୨ରୁ ନୂଆ ପାଠପଢ଼ା: ଘରକୁ ଯାଇ ନିମନ୍ତ୍ରଣପତ୍ର ଦେଲେ ଗଞ୍ଜାମ ଜିଲାପାଳ
ଛତ୍ରପୁର,୨୮ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ୫ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ନାମଲେଖା ନିମନ୍ତେ ଘରକୁ ଘର ବୁଲି ଅଭିଭାବକଙ୍କୁ ସଚେତନ କରାଯାଉଛି। ଆଗାମୀ ଏପ୍ରିଲ ୨ରେ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଆୟୋଜନ କରାଯିବାର ସମସ୍ତ ବିଧି ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶୁକ୍ରବାର ଛତ୍ରପୁରସ୍ଥିତ ପୁତିଗୋପାଳପୁର ବଡ଼ ସାହିକୁ ଯାଇ ଘରକୁ ଘର ବୁଲି ଶିଶୁବାଟିକା ଓ ସ୍କୁଲରେ ନାମ ଲେଖାଇବାକୁ ଯୋଗ୍ୟ […] The post ୨ରୁ ନୂଆ ପାଠପଢ଼ା: ଘରକୁ ଯାଇ ନିମନ୍ତ୍ରଣପତ୍ର ଦେଲେ ଗଞ୍ଜାମ ଜିଲାପାଳ appeared first on Dharitri Odia News.
ଛତ୍ରପୁର,୨୮ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ୫ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କ ନାମଲେଖା ନିମନ୍ତେ ଘରକୁ ଘର ବୁଲି ଅଭିଭାବକଙ୍କୁ ସଚେତନ କରାଯାଉଛି। ଆଗାମୀ ଏପ୍ରିଲ ୨ରେ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଆୟୋଜନ କରାଯିବାର ସମସ୍ତ ବିଧି ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଶୁକ୍ରବାର ଛତ୍ରପୁରସ୍ଥିତ ପୁତିଗୋପାଳପୁର ବଡ଼ ସାହିକୁ ଯାଇ ଘରକୁ ଘର ବୁଲି ଶିଶୁବାଟିକା ଓ ସ୍କୁଲରେ ନାମ ଲେଖାଇବାକୁ ଯୋଗ୍ୟ ଶିଶୁଙ୍କ ଅଭିବାବକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ନିମନ୍ତ୍ରଣପତ୍ର ବାଣ୍ଟିଥିଲେ। ଏହାଦ୍ୱାରା ସରକାରଙ୍କର ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଲକ୍ଷ୍ୟ ତଥା ଉଦ୍ଦେଶ୍ୟକୁ ପୂରଣ କରାଯାଇ ପାରିବ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲା ଶିକ୍ଷାଧିକାରୀ ରାଜେଶ କୁମାର ପ୍ରଧାନ, ସମଗ୍ର ଶିକ୍ଷା ଅଭିଯାନର ସଂଯୋଜକ ଡକ୍ଟର ସରୋଜ ମୋହନ ପାଳ ପ୍ରମୁଖ ଉପସ୍ଥିତ ଥିଲେ ପ୍ରତ୍ୟେକ ବିଦ୍ୟାଳୟ, ବ୍ଲକ ଓ ଜିଲାସ୍ତରରେ ପ୍ରବେଶ ଉତ୍ସବ ଏବଂ ଖଡ଼ିଛୁଆଁ ଦିବସ ୨ରେ ପାଳନ କରାଯିବ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟସ୍ତରରେ୨ରୁ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି କାର୍ଯ୍ୟକ୍ରମରେ ଲୋକ ପ୍ରତିନିଧ, ମହିଳା ସଂୟ ସହାୟକ ଗୋଷ୍ଠୀ, