋଗକାରୀ ଥିବା ସ୍ୱର୍ଗତ ଦାସଙ୍କ ପରିବାରଠାରୁ ଏକପ୍ରକାର  ସ୍ପଷ୍ଟୀକରଣ ନେବା ପାଇଁ ଏହି ନୋଟିସ୍‌ ଜାରି ହୋଇଥିବା  କ୍ରାଇମବ୍ରାଞ୍ଚ୍‌ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।  ଡିଜି ଶ୍ରୀ ମିଶ୍ରଙ୍କ କହିବାନୁସାରେ, ୪ରୁ ୫ ଦିନ ହେବ ଏହି ନୋଟିସ୍‌ ଦିଆଯାଇଛି । ୭ ଦିନ ମଧ୍ୟରେ ହାଜର ହେବାକୁ  ଉଭୟଙ୍କୁ କୁହାଯାଇଥିଲା । ଅଭିଯୋଗକାରୀ ଭାବେ ଦୁହିଙ୍କ ମନରେ ଏହି ହତ୍ୟା ଘଟଣା ନେଇ ଯଦି କିଛି ଆଶଙ୍କା ରହିଛି ବା ସେମାନେ ତଦନ୍ତର କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁକୁ ନେଇ ଯଦି ଅସନ୍ତୁଷ୍ଟ ଅଛନ୍ତି ତାହା ଜଣାଇଲେ ସେହି ଅନୁସାରେ ଆଗାମୀ  କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଦିଆଯାଇଥିବା ସମ

ନବ ଦାସ ହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ୍‌ର ନୋଟିସ୍‌, ଆଜି ହାଜର ହେବେ ଦୀପାଳି ଓ ବିଶାଲ

ଭୁବନେଶ୍ୱର ୦୩/୦୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ନୋଟିସ୍‌ ପାଇଥିବା ଶ୍ରୀ ଦାସଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ତାଙ୍କ ଭାଇ ବିଶାଲ ଦାସ ସୋମବାର କ୍ରାଇମ୍‌ବ୍ରାଞ୍ଚ୍‌ରେ ହାଜର ହୋଇପାରନ୍ତି । ଘଟଣାରେ  କ୍ରାଇମ୍‌ବ୍ରାଞ୍ଚ୍‌ କରିଥିବା ତଦନ୍ତ ନେଇ ଯଦି ଉଭୟଙ୍କର କିଛି ଆପତ୍ତି ବା ଆଶଙ୍କା ଥାଏ ତାହେଲେ ସେମାନେ ହାଜର  ହୋଇ ନିଜ ମତ ଜଣାଇ ପାରିବେ । 

କିଛି ଦିନ ତଳେ ଏହି ହତ୍ୟା ଘଟଣାର ତଦନ୍ତ ସିବିଆଇ କରୁ ବୋଲି ଝିଅ ଦୀପାଳି ଗଣମାଧ୍ୟମରେ ଏକାଧିକବାର ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ୍‌ର ନିରପେକ୍ଷତା ଓ ତଦନ୍ତ ଦକ୍ଷତା  ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ହତ୍ୟା ମାମଲାରେ  ଅଭିଯୋଗକାରୀ ଥିବା ସ୍ୱର୍ଗତ ଦାସଙ୍କ ପରିବାରଠାରୁ ଏକପ୍ରକାର  ସ୍ପଷ୍ଟୀକରଣ ନେବା ପାଇଁ ଏହି ନୋଟିସ୍‌ ଜାରି ହୋଇଥିବା  କ୍ରାଇମବ୍ରାଞ୍ଚ୍‌ ଡିଜି ବିନୟତୋଷ ମିଶ୍ର ସୂଚନା ଦେଇଛନ୍ତି ।  

ଡିଜି ଶ୍ରୀ ମିଶ୍ରଙ୍କ କହିବାନୁସାରେ, ୪ରୁ ୫ ଦିନ ହେବ ଏହି ନୋଟିସ୍‌ ଦିଆଯାଇଛି । ୭ ଦିନ ମଧ୍ୟରେ ହାଜର ହେବାକୁ  ଉଭୟଙ୍କୁ କୁହାଯାଇଥିଲା । ଅଭିଯୋଗକାରୀ ଭାବେ ଦୁହିଙ୍କ ମନରେ ଏହି ହତ୍ୟା ଘଟଣା ନେଇ ଯଦି କିଛି ଆଶଙ୍କା ରହିଛି ବା ସେମାନେ ତଦନ୍ତର କେଉଁ ନିର୍ଦ୍ଦିଷ୍ଟ ବିନ୍ଦୁକୁ ନେଇ ଯଦି ଅସନ୍ତୁଷ୍ଟ ଅଛନ୍ତି ତାହା ଜଣାଇଲେ ସେହି ଅନୁସାରେ ଆଗାମୀ  କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଦିଆଯାଇଥିବା ସମୟ ଆସନ୍ତା  ସୋମବାର ପୂରୁଥିବାରୁ ସମ୍ଭବତଃ ସେଦିନ ଦୁହେଁ ହାଜର  ହୋଇ ପକ୍ଷ ରଖିବେ ବୋଲି କ୍ରାଇମବ୍ରାଞ୍ଚ୍‌ ଅନୁମାନ କରୁଛି ।