ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ
ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର ଜଳବାୟୁ ପ୍ରକୃତରେ ନିଆରା। ରାଜ୍ୟ କିମ୍ବା ପଡ଼ୋଶୀ ରାଜ୍ୟକୁ ବାତ୍ୟା, ପବନ ଆସିବା କ୍ଷଣି ଏଠାକାର ଜଳବାୟୁ ସମ୍ପୂର୍ଣ୍ଣ ବଦଳିଯାଏ। ଠିକ୍ ଏବେ ଓଡ଼ିଶାକୁ ‘ଦାନା’ ବାତ୍ୟା ଆସିବା ପରେ ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ବର୍ଷାର ପରିମାଣ ମଧ୍ୟ ଅଧିକ ନ ଥିଲେ ମଧ୍ୟ […] The post ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.
ଦାରିଙ୍ଗବାଡ଼ି,୨୭ା୧୦: ଶୀତ ଦିନ ଆସିଲେ ଦାରିଙ୍ଗବାଡ଼ିକୁ କେହିକେହି ଓଡ଼ିଶାର ଦାର୍ଜିଲିଂ କୁହନ୍ତି ତ ଆଉ କେହି କେହି ଓଡ଼ିଶାର କଶ୍ମୀର ବୋଲି କହିଥାନ୍ତି। ସତରେ ଦାରିଙ୍ଗବାଡ଼ିର ଜଳବାୟୁ ପ୍ରକୃତରେ ନିଆରା। ରାଜ୍ୟ କିମ୍ବା ପଡ଼ୋଶୀ ରାଜ୍ୟକୁ ବାତ୍ୟା, ପବନ ଆସିବା କ୍ଷଣି ଏଠାକାର ଜଳବାୟୁ ସମ୍ପୂର୍ଣ୍ଣ ବଦଳିଯାଏ।
ଠିକ୍ ଏବେ ଓଡ଼ିଶାକୁ ‘ଦାନା’ ବାତ୍ୟା ଆସିବା ପରେ ଅଞ୍ଚଳରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ ବର୍ଷାର ପରିମାଣ ମଧ୍ୟ ଅଧିକ ନ ଥିଲେ ମଧ୍ୟ ଝିପିଝିପି ବର୍ଷା ଓ କୋହଲା ପାଗ ଯୋଗୁ ଶୀତର ପ୍ରକୋପ ବୃଦ୍ଧି ପାଇବା ସହ କୁହୁଡ଼ି ଆଚ୍ଛାଦିତ ଯୋଗୁ ଶୀତର ପ୍ରକୋପ ଦ୍ୱିଗୁଣିତ ହୋଇଯାଇଛି। ‘ଦାନା’ ଆସିବା ପୂର୍ବରୁ ଏବଂ ଏହା ପ୍ରଭାବ ଦୁର୍ବଳ ହେବା ପରେ ମଧ୍ୟ ଦାରିଙ୍ଗବାଡ଼ି ଅଞ୍ଚଳରେ ଝିପିଝିପି ବର୍ଷା କୋହଲା ପାଗ ଓ ଘନ କୁହୁଡ଼ି ଯୋଗୁ ଏବେ କଶ୍ମୀରର ଭ୍ରମ ସୃଷ୍ଟି କରୁଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଉଥିବା ବେଳେ ରବିବାର ସର୍ବନିମ୍ନ ତାପମାତ୍ରା ୧୭.୫ ଡିଗ୍ରୀ ରହିଥିବା ବ୍ଲକ ପକ୍ଷରୁ କୁହାଯାଇଛି।
The post ଦାରିଙ୍ଗବାଡ଼ିରେ ବଦଳିଲା ପାଗ: କୁହୁଡ଼ି ସାଙ୍ଗକୁ ଝିପିଝିପି ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ appeared first on Dharitri Odia News.