ପରଲୋକରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତା ସାଧୁ ମେହେର
ଭୁବନେଶ୍ୱର,୨।୨: ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଏବଂ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ସାଧୁ ମେହେର ଆଉ ନାହାନ୍ତି। ଶୁକ୍ରବାର ୮୪ ବର୍ଷ ବୟସରେ ସେ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ସେ ଖ୍ୟାତି ଅର୍ଜନ କରିଥିଲେ। ଏବେ ତାଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ଉଭୟ ସିନେମାଜଗତରେ ଶୋକର ଛାୟା ଖେଳିଯାଇଛି। ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ସାଧୁ ମେହେର ହିନ୍ଦୀ ଫିଲ୍ମରୁ ସେ ତାଙ୍କ କ୍ୟାରିୟର […] The post ପରଲୋକରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତା ସାଧୁ ମେହେର appeared first on Dharitri Odia News.
ଭୁବନେଶ୍ୱର,୨।୨: ଲୋକପ୍ରିୟ ଅଭିନେତା, ନିର୍ଦ୍ଦେଶକ ଏବଂ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ସାଧୁ ମେହେର ଆଉ ନାହାନ୍ତି। ଶୁକ୍ରବାର ୮୪ ବର୍ଷ ବୟସରେ ସେ ମୁମ୍ବାଇସ୍ଥିତ ବାସଭବନରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାରେ ସେ ଖ୍ୟାତି ଅର୍ଜନ କରିଥିଲେ। ଏବେ ତାଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ଉଭୟ ସିନେମାଜଗତରେ ଶୋକର ଛାୟା ଖେଳିଯାଇଛି।

ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ସାଧୁ ମେହେର ହିନ୍ଦୀ ଫିଲ୍ମରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଓଡ଼ିଆ ଫିଲ୍ମ କରିଥିଲେ। ୧୯୬୯ରେ ରିଲିଜ ହୋଇଥିବା ମୃଣାଳ ସେନଙ୍କ ହିନ୍ଦୀ ଫିଲ୍ମ ଭୁବନ ସୋମ ଥିଲା ସାଧୁ ମେହେରଙ୍କ ପ୍ରଥମ ଫିଲ୍ମ। ୧୯୭୪ ମସିହାରେ ରିଲିଜ ହୋଇଥିଲା ତାଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ଅଙ୍କୁର। ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ସେହିଭଳି ଓଡ଼ିଆରେ ସେ ଅଭିମାନ, ମନ୍ଥନ, ବାଲିଘର,ଶୀତ ରାତି, ଜୟ ଜଗନ୍ନାଥ ଆଦିରେ ନିଖୁଣ ଅଭିନୟ କରିଥିଲେ। ସବ୍ୟସାଚୀ ମହାପାତ୍ରଙ୍କ ଜାତୀୟ ପୁରସ୍କାର ବିଜେତା ଫିଲ୍ମ ଭୁଖା(ସମ୍ବଲପୁରୀ ଫିଲ୍ମ)ରେ ଅଭିନୟ କରି ସେ ଓଡ଼ିଶାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅଭିନୟରେ ଦକ୍ଷତାକୁ ନେଇ ୨୦୧୭ ମସିହାରେ ସାଧୁ ମେହେରଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

ତେବେ ଅଭିନୟ ବ୍ୟତିତ ନିର୍ଦ୍ଦେଶନାରେ ମଧ୍ୟ ସେ ପାରଙ୍ଗମ ଥିଲେ। ‘ଅଭିମାନ’, ‘ଅଭିଳାଷା’ ଏବଂ ‘ବବୁଲା(ପିଲାଙ୍କ ଫିଲ୍ମ) ଭଳି ପ୍ରଶଂସିତ ଫିଲ୍ମରେ ସେ ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ।
The post ପରଲୋକରେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତା ସାଧୁ ମେହେର appeared first on Dharitri Odia News.