ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇ ଦେବାକୁ ଧମକ, ଫରିଦାବାଦର ଜଣେ ଇଞ୍ଜିନିୟର ଅଟକ

ଅମୃତସର : ପଞ୍ଜାବର ଅମୃତସରରେ ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇ ଦେବା ଧମକ ମାମଲାରେ, ପୁଲିସ ଜଣେ ଯୁବକଙ୍କୁ ଫରିଦାବାଦରୁ ହେପାଜତକୁ ନେଇଛି। ପଞ୍ଜାବ ପୁଲିସ ଶୁକ୍ରବାର କହିଛି ଯେ, ସେ ସନ୍ଦିଗ୍ଧ ଶୁଭମ ଦୁବେଙ୍କୁ ଫରିଦାବାଦରୁ ହେପାଜତକୁ ନେଇଛି। ସେ ଜଣେ ସଫ୍ଟୱେୟାର ଇଞ୍ଜିନିୟର।  ସ୍ୱର୍ଣ୍ଣ ମନ୍ଦିରକୁ RDXରେ ଉଡ଼ାଇ ଦେବାକୁ ଧମକ , ଇ-ମେଲ ପାଇବା ପରେ ଉତ୍ତେଜିତ ମାହୋଲ ... ଅମୃତସରରେ ଚାଞ୍ଚଲ୍ୟପୁଲିସ କମିଶନର ଗୁରପ୍ରୀତ ଭୁଲ୍ଲର ମିଡ଼ିଆକୁ କହିଛନ୍ତି ଯେ, ଫରିଦାବାଦରୁ ଅଭିଯୁକ୍ତ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ହେପାଜତକୁ ନିଆଯାଇଛି। ତାଙ୍କର ଲ୍ୟାପଟପ୍‌-ଫୋନ ଆଦିକୁ ମଧ୍ୟ ଜବତ କରାଯାଇଛି। ହେଲେ , ସେ ଏହାକୁ ଏବେ ଆଂଶିକ ସଫଳତା ଦର୍ଶାଇ , ଯାଞ୍ଚ ଏବେ ଜାରି ରହିଥିବା କହିଛନ୍ତି। ଶୁଭମ ଫରିଦାବାଦର ଜବାହର କଲୋନୀରେ ରୁହନ୍ତି। ଫରିଦାବାଦ ପୁଲିସର ମୁଖପାତ୍ରଙ୍କ ଅନୁସାରେ , ଯୁବକଙ୍କୁ ସନ୍ଦେହ କରାଯାଇ ପଚରାପଚରି କରାଯାଇଛି। ସେ ଗୁରୁଗ୍ରାମ ସ୍ଥିତ ଏକ ଆଇଟି କମ୍ପାନୀରେ ଇଞ୍ଜନିୟର ଅଛନ୍ତି।ଉକ୍ତ ମାମଲାରେ ଦୁଇଟି ଏଫଆଇଆର ରୁଜୁ କରାଯାଇଛି। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) କୁ ଆରଡିଏକ୍ସରେ ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ଅନେକ ଇମେଲ ପଠାଯାଇ ଥିଲା ଏବଂ ଏହାପରେ ସ୍ୱର୍ଣ୍ଣ ମନ୍ଦିରର ସୁରକ୍ଷା ବଢାଇ ଦିଆ ଯାଇ ଥିଲା। ଏସଜିପିସି ପ୍ରମୁଖ ହରଜିନ୍ଦର ସିଂହ ଧାମୀ କହିଛନ୍ତି ଯେ , ୧୪ ଜୁଲାଇରୁ ତାଙ୍

ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇ ଦେବାକୁ ଧମକ, ଫରିଦାବାଦର ଜଣେ ଇଞ୍ଜିନିୟର ଅଟକ

ଅମୃତସର : ପଞ୍ଜାବର ଅମୃତସରରେ ସ୍ୱର୍ଣ୍ଣ ମନ୍ଦିରକୁ ବୋମାରେ ଉଡ଼େଇ ଦେବା ଧମକ ମାମଲାରେ, ପୁଲିସ ଜଣେ ଯୁବକଙ୍କୁ ଫରିଦାବାଦରୁ ହେପାଜତକୁ ନେଇଛି। ପଞ୍ଜାବ ପୁଲିସ ଶୁକ୍ରବାର କହିଛି ଯେ, ସେ ସନ୍ଦିଗ୍ଧ ଶୁଭମ ଦୁବେଙ୍କୁ ଫରିଦାବାଦରୁ ହେପାଜତକୁ ନେଇଛି। ସେ ଜଣେ ସଫ୍ଟୱେୟାର ଇଞ୍ଜିନିୟର।  

ସ୍ୱର୍ଣ୍ଣ ମନ୍ଦିରକୁ RDXରେ ଉଡ଼ାଇ ଦେବାକୁ ଧମକ , ଇ-ମେଲ ପାଇବା ପରେ ଉତ୍ତେଜିତ ମାହୋଲ ... ଅମୃତସରରେ ଚାଞ୍ଚଲ୍ୟ

ପୁଲିସ କମିଶନର ଗୁରପ୍ରୀତ ଭୁଲ୍ଲର ମିଡ଼ିଆକୁ କହିଛନ୍ତି ଯେ, ଫରିଦାବାଦରୁ ଅଭିଯୁକ୍ତ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ ହେପାଜତକୁ ନିଆଯାଇଛି। ତାଙ୍କର ଲ୍ୟାପଟପ୍‌-ଫୋନ ଆଦିକୁ ମଧ୍ୟ ଜବତ କରାଯାଇଛି। ହେଲେ , ସେ ଏହାକୁ ଏବେ ଆଂଶିକ ସଫଳତା ଦର୍ଶାଇ , ଯାଞ୍ଚ ଏବେ ଜାରି ରହିଥିବା କହିଛନ୍ତି। ଶୁଭମ ଫରିଦାବାଦର ଜବାହର କଲୋନୀରେ ରୁହନ୍ତି। ଫରିଦାବାଦ ପୁଲିସର ମୁଖପାତ୍ରଙ୍କ ଅନୁସାରେ , ଯୁବକଙ୍କୁ ସନ୍ଦେହ କରାଯାଇ ପଚରାପଚରି କରାଯାଇଛି। ସେ ଗୁରୁଗ୍ରାମ ସ୍ଥିତ ଏକ ଆଇଟି କମ୍ପାନୀରେ ଇଞ୍ଜନିୟର ଅଛନ୍ତି।

ଉକ୍ତ ମାମଲାରେ ଦୁଇଟି ଏଫଆଇଆର ରୁଜୁ କରାଯାଇଛି। ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସଜିପିସି) କୁ ଆରଡିଏକ୍ସରେ ବିସ୍ଫୋରଣ ନେଇ ଧମକପୂର୍ଣ୍ଣ ଅନେକ ଇମେଲ ପଠାଯାଇ ଥିଲା ଏବଂ ଏହାପରେ ସ୍ୱର୍ଣ୍ଣ ମନ୍ଦିରର ସୁରକ୍ଷା ବଢାଇ ଦିଆ ଯାଇ ଥିଲା। ଏସଜିପିସି ପ୍ରମୁଖ ହରଜିନ୍ଦର ସିଂହ ଧାମୀ କହିଛନ୍ତି ଯେ , ୧୪ ଜୁଲାଇରୁ ତାଙ୍କୁ ପାଞ୍ଚ ଥର ଧମକ ମିଳି ସାରିଥିଲା। 

ସିପି କହିଛନ୍ତି ଯେ, ସ୍ୱର୍ଣ୍ଣ ମନ୍ଦିର ଭିତରେ ଓ ବାହାରେ ସୁରକ୍ଷା ବହୁତ ବଢାଇ ଦିଆଯାଇଛି। ବୋମା ନିରୋଧକ  ଜିନି, ଏଏସଓଜି , ସ୍ୱାଟ ଟିମ୍‌, ଦଙ୍ଗାରୋଧୀ ବାହିନୀକୁ ମୁତୟନ କରାଯାଇଛି। ଗୁରପ୍ରୀତ ସିଂହ କହିଛନ୍ତି ଯେ, ସାଇବର ସ୍ପେସ୍‌ ଖୁବ୍ ବିସ୍ତୃତ। ଏଥିରେ ଅନେକ ବିଦେଶୀ କମ୍ପାନୀଙ୍କ ପ୍ଲାଟଫର୍ମ ୟୁଜ୍‌ ହୋଇଥାଏ। ଏଥିରୁ ସୂଚନାକୁ ବାହାର କରିବାରେ ସମୟ ଲାଗିଯାଏ। ବହୁତ ଲୋକ ଟେକ୍ନୋଲଜିର ମିସ୍‌ ୟୁଜ କରନ୍ତି। ଡାର୍କ ନେଟ୍‌ରୁ ଆଇପି ଆଡ୍ରେସ୍ ଲୁଚାଇ ଭ୍ରମିତ କରନ୍ତି । ଅଲଗା ଅଲଗା ଏଜେନ୍ସି ସହ ମିଶି କାମ କରାଯାଉଛି।

ସେ ଆହୁରି କହିଛନ୍ତି , ଆମକୁ କିଛି ଲିଡ୍‌ ମିଳି ଥିଲା। ଆମ ଟିମ୍‌ ଫରିଦାବାଦରେ ପହଞ୍ଚି ସେଠାରେ ଶୁଭମ ଦୁବେଙ୍କୁ ହେପାଜତକୁ ନେଇଛି। ସେ ବିଟେକ୍‌ କରି ସାରିଛନ୍ତି। ଆମେ ଏହାକୁ ଆଂଶିକ ସଫଳତା କହୁଛୁ,କାରଣ ଏଥିରେ ବହୁତ ଗୁଡ଼ିଏ ଜିନିଷ ହୋଇଥାଏ। ଆମକୁ ଭଲ ଭାବେ ଭେରିଫାଏ କରିବାର ଅଛି ଏବଂ ଏହାପରେ ସଂପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିବ। ଡିଭାଇସେଜ୍‌ର ଫରେନ୍ସିକ୍‌  ଯାଞ୍ଚ ଚାଲିଛି। ଆମର ଆଶା ଯେ,ଖୁବ୍‌ ଶୀଘ୍ର ମାମଲାର ଖୁଲାସା ହୋଇଯିବ। ସେ କହିଛନ୍ତି ଯେ ଇମେଲ୍‌ରେ ଯେଉଁ କଥା ଲେଖାଯାଇଛି , ଏଥିରେ ଦକ୍ଷିଣୀ ରାଜ୍ୟ ସହ ସମ୍ୱନ୍ଧର ମଧ୍ୟ ଆଶଙ୍କା ରହିଛି।