ଟେନିସରୁ ଅବସର ନେଲେ ପୂର୍ବତନ ନମ୍ବର ଓ୍ବାନ ଖେଳାଳି ମୁଗୁରୁଜା

ମାଡ୍ରିଡ,୨୧।୪: ସ୍ପେନର ଏକାଧିକ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ତଥା ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଗାର୍ବିନ ମୁଗୁରୁଜା ଶନିବାର ଟେନିସରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ୩୦ବର୍ଷୀୟା ଖେଳାଳି ୨୦୨୩ରୁ ଟୁର୍ନାମେଣ୍ଟରେ ଭାଗ ନେଉ ନାହାନ୍ତି। ଆସନ୍ତା ସୋମବାର ମାଡ୍ରିଡଠାରେ ଲୌରିଅସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ପୂର୍ବରୁ ସେ ତାଙ୍କର ଅବସର ଘୋଷଣା କରିଛନ୍ତି। ଆଗକୁ ତାଙ୍କୁ ଲୌରିଅସ୍‌ ଆମ୍ବାସାଡର ଭୂମିକାରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ମୁଗୁରୁଜା ୨୦୧୨ରେ ପ୍ରଫେସନାଲ ହୋଇଥିଲେ। ୨୦୧୬ରେ ଫ୍ରେଞ୍ଚ […] The post ଟେନିସରୁ ଅବସର ନେଲେ ପୂର୍ବତନ ନମ୍ବର ଓ୍ବାନ ଖେଳାଳି ମୁଗୁରୁଜା appeared first on Dharitri Odia News.

ଟେନିସରୁ ଅବସର ନେଲେ ପୂର୍ବତନ ନମ୍ବର ଓ୍ବାନ ଖେଳାଳି ମୁଗୁରୁଜା

ମାଡ୍ରିଡ,୨୧।୪: ସ୍ପେନର ଏକାଧିକ ଗ୍ରାଣ୍ଡସ୍ଲାମ ଚାମ୍ପିୟନ ତଥା ବିଶ୍ୱର ପୂର୍ବତନ ନମ୍ବର ଓ୍ବାନ ଖେଳାଳି ଗାର୍ବିନ ମୁଗୁରୁଜା ଶନିବାର ଟେନିସରୁ ତାଙ୍କର ଅବସର ଘୋଷଣା କରିଛନ୍ତି। ୩୦ବର୍ଷୀୟା ଖେଳାଳି ୨୦୨୩ରୁ ଟୁର୍ନାମେଣ୍ଟରେ ଭାଗ ନେଉ ନାହାନ୍ତି। ଆସନ୍ତା ସୋମବାର ମାଡ୍ରିଡଠାରେ ଲୌରିଅସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ପୂର୍ବରୁ ସେ ତାଙ୍କର ଅବସର ଘୋଷଣା କରିଛନ୍ତି।

ଆଗକୁ ତାଙ୍କୁ ଲୌରିଅସ୍‌ ଆମ୍ବାସାଡର ଭୂମିକାରେ ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି। ମୁଗୁରୁଜା ୨୦୧୨ରେ ପ୍ରଫେସନାଲ ହୋଇଥିଲେ। ୨୦୧୬ରେ ଫ୍ରେଞ୍ଚ ଓପନ ଫାଇନାଲରେ ସେରେନା ଓ୍ବିଲିୟମ୍ସଙ୍କୁ ପରାସ୍ତ କରି ସେ ତାଙ୍କର ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିଲେ। ଏହାର ପରବର୍ତ୍ତି ବର୍ଷ ସେ ଫାଇନାଲରେ ଭେନସ ଓ୍ବିଲିୟମ୍ସଙ୍କୁ ହରାଇ ଓ୍ବିମ୍ବେଲଡନ ଚାମ୍ପିୟନ ହୋଇଥିଲେ ଏବଂ ବିଶ୍ୱ ର଼୍ୟାଙ୍କିଙ୍ଗରେ ନମ୍ବର ଓ୍ବାନ ହୋଇଥିଲେ। ଏହାର ବର୍ଷକ ପରେ ସେ ସିଜନ ଶେଷ ଡବ୍ଲ୍ୟୁଟିଏ ଫାଇନାଲ୍ସ ଚାମ୍ପିୟନଶିପ୍‌ ଜିତିଥିଲେ।

ସୋମବାର ମାଡ୍ରିଡଠାରେ ହେବାକୁଥିବା ସମ୍ମାନଜନକ ଲୌରିଅସ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାର୍ଡ ଉତ୍ସବରେ ଅନେକ ପୂର୍ବତନ ଓ ବର୍ତ୍ତମାନର ସ୍ପୋଟର୍‌ସ ଷ୍ଟାରଙ୍କୁ ଦେଖିବାକୁ ମିଳିବ। ତନ୍ମଧ୍ୟରେ ମୁଗୁରାଜା ଅନ୍ୟତମ। ମୁଗୁରୁଜା କହିଛନ୍ତି, ୨୫ ବର୍ଷ ପୂର୍ବେ ସେ ପ୍ରଥମେ ଟେନିସ ଖେଳିବା ଆରମ୍ଭ କରିଥିଲେ। ସେତେବେଳେ ଜଣେ କେହି କହିଥିଲେ ସେ ଦିନେ ନା ଦିନେ ଜଣେ ପ୍ରଫେସନାଲ ଖେଳାଳି ହୋଇ ବାହାରିବେ। ରୋଲାଣ୍ଡ ଗ୍ୟାରସ ଓ ଓ୍ବିମ୍ବେଲଡନରେ ଟାଇଟଲ ଜିତିବା ଦ୍ୱାରା ତାଙ୍କ ସ୍ବପ୍ନ ସାକାର ହୋଇ ପାରିଛି।

The post ଟେନିସରୁ ଅବସର ନେଲେ ପୂର୍ବତନ ନମ୍ବର ଓ୍ବାନ ଖେଳାଳି ମୁଗୁରୁଜା appeared first on Dharitri Odia News.