ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବଦଳିବ ନାହିଁ: ଆରବିଆଇ ଗଭର୍ନର
ମୁମ୍ବାଇ,୧୨।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୋମବାର ସ୍ପଷ୍ଟ କରିଛନ୍ତି ଯେ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ ନାହିଁ। ଆରବିଆଇ ଗଭର୍ନର କହିଛନ୍ତି , ଆମେ ସବୁବେଳେ ଫିଣ୍ଟେକ କ୍ଷେତ୍ରରେ ସହଯୋଗର ଆଭିମୁଖ୍ୟ ଗ୍ରହଣ କରିଆସୁଛୁ। ଆରବିଆଇ ଫିଣ୍ଟେକକୁ ପ୍ରୋତ୍ସାହିତ କରିବ, କିନ୍ତୁ ନିୟମ ଉଲ୍ଲଂଘନକୁ ବରଦାସ୍ତ କରାଯିବନାହିଁ। ଶକ୍ତିକାନ୍ତ ଦାସ କହିଛନ୍ତି, ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା କରିବାର କୌଣସି […] The post ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବଦଳିବ ନାହିଁ: ଆରବିଆଇ ଗଭର୍ନର appeared first on Dharitri Odia News.
ମୁମ୍ବାଇ,୧୨।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ସୋମବାର ସ୍ପଷ୍ଟ କରିଛନ୍ତି ଯେ ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ସମୀକ୍ଷା କରାଯିବ ନାହିଁ। ଆରବିଆଇ ଗଭର୍ନର କହିଛନ୍ତି , ଆମେ ସବୁବେଳେ ଫିଣ୍ଟେକ କ୍ଷେତ୍ରରେ ସହଯୋଗର ଆଭିମୁଖ୍ୟ ଗ୍ରହଣ କରିଆସୁଛୁ। ଆରବିଆଇ ଫିଣ୍ଟେକକୁ ପ୍ରୋତ୍ସାହିତ କରିବ, କିନ୍ତୁ ନିୟମ ଉଲ୍ଲଂଘନକୁ ବରଦାସ୍ତ କରାଯିବନାହିଁ।
ଶକ୍ତିକାନ୍ତ ଦାସ କହିଛନ୍ତି, ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ନିଆଯାଇଥିବା ନିଷ୍ପତ୍ତିର ସମୀକ୍ଷା କରିବାର କୌଣସି ଯୋଜନା ନାହିଁ। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି , ମୁଁ ଏହା ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଗ୍ରାହକଙ୍କ ସ୍ବାର୍ଥରେ ଏହି ନିଷ୍ପତ୍ତି ନିଆଯାଇଛି। କିଛି ଦିନ ମଧ୍ୟରେ, କେନ୍ଦ୍ରୀୟ ବ୍ୟାଙ୍କ ଏ ବାବଦରେ ଏଫ୍ଏକ୍ୟୁ ଜାରି କରିବ । ଆପଣ ସମସ୍ତଙ୍କୁ ଏଥିପାଇଁ ଅପେକ୍ଷା କରିବାକୁ ପଡିବ। ମାସେ ଧରି ଆଲୋଚନା କରିବା ପରେ ଆମେ ନିଷ୍ପତ୍ତି ନେଇଛୁ।
The post ପେଟିଏମ ପେମେଣ୍ଟ ବ୍ୟାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବଦଳିବ ନାହିଁ: ଆରବିଆଇ ଗଭର୍ନର appeared first on Dharitri Odia News.