୬୦୦ କୋଟିର ଆୟ

ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ସ୍ତ୍ରୀ – ୨ ଡୋମେଷ୍ଟିକ ବକ୍ସ ଅଫିସ୍‌ରେ କମାଲ କରିଛି । ଏହା ବକ୍ସ ଅଫିସ୍‌ରେ ୬୦୦ କୋଟିର ଆୟ କରିଛି, ଯାହା ଏକ ରେକର୍ଡ । ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ସ୍ତ୍ରୀ -୨ ଏହି ରେକର୍ଡର ଅଧିକାରୀ ହୋଇଛି । ମେଟ୍ରୋ ସିଟିରୁ ନେଇ ଛୋଟ ସହରର ଫିଲ୍ମ ହଲ୍‌ରେ ଏହା ରେକର୍ଡ କରିବା ଆରମ୍ଭ କରିଛି । ସ୍ତ୍ରୀ -୨ ଏହି ବର୍ଷ ୧୪ […]

୬୦୦ କୋଟିର ଆୟ
୬୦୦ କୋଟିର ଆୟ

ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ ଅଭିନୀତ ସ୍ତ୍ରୀ – ୨ ଡୋମେଷ୍ଟିକ ବକ୍ସ ଅଫିସ୍‌ରେ କମାଲ କରିଛି । ଏହା ବକ୍ସ ଅଫିସ୍‌ରେ ୬୦୦ କୋଟିର ଆୟ କରିଛି, ଯାହା ଏକ ରେକର୍ଡ । ପ୍ରଥମ ହିନ୍ଦୀ ଫିଲ୍ମ ଭାବେ ସ୍ତ୍ରୀ -୨ ଏହି ରେକର୍ଡର ଅଧିକାରୀ ହୋଇଛି । ମେଟ୍ରୋ ସିଟିରୁ ନେଇ ଛୋଟ ସହରର ଫିଲ୍ମ ହଲ୍‌ରେ ଏହା ରେକର୍ଡ କରିବା ଆରମ୍ଭ କରିଛି । ସ୍ତ୍ରୀ -୨ ଏହି ବର୍ଷ ୧୪ ଅଗଷ୍ଟରେ ସିନେମା ଘରେ ରିଲିଜ୍‌ ହୋଇଥିଲା । ଏଥିରେ ଶ୍ରଦ୍ଧା କପୁର, ଅଭିଷେକ ବାନାର୍ଜୀ, ରାଜ କୁମାର ରାଓ, ପଙ୍କଜ ତ୍ରୀପାଠୀଙ୍କ ଭଳି କଳାକାର ଅଭିନୟ କରିଛନ୍ତି । ସମସ୍ତେ ଖୁବ ସୁନ୍ଦର ଅଭିନୟ କରିଥିବା ବିଭିନ୍ନ ମତରେ ପ୍ରକାଶ ପାଇଛି । ସେହିଭଳି ଫିଲ୍ମରେ ବରୁଣ ଧୱନ ଓ ତମ୍ମନାଙ୍କର କେମିଓ ମଧ୍ୟ ରହିଛି । ଫିଲ୍ମର ନିର୍ଦ୍ଦେଶନା ଅମର କୌଶିକ ଦେଇଛନ୍ତି । ଫିଲ୍ମକୁ ଦର୍ଶକଙ୍କ ଠାରୁ ସମୀକ୍ଷକ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ଏହି ଆଚିଭ୍‌ମେଣ୍ଟକୁ ଶ୍ରଦ୍ଧା କପୁର ନିଜ ସାଙ୍ଗ ସାଥୀଙ୍କ ସହିତ ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଛି । ଶ୍ରଦ୍ଧା ଏହି ଖୁସିରେ କେକ୍‌ ମଧ୍ୟ କାଟିଛନ୍ତି, ଯାହାର ଫଟୋ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।