ସଂସଦରେ ପ୍ରଥମେ ସଂଧ୍ୟାରେ ଉପସ୍ଥାପନ ହେଉଥିଲା ବଜେଟ୍, ୨୫ ବର୍ଷ ପୂର୍ବେ କିପରି ବଦଳିଥିଲା ପରମ୍ପରା; ଜାଣନ୍ତୁ
ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ନିଜ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ କେନ୍ଦ୍ରୀୟ ବଜେଟ୍ ଆଗତ କରିବେ । ଏହି ବଜେଟ୍ ଏନଡିଏ ସରକାରର ଆଗାମୀ ବିକାଶ ଏଜେଣ୍ଡାକୁ ରେଖାଙ୍କିତ କରିବ ବୋଲି କୁହାଯାଉଛି ।ମୌସୁମୀ ଅଧିବେଶନରେ ଆସିବାକୁ ଥିବା ଏହି ବଜେଟକୁ ସକାଳ ୧୧ଟାରେ ଉପସ୍ଥାପନ କରାଯିବ । କିନ୍ତୁ ପୂର୍ବେ କେନ୍ଦ୍ରୀୟ ବଜେଟକୁ ପୂର୍ବାହ୍ଣରେ ଉପସ୍ଥାପନର ପରମ୍ପରା ନଥିଲା । ବଜେଟ୍ ଉପସ୍ଥାପନ ସମୟ ପ୍ରଥମେ ସଂଧ୍ୟା ୫ଟା ଥିଲା, ଯାହାକୁ ପରେ ବଦଳାଇ ସକାଳ ୧୧ଟା କରାଯାଇଛି । ବଜେଟ୍ ଉପସ୍ଥାପନ ସମୟ କେବେ ବଦଳିଲା ? ୧୯୯୯ ମସିହା ଯାଏଁ ବଜେଟ୍ ସଂଧ୍ୟା ୫ଟାରେ ଉପସ୍ଥାପନ କରାଯାଉଥିଲା । ଏହି ପରମ୍ପରା ବ୍ରିଟିଶ ସରକାର ସମୟରୁ ଚାଲି ଆସିଥିଲା । କାରଣ ଏହାଦ୍ୱାରା ଲଂଣ୍ଡନ ଏବଂ ଭାରତରେ ଏକାସମୟରେ ଘୋଷଣା କରାଯାଇପାରୁଥିଲା । ଭାରତ, ବ୍ରିଟେନଠାରୁ ୫ ଘଣ୍ଟା ୩୦ ମିନିଟ୍ ଆଗରେ ରହିଛି, ତେଣୁ ଭାରତରେ ସଂଧ୍ୟା ୫ଟା ହୋଇଥିବା ବେଳେ ବ୍ରିଟେନରେ ସକାଳ ୧୧ଟା ୩୦ ସହ ସମାନ ଥିଲା । ସ୍ୱାଧୀନ ଭାରତରେ ବି ସଂଧ୍ୟା ୫ଟାରେ ବଜେଟ୍ ଉପସ୍ଥାପନ କରାଯାଉଥିଲା । ୧୯୯୯ ଯାଏଁ ଏହି ଚଳଣି ଥିଲା, କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ତତ୍କାଳୀନ ଅର୍ଥମନ୍ତ୍ରୀ ୟଶୱନ୍ତ ସିହ୍ନା ବଜେଟ୍ ଉପସ୍ଥାପନ ସମୟ ପରିବର୍ତ୍ତନ କରି ସକାଳ ୧୧ଟା କରିଥିଲେ । ବ
ନୂଆଦିଲ୍ଲୀ: କେନ୍ଦ୍ରର ମୋଦୀ ସରକାର ନିଜ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ସଂସଦରେ ଉପସ୍ଥାପନ କରିବେ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ କେନ୍ଦ୍ରୀୟ ବଜେଟ୍ ଆଗତ କରିବେ । ଏହି ବଜେଟ୍ ଏନଡିଏ ସରକାରର ଆଗାମୀ ବିକାଶ ଏଜେଣ୍ଡାକୁ ରେଖାଙ୍କିତ କରିବ ବୋଲି କୁହାଯାଉଛି ।
ମୌସୁମୀ ଅଧିବେଶନରେ ଆସିବାକୁ ଥିବା ଏହି ବଜେଟକୁ ସକାଳ ୧୧ଟାରେ ଉପସ୍ଥାପନ କରାଯିବ । କିନ୍ତୁ ପୂର୍ବେ କେନ୍ଦ୍ରୀୟ ବଜେଟକୁ ପୂର୍ବାହ୍ଣରେ ଉପସ୍ଥାପନର ପରମ୍ପରା ନଥିଲା । ବଜେଟ୍ ଉପସ୍ଥାପନ ସମୟ ପ୍ରଥମେ ସଂଧ୍ୟା ୫ଟା ଥିଲା, ଯାହାକୁ ପରେ ବଦଳାଇ ସକାଳ ୧୧ଟା କରାଯାଇଛି ।
ବଜେଟ୍ ଉପସ୍ଥାପନ ସମୟ କେବେ ବଦଳିଲା ?
