ରାମ ମନ୍ଦିର ପରେ ବି ଅଯୋଧ୍ୟାରେ ହାରିଲା ଭାଜପା, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୪।୬: ଆସିଛି ନିର୍ବାଚନ ଫଳାଫଳ। ୨୪ ନିର୍ବାଚନ ରେଜଲ୍ଟରେ ଭାଜପା ୩୦୦ ଛୁଇଁ ନାହିଁ। ତେବେ ସବୁଠାରୁ ବଡ଼ କଥା ହେଉଛି ଅଯୋଧ୍ୟାରୁ ଭାରତୀୟ ଜନତ ପାର୍ଟି ପରାଜିତ ହୋଇଛି। ଫୈଜାବାଦ ଆସନରୁ ଭାଜପା ହାରିଛି। ଭାଜପା ପାର୍ଥୀ ଲାଲୁ ସିଂଙ୍କୁ ସମାଜବାଦୀ ପାର୍ଟି ଅୱାଧେଶ ପ୍ରସାଦ ପରାସ୍ତ କରିଛନ୍ତି। ପ୍ରାୟ ୫୫ ହଜାର ଭୋଟରେ ଅଓ୍ବାଧେଶ ବିଜୟୀ ହୋଇଛନ୍ତି। ତେବେ ରାଜନୈତିକ ମହଲରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଯେ ନିଜେ ଫୈଜାବାଦର ରାମ […] The post ରାମ ମନ୍ଦିର ପରେ ବି ଅଯୋଧ୍ୟାରେ ହାରିଲା ଭାଜପା, କାରଣ ଜାଣିଲେ ହୋଇଯିବେ ତାଜୁବ appeared first on Dharitri Odia News.

ରାମ ମନ୍ଦିର ପରେ ବି ଅଯୋଧ୍ୟାରେ ହାରିଲା ଭାଜପା, କାରଣ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୪।୬: ଆସିଛି ନିର୍ବାଚନ ଫଳାଫଳ। ୨୪ ନିର୍ବାଚନ ରେଜଲ୍ଟରେ ଭାଜପା ୩୦୦ ଛୁଇଁ ନାହିଁ। ତେବେ ସବୁଠାରୁ ବଡ଼ କଥା ହେଉଛି ଅଯୋଧ୍ୟାରୁ ଭାରତୀୟ ଜନତ ପାର୍ଟି ପରାଜିତ ହୋଇଛି। ଫୈଜାବାଦ ଆସନରୁ ଭାଜପା ହାରିଛି। ଭାଜପା ପାର୍ଥୀ ଲାଲୁ ସିଂଙ୍କୁ ସମାଜବାଦୀ ପାର୍ଟି ଅୱାଧେଶ ପ୍ରସାଦ ପରାସ୍ତ କରିଛନ୍ତି। ପ୍ରାୟ ୫୫ ହଜାର ଭୋଟରେ ଅଓ୍ବାଧେଶ ବିଜୟୀ ହୋଇଛନ୍ତି। ତେବେ ରାଜନୈତିକ ମହଲରେ ଏବେ ସବୁଠାରୁ ଅଧିକ ଚର୍ଚ୍ଚା ହେଉଛି ଯେ ନିଜେ ଫୈଜାବାଦର ରାମ ମନ୍ଦିର ଆସନରେ ଭାଜପା କିପରି ହାରିଗଲା।

ଏଥର ସମାଜବାଦୀ ପାର୍ଟିର ପିଡିଏ (ପଛୁଆ-ଦଳିତ-ସଂଖ୍ୟାଲଘୁ) କାର୍ଡ ଭାଜପାର ରାମ ମନ୍ଦିର କାର୍ଡ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା। ଯାହା ଫଳରେ ଏସପି ଭାଜପାର ଏହି ଦୁର୍ଗକୁ ଭାଙ୍ଗିବାରେ ସଫଳ ହୋଇଥିଲା।

ଏସପି ନିର୍ବାଚନୀ ପ୍ରଚାର ସମୟରେ, ଦଳିତ ଏବଂ ପଛୁଆ ପ୍ରାଧାନ୍ୟ ଅଞ୍ଚଳରେ ସମର୍ଥନ ହାସଲ କରିଥିଲା। ଅନ୍ୟପଟେ ଭାଜପା ଅଯୋଧ୍ୟା ଧାମର ବିକାଶ ଉପରେ ବେଶୀ ନଜର ଦେବା ସହ ରାମ ମନ୍ଦିର ନାମ ନେଇ ଭୋଟ ଭିକ୍ଷାକରିଥିଲା। ଦଳ ସୋସିଆଲ ମିଡିଆ ଠାରୁ ନିର୍ବାଚନ ପ୍ରଚାର ପର୍ଯ୍ୟନ୍ତ ଅଯୋଧ୍ୟା ଧାମରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟ ବିଷୟରେ କହି ପ୍ରଚାର କରିଥିଲା। ଯାହାଯୋଗୁଁ ଏସପି ସେଠାରେ ଦଳିତ କାର୍ଡ ଖେଳି ଭୋଟ ହତେଇବାରେ ସୁବିଧା ହୋଇଥିଲା। ରାମପଥ ନିର୍ମାଣ ସମୟରେ ଅନେକଙ୍କ ଘର ଭାଙ୍ଗି ଦିଆଯାଇଥିଲା, କିନ୍ତୁ କ୍ଷତିପୂରଣ ମିଳି ନ ଥିଲା। ଯାହାଯୋଗୁ ଅଧିକାଂଶ ଲୋକ ଅସନ୍ତୁଷ୍ଟ ଥିଲେ।

The post ରାମ ମନ୍ଦିର ପରେ ବି ଅଯୋଧ୍ୟାରେ ହାରିଲା ଭାଜପା, କାରଣ ଜାଣିଲେ ହୋଇଯିବେ ତାଜୁବ appeared first on Dharitri Odia News.