ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି….
ନୂଆଦିଲ୍ଲୀ,୩୦/୧୦: ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ ୬ ବର୍ଷ ମଧ୍ୟରେ ଏହି ସଂଖ୍ୟା ହଜାରେ ଟପିପାରେ । ରିପୋର୍ଟରେ କୁହାଯାଇଛି ଯେ, ଚାଇନା ତା’ର ରଣନୈତିକ ଏବଂ ନିରାପତ୍ତା ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରମାଣୁ କ୍ଷମତା ବିସ୍ତାର କରୁଛି। ଏଥିରେ କ୍ଷେପଣାସ୍ତ୍ର ସାଇଲୋ, ଗ୍ରାଉଣ୍ଡ ମୋବାଇଲ୍, ବୁଡ଼ାଜାହାଜ ପ୍ରକ୍ଷେପିତ ଅସ୍ତ୍ରଶସ୍ତ୍ର ଏବଂ ପରମାଣୁ କ୍ଷମତା ସମ୍ପନ୍ନ ହାଇପରସୋନିକ୍ […] The post ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି…. appeared first on Dharitri Odia News.
ନୂଆଦିଲ୍ଲୀ,୩୦/୧୦: ଚାଇନାର ପରମାଣୁ ଅସ୍ତ୍ର ଶସ୍ତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଆମେରିକୀୟ ପ୍ରତିରକ୍ଷା ଗୁଇନ୍ଦା ଏଜେନ୍ସିର ଏକ ନୂତନ ରିପୋର୍ଟ ଅନୁଯାୟୀ, ଆଗାମୀ ୬ ବର୍ଷ ମଧ୍ୟରେ ଏହି ସଂଖ୍ୟା ହଜାରେ ଟପିପାରେ । ରିପୋର୍ଟରେ କୁହାଯାଇଛି ଯେ, ଚାଇନା ତା’ର ରଣନୈତିକ ଏବଂ ନିରାପତ୍ତା ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରମାଣୁ କ୍ଷମତା ବିସ୍ତାର କରୁଛି। ଏଥିରେ କ୍ଷେପଣାସ୍ତ୍ର ସାଇଲୋ, ଗ୍ରାଉଣ୍ଡ ମୋବାଇଲ୍, ବୁଡ଼ାଜାହାଜ ପ୍ରକ୍ଷେପିତ ଅସ୍ତ୍ରଶସ୍ତ୍ର ଏବଂ ପରମାଣୁ କ୍ଷମତା ସମ୍ପନ୍ନ ହାଇପରସୋନିକ୍ ଗ୍ଲାଇଡ୍ ଯାନ (ଏଚ୍ଜିଭି) ଭଳି ଅତ୍ୟାଧୁନିକ ବ୍ୟବସ୍ଥା ରହିଛି।
୨୦୩୦ ସୁଦ୍ଧା ଚାଇନାର ପରମାଣୁ ଅସ୍ତ୍ରଶସ୍ତ୍ର ଦ୍ୱିଗୁଣିତ ହୋଇପାରେ, ଯାହା ବିଶ୍ୱ ସୁରକ୍ଷା ସ୍ଥିତିରେ ଅସ୍ଥିରତା ସୃଷ୍ଟି କରିବାର ସମ୍ଭାବନା ବଢ଼ାଇପାରେ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ଚାଇନା ପାଖରେ ଏବେ ୫୦୦ରୁ ଅଧିକ ଆଣବିକ ଯୁଦ୍ଧାସ୍ତ୍ର ରହିଛି ଏବଂ ଏହି ଅସ୍ତ୍ରଶସ୍ତ୍ର ମଧ୍ୟରୁ ଅଧିକାଂଶ ମହାଦେଶୀୟ ଆମେରିକାକୁ ଆକ୍ରମଣ କରିବାରେ ସକ୍ଷମ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ (ସିପ୍ରି) ନାମକ ସ୍ୱିଡେନ୍ ଥିଙ୍କଟ୍ୟାଙ୍କର ରିପୋର୍ଟ ଅନୁଯାୟୀ, ୨୦୨୪ ଜାନୁଆରି ସୁଦ୍ଧା ଚାଇନା ପାଖରେ ୫୦୦ ପରମାଣୁ ଯୁଦ୍ଧାସ୍ତ୍ର ଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ୪୧୦ ଥିଲା। ଚଳିତ ବର୍ଷ ଜାନୁଆରି ସୁଦ୍ଧା ସମଗ୍ର ବିଶ୍ୱରେ ସମୁଦାୟ ୧୨,୨୨୧ଟି ପରମାଣୁ ଯୁଦ୍ଧାସ୍ତ୍ର କାର୍ଯ୍ୟ କରୁଥିବା ବେଳେ ସେଥିମଧ୍ୟରୁ ୯,୫୮୫ଟି ସମ୍ଭାବ୍ୟ ବ୍ୟବହାର ପାଇଁ ସଂରକ୍ଷିତ ରହିଛି। ଋଷିଆ ଓ ଆମେରିକା ପାଖରେ ବିଶ୍ୱର ୯୦ ପ୍ରତିଶତରୁ ଅଧିକ ପରମାଣୁ ଅସ୍ତ୍ର ରହିଛି ଏବଂ ଏହା ପରେ ଚାଇନା ତୃତୀୟ ସ୍ଥାନରେ ରହିଛି।
ଋଷିଆ ଓ ଆମେରିକା ପରେ ଚାଇନାର ପରମାଣୁ ଭଣ୍ଡାର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ବେଳେ ବ୍ରିଟେନ, ଫ୍ରାନ୍ସ, ଭାରତ, ପାକିସ୍ତାନ, ଉତ୍ତର କୋରିଆ ଏବଂ ଇସ୍ରାଏଲ ମଧ୍ୟ ସେମାନଙ୍କ ଅସ୍ତ୍ରଶସ୍ତ୍ରର ଆଧୁନିକୀକରଣ କରୁଛନ୍ତି । ଯଦିଓ ଚାଇନାର ପରମାଣୁ ଅସ୍ତ୍ର ଭଣ୍ଡାର ସଂଖ୍ୟା ଋଷିଆ ଓ ଆମେରିକାଠାରୁ ବହୁତ କମ୍ ରହିଛି, ତଥାପି ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ସାମର୍ଥ୍ୟ ବିଶ୍ୱ ସୁରକ୍ଷା ସନ୍ତୁଳନକୁ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି।
The post ପରମାଣୁ ବୋମାର ବାଦଶାହ ହେବ ଏହି ଦେଶ: ୨୦୨୯ ସୁଦ୍ଧା ଏତିକି…. appeared first on Dharitri Odia News.