ନା ଅଛି ବର୍ଷା ନା ଅଛି ପବନ, ଭାଙ୍ଗିଲା ବିରାଟକାୟ ଗଛ, ୬ ଘଣ୍ଟା ଅନ୍ଧାରରେ ରହିଲେ ଲୋକେ

ଦାରିଙ୍ଗବାଡ଼ି,୧୨ା୬(ଅରୁଣ ସାହୁ): ନା ଅଛି ବର୍ଷା ନା ଅଛି ପବନ। କିନ୍ତୁ ବିରାଟକାୟ ଗଛ ପଡ଼ି ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୧୭ଟି ପଞ୍ଚାୟତର ୧୦ ହଜାର ଲୋକ ଅନ୍ଧାରରେ ରହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ସଂଯୋଗ ହୋଇଥିବା ୩୩ କେଭି ବିଦ୍ୟୁତ୍‌। ପ୍ରକାଶ ଯେ, ଅଞ୍ଚଳରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଉଥିବା ବେଳେ ବୁଧବାର ଅପରାହ୍ନରେ ୩୩ କେଭି […] The post ନା ଅଛି ବର୍ଷା ନା ଅଛି ପବନ, ଭାଙ୍ଗିଲା ବିରାଟକାୟ ଗଛ, ୬ ଘଣ୍ଟା ଅନ୍ଧାରରେ ରହିଲେ ଲୋକେ appeared first on Dharitri Odia News.

ନା ଅଛି ବର୍ଷା ନା ଅଛି ପବନ, ଭାଙ୍ଗିଲା ବିରାଟକାୟ ଗଛ, ୬ ଘଣ୍ଟା ଅନ୍ଧାରରେ ରହିଲେ ଲୋକେ

ଦାରିଙ୍ଗବାଡ଼ି,୧୨ା୬(ଅରୁଣ ସାହୁ): ନା ଅଛି ବର୍ଷା ନା ଅଛି ପବନ। କିନ୍ତୁ ବିରାଟକାୟ ଗଛ ପଡ଼ି ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ୧୭ଟି ପଞ୍ଚାୟତର ୧୦ ହଜାର ଲୋକ ଅନ୍ଧାରରେ ରହିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ସଂଯୋଗ ହୋଇଥିବା ୩୩ କେଭି ବିଦ୍ୟୁତ୍‌।
ପ୍ରକାଶ ଯେ, ଅଞ୍ଚଳରେ ଗତ କିଛିଦିନ ହେଲା କାଳବୈଶାଖୀର ପ୍ରଭାବରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଯାଉଥିବା ବେଳେ ବୁଧବାର ଅପରାହ୍ନରେ ୩୩ କେଭି ବିଦ୍ୟୁତ ତାର ଉପରେ ବିରାଟକାୟ ଗଛ ପଡ଼ି ବିଦ୍ୟୁତ ସରବରାହ ଅଚଳ ହୋଇପଡ଼ିଛି। ଯେଉଁ ଗଛ ବିଦ୍ୟୁତ ତାର ଉପରେ ପଡ଼ିଛି ତାକୁ କଟାଯାଇ ହଟାଇବାକୁ ବିଦ୍ୟୁତ ବିଭାଗ ନିକଟରେ ଯନ୍ତ୍ର ଚାଳିତ କଟର ନ ଥିବାରୁ ବିଭାଗର କର୍ମଚାରୀ ଗଛ ହଟାଇବାରେ ଅସମର୍ଥ ହୋଇଛି। ଖବର ଲେଖିବା ସୁଦ୍ଧା ଏଭଳି ଘଟଣା ଘଟିବାର ୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ବିଭାଗ ଗଛ କାଟିବାରେ ଅସମର୍ଥ ହେବା ସହ ଅଗ୍ନିଶମ ବିଭାଗକୁ ସହଯୋଗ କରିବାକୁ ସହକାରୀ ଯନ୍ତ୍ରୀ ଶିବପ୍ରସାଦ ନାୟକ ନିବେଦନ କରି ବିଫଳ ହୋଇଛନ୍ତି ଏବେ ଅଞ୍ଚଳର ଲୋକଙ୍କ ସହାୟତାରେ ଗଛ ହଟାଇବାକୁ ବିଦ୍ୟୁତ ବିଭାଗ ଗଛ କଟାଳିମାନଙ୍କ ସହ ଯୋଗାଯୋଗ କରୁଥିବା ଜଣାପଡ଼ିଛି। ସେପଟେ ବିଦ୍ୟୁତ ବାରମ୍ବାର ଅଚଳ ଯୋଗୁ ସ୍ଥାନୀୟ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ବିଦ୍ୟୁତ ବିଭାଗ ନିକଟରେ ମରାମତି ପାଇଁ ଅନୁସାଙ୍ଗିକ ଆବଶ୍ୟକ ଯନ୍ତ୍ରପାତି ଓ ଏକ୍ସପାର୍ଟ ଅଭାବ ଯୋଗୁ ବିଦ୍ୟୁତ ମରାମତିରେ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛ। ଏନେଇ ବିଭାଗର ସହକାରୀ ଯନ୍ତ୍ରୀ ଶିବ ପ୍ରସାଦ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ବ୍ୟାଟେରୀ ଚାଳିତ କଟର ଗୋଟିଏ ହିଁ ବାଲିଗୁଡ଼ା ଉପଖଣ୍ଡ କାର୍ଯ୍ୟାଳୟରେ ରହିଛି ଯାହାକି ୫ଟି ବ୍ଲକ ପାଇଁ ରହିଛି। ତେଣୁ ବଡ଼ ଗଛ କାଟିବା ପାଇଁ ଟାଙ୍ଗିଆ ହିଁ ଏକମାତ୍ର ଭରସା ବୋଲି ସେ କହିଛନ୍ତି।

The post ନା ଅଛି ବର୍ଷା ନା ଅଛି ପବନ, ଭାଙ୍ଗିଲା ବିରାଟକାୟ ଗଛ, ୬ ଘଣ୍ଟା ଅନ୍ଧାରରେ ରହିଲେ ଲୋକେ appeared first on Dharitri Odia News.