ଟ୍ରେନ୍‌ ଭିତରେ ଘଷି ଜାଳି ନିଆଁ ପୋଉଁଥିଲେ, ୨ ଯୁବକ ଗିରଫ

ଟ୍ରେନ୍‌ରେ ଅସାବଧାନତା ପାଇଁ ଅନେକ ସମୟରେ ଅଗ୍ନିକାଣ୍ଡ ଘଟୁଛି। ଏହାକୁ ପରବାୟ ନ କରି ୨ ଜଣ ଯୁବକ ଟ୍ରେନ୍‌ ଭିତରେ ଘଷି ଜାଳି ନିଆଁ ପୋଉଁଥିବାବେଳେ ଗିରଫ ହୋଇଛନ୍ତି। ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି। ୨ ଯୁବକ ଚନ୍ଦନ ଏବଂ ଦେବେନ୍ଦ୍ର ସେମାନଙ୍କ ଲଗେଜରେ ଘଷି ନେଇଥିଲେ। ଟ୍ରେନ୍‌ ଭିତରେ ହଜାର ହଜାର ଯାତ୍ରୀଙ୍କୁ ବିପଦ ମୁହଁକୁ ଠେଲିଦେଇ ସେମାନେ ଘଷି ଜାଳି ନିଆଁ […] The post ଟ୍ରେନ୍‌ ଭିତରେ ଘଷି ଜାଳି ନିଆଁ ପୋଉଁଥିଲେ, ୨ ଯୁବକ ଗିରଫ appeared first on Dharitri Odia News.

ଟ୍ରେନ୍‌ ଭିତରେ ଘଷି ଜାଳି ନିଆଁ ପୋଉଁଥିଲେ, ୨ ଯୁବକ ଗିରଫ

ଟ୍ରେନ୍‌ରେ ଅସାବଧାନତା ପାଇଁ ଅନେକ ସମୟରେ ଅଗ୍ନିକାଣ୍ଡ ଘଟୁଛି। ଏହାକୁ ପରବାୟ ନ କରି ୨ ଜଣ ଯୁବକ ଟ୍ରେନ୍‌ ଭିତରେ ଘଷି ଜାଳି ନିଆଁ ପୋଉଁଥିବାବେଳେ ଗିରଫ ହୋଇଛନ୍ତି। ଆସାମରୁ ଦିଲ୍ଲୀ ଯାଉଥିବା ସମ୍ପର୍କ କ୍ରାନ୍ତି ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଛି। ୨ ଯୁବକ ଚନ୍ଦନ ଏବଂ ଦେବେନ୍ଦ୍ର ସେମାନଙ୍କ ଲଗେଜରେ ଘଷି ନେଇଥିଲେ। ଟ୍ରେନ୍‌ ଭିତରେ ହଜାର ହଜାର ଯାତ୍ରୀଙ୍କୁ ବିପଦ ମୁହଁକୁ ଠେଲିଦେଇ ସେମାନେ ଘଷି ଜାଳି ନିଆଁ ପୋଉଁଥିବାବେଳେ ଉତ୍ତରପ୍ରଦେଶର ଆଲିଗଡ଼ଠାରେ ସେମାନଙ୍କୁ ଗିରଫ କରାଯାଇଥିଲା। ସାଧାରଣ ବଗିରେ ପ୍ରବଳ ଶୀତ ହେଉଥିବାରୁ ସେମାନେ ନିଆଁ ଲଗାଇଥିଲେ ବୋଲି କହିଛନ୍ତି। ଆଇପିସି ଏବଂ ରେଲଓ୍ବେ ଆକ୍ଟର ବିଭିନ୍ନ ଧାରାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଜେଲ ପଠାଇଦିଆଯାଇଛି। ଉକ୍ତ ବଗିରେ ଥିବା ଅନ୍ୟ ୧୪ ଯାତ୍ରୀଙ୍କୁ ଜେରା ପରେ ତାଗିଦ କରି ଛାଡ଼ିଦିଆଯାଇଛି। ଟ୍ରେନ୍‌ରେ ଡ୍ୟୁଟିରେ ଥିବା ଆର୍‌ପିଏଫ୍‌ କର୍ମଚାରୀ ସାଧାରଣ ବଗିରେ ଧୂଆଁ ଦେଖି ସେଠାରେ ପହଞ୍ଚିଲାବେଳକୁ କେତେଜଣ  ନିଆଁ ଚାରିପଟେ ଛିଡ଼ାହୋଇଥିବା ଦେଖିଥିଲେ। ଆଲିଗଡ଼ ଷ୍ଟେଶନରେ ଏକ୍ସପ୍ରେସ୍‌ ଟ୍ରେନ୍‌କୁ ଅଟକାଯାଇ ଅଭିଯୁକ୍ତମାନଙ୍କୁ ଜେରା ପାଇଁ ନିଆଯାଇଥିଲା।

The post ଟ୍ରେନ୍‌ ଭିତରେ ଘଷି ଜାଳି ନିଆଁ ପୋଉଁଥିଲେ, ୨ ଯୁବକ ଗିରଫ appeared first on Dharitri Odia News.