ବାତ୍ୟା 'ଦାନା'ର ମୁକାବିଲା କରିବା ନେଇ ପୁରୀରେ ଓଡ୍ରାଫ ଟିମ୍

ପୁରୀ ୨୩/ ୧୦ : ପୁରୀରେ ପହଞ୍ଚିଲେ ଓଡ୍ରାଫ ଟିମ୍। ବାତ୍ୟା 'ଦାନା'ର ମୁକାବିଲା କରିବା ନେଇ ପୁରୀ ଜିଲ୍ଲା ସ୍କୁଲରେ ପହଞ୍ଚିଛନ୍ତି ଓଡ୍ରାଫ ଟିମ୍। ପୁରୀ ଏସପି ବିନୀତ ଅଗ୍ରୱାଲ ଜିଲ୍ଲା ସ୍କୁଲରେ ପହଞ୍ଚି ଓଡ୍ରାଫ ଟିମ୍ ସହ ଆଲୋଚନା କରିଛନ୍ତି। ବାତ୍ୟା ସମୟରେ ଓଡ୍ରାଫ ଟିମ୍ କିଭଳି ନିଜ ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରିବ ସେନେଇ ଓଡ୍ରାଫ ଟିମ୍ କୁ ପରାମର୍ଶ ଦେବା ସହିତ ସଂପୂର୍ଣ୍ଣ ସମିକ୍ଷା କରିଛନ୍ତି ପୁରୀ ଏସପି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ବୁଧବାର ସକାଳ ୫ଟା ୩୦ ମିନିଟ୍‌ରେ ଗଭୀର ଅବପାତଟି ବାତ୍ୟାରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି ରହିଛି । ଗୁରୁବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ରାତିରୁ ୨୫ ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍‌ଡି ଡିଜି କହିଛନ୍ତି, ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ 'ଦାନା' । ୨୪ ରାତି ଓ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍ କରିବ 'ଦାନା' ।Also Read- ବଡ଼ଚଣାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ; ତଦାରଖ କଲେ ଅତିରିକ୍ତ ଜିଲ୍ଲାପାଳ

ବାତ୍ୟା 'ଦାନା'ର ମୁକାବିଲା କରିବା ନେଇ ପୁରୀରେ ଓଡ୍ରାଫ ଟିମ୍

ପୁରୀ ୨୩/ ୧୦ : ପୁରୀରେ ପହଞ୍ଚିଲେ ଓଡ୍ରାଫ ଟିମ୍। ବାତ୍ୟା 'ଦାନା'ର ମୁକାବିଲା କରିବା ନେଇ ପୁରୀ ଜିଲ୍ଲା ସ୍କୁଲରେ ପହଞ୍ଚିଛନ୍ତି ଓଡ୍ରାଫ ଟିମ୍। ପୁରୀ ଏସପି ବିନୀତ ଅଗ୍ରୱାଲ ଜିଲ୍ଲା ସ୍କୁଲରେ ପହଞ୍ଚି ଓଡ୍ରାଫ ଟିମ୍ ସହ ଆଲୋଚନା କରିଛନ୍ତି। 

ବାତ୍ୟା ସମୟରେ ଓଡ୍ରାଫ ଟିମ୍ କିଭଳି ନିଜ ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରିବ ସେନେଇ ଓଡ୍ରାଫ ଟିମ୍ କୁ ପରାମର୍ଶ ଦେବା ସହିତ ସଂପୂର୍ଣ୍ଣ ସମିକ୍ଷା କରିଛନ୍ତି ପୁରୀ ଏସପି। 

ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ଦାନା’ । ବୁଧବାର ସକାଳ ୫ଟା ୩୦ ମିନିଟ୍‌ରେ ଗଭୀର ଅବପାତଟି ବାତ୍ୟାରେ ପରିଣତ ହୋଇଛି । ଉତ୍ତର ପଶ୍ଚିମ ଦିଗକୁ ଏହାର ଗତି ରହିଛି । ଗୁରୁବାର ସକାଳ ସୁଦ୍ଧା ଏହା ଭୀଷଣ ବାତ୍ୟାରେ ପରିଣତ ହେବ । ୨୪ ରାତିରୁ ୨୫ ସକାଳ ଭିତରେ ସ୍ଥଳଭାଗ ଅତିକ୍ରମ କରିବ । ବାତ୍ୟା ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇଏମ୍‌ଡି ଡିଜି କହିଛନ୍ତି, ଭିତରକନିକା-ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ 'ଦାନା' । ୨୪ ରାତି ଓ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍ କରିବ 'ଦାନା' ।

Also Read- ବଡ଼ଚଣାରେ ବାତ୍ୟା ମୁକାବିଲା ପ୍ରସ୍ତୁତି ; ତଦାରଖ କଲେ ଅତିରିକ୍ତ ଜିଲ୍ଲାପାଳ