୧୯୯୯ ମସିହା ଯାଏଁ ବଜେଟ୍ ସଂଧ୍ୟା ୫ଟାରେ ଉପସ୍ଥାପନ କରାଯାଉଥିଲା । ଏହି ପରମ୍ପରା ବ୍ରିଟିଶ ସରକାର ସମୟରୁ ଚାଲି ଆସିଥିଲା । କାରଣ ଏହାଦ୍ୱାରା ଲଂଣ୍ଡନ ଏବଂ ଭାରତରେ ଏକାସମୟରେ ଘୋଷଣା କରାଯାଇପାରୁଥିଲା । ଭାରତ, ବ୍ରିଟେନଠାରୁ ୫ ଘଣ୍ଟା ୩୦ ମିନିଟ୍ ଆଗରେ ରହିଛି, ତେଣୁ ଭାରତରେ ସଂଧ୍ୟା ୫ଟା ହୋଇଥିବା ବେଳେ ବ୍ରିଟେନରେ ସକାଳ ୧୧ଟା ୩୦ ସହ ସମାନ ଥିଲା ।
ସ୍ୱାଧୀନ ଭାରତରେ ବି ସଂଧ୍ୟା ୫ଟାରେ ବଜେଟ୍ ଉପସ୍ଥାପନ କରାଯାଉଥିଲା । ୧୯୯୯ ଯାଏଁ ଏହି ଚଳଣି ଥିଲା, କିନ୍ତୁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ତତ୍କାଳୀନ ଅର୍ଥମନ୍ତ୍ରୀ ୟଶୱନ୍ତ ସିହ୍ନା ବଜେଟ୍ ଉପସ୍ଥାପନ ସମୟ ପରିବର୍ତ୍ତନ କରି ସକାଳ ୧୧ଟା କରିଥିଲେ । ବଜେଟ୍ ଉପସ୍ଥାପନ ସମୟକୁ ଦୁଇଟି କାରଣରୁ ପରିବର୍ତ୍ତନ କରାଗଲା । ପ୍ରଥମ କାରଣ ଭାରତ ଏବେ ବ୍ରିଟିଶ ଉପନିବେଶ ନଥିଲା, ତେଣୁ ପୁରୁଣା ସମୟ ପାଳନର ଆବଶ୍ୟକତା ନଥିଲା । ଅନ୍ୟ ଏକ କାରଣ ଯେ ସାଂସଦ ଏବଂ ଅଧିକାରୀଙ୍କୁ ବଜେଟର ଅଧ୍ୟୟନ କରିବା ଏବଂ ଚର୍ଚ୍ଚା କରିବା ପାଇଁ ଅଧିକ ସମୟ ମିଳିବ ।
ପ୍ରଥମେ ବଜେଟ୍ ଫେବ୍ରୁଆରୀର ଶେଷ ଦିନରେ ଉପସ୍ଥାପନ କରାଯାଉଥିଲା, କିନ୍ତୁ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏହି ପରମ୍ପରାକୁ ଭାଙ୍ଗି ଫେବ୍ରୁଆରୀ ୧ରେ ଉପସ୍ଥାପନ କରିଥିଲେ । ଏହି ପରିବର୍ତ୍ତନ ଏପ୍ରିଲ୍ ୧ରେ ନୂଆ ଆର୍ଥିକ ବର୍ଷର ଆରମ୍ଭରେ ନୂଆ ବଜେଟ୍ ନୀତିର ସଠିକ୍ କ୍ରିୟାନ୍ୱୟନ ପାଇଁ କରାଯାଇଥିଲା । ଅଧିକ ଗୋଟିଏ ମାସ ମିଳିବା ଦ୍ୱାରା ସରକାରୀ ଯୋଜନାକୁ ଲାଗୁ କରିବା ପାଇଁ ସମୟ ମିଳିଥିଲା ।