ଜୁନ ୧୮ରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ: ବଢୁଛି ରାଜନୈତିକ ଉଷ୍ମତା

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷା ପଦପାଇଁ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ୧୮ଜୁନ ଦିନ ୧୨.୩୦ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ ନିର୍ବାଚନ କମିଶନ ନୋଟିସ ସଂଖ୍ୟା ୧୫୪୫/ଏସଇସି ରେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ଅନାସ୍ଥା ପ୍ରସ୍ତାବ ଭୋଟରେ ହାରିବା ପରେ ଉପାଧକ୍ଷା ବୀଣାପାଣି ନାୟକ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ପରେ ପାଟଣା […] The post ଜୁନ ୧୮ରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ: ବଢୁଛି ରାଜନୈତିକ ଉଷ୍ମତା appeared first on Dharitri Odia News.

ଜୁନ ୧୮ରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ: ବଢୁଛି ରାଜନୈତିକ ଉଷ୍ମତା

ପାଟଣା,୧୦।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧ୍ୟକ୍ଷା ପଦପାଇଁ ଉପନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ୧୮ଜୁନ ଦିନ ୧୨.୩୦ଦିନ ଧାର୍ଯ୍ୟ କରିଛନ୍ତି। ଏନେଇ ନିର୍ବାଚନ କମିଶନ ନୋଟିସ ସଂଖ୍ୟା ୧୫୪୫/ଏସଇସି ରେ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକ ଅନାସ୍ଥା ପ୍ରସ୍ତାବ ଭୋଟରେ ହାରିବା ପରେ ଉପାଧକ୍ଷା ବୀଣାପାଣି ନାୟକ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ପରେ ପାଟଣା ବ୍ଲକରେ ରାଜନୀତିକ ଉଷ୍ମତା ପରିଲକ୍ଷିତ ହୋଇଛି। ଉଭୟ ବୀଣାପାଣି ଓ ସୁକାନ୍ତି ଉଭୟ ବିଜେଡି ଦଳର ହୋଇଥିଲେ ହେଁ ବୀଣାପାଣିଙ୍କ ସପକ୍ଷରେ ଶାସକ ଭାଜପାର କେନ୍ଦୁଝର ଏମପି ଅନନ୍ତ ନାୟକ ଓ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ସମର୍ଥନ ରହିଥିବାରୁ ବୀଣାପାଣି ସୁବିଧାଜନକ ସ୍ଥିତିରେ ଥିବା କୁହାଯାଉଛି। ଏଥିପାଇଁ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଜୁନ ୧୧ରେ ବିଜ୍ଞାପନ ପ୍ରକାଶ ପାଇବ। ଜୁନ ୧୮ତାରିଖ ନାମାଙ୍କନ ପତ୍ର ନେବା ଓ ଦାଖଲ ପ୍ରକ୍ରିୟା ପୂର୍ବାହ୍ନ ୧୦ଟା ରୁ ୧୧ ଟା ଯାଏ ଏବଂ ୧୧ ଟାରୁ ୧୧.୩୦ ଯାଏ ଏହାକୁ ଯାଞ୍ଚ କରାଯିବ। ମଧ୍ୟାହ୍ନ ୧୨ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ସମୟ ଥିବା ବେଳେ ଆବଶ୍ୟକ ପଡିଲେ ଅପରାହ୍ନ ୧୨ ଟା ୩୦ ରୁ ୨ଟା ଯାଏ ଭୋଟ ଗ୍ରହଣ କରାଯିବା ପରେ ଗଣତି ପ୍ରକ୍ରିୟା ସହ ଫଳାଫଳ ଘୋଷଣା ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ କେନ୍ଦୁଝର ଜିଲାପାଳ ବିଶାଲ ସିଂଙ୍କୁ ପତ୍ର ଲେଖିଛନ୍ତି।

 

The post ଜୁନ ୧୮ରେ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ଉପନିର୍ବାଚନ: ବଢୁଛି ରାଜନୈତିକ ଉଷ୍ମତା appeared first on Dharitri Odia News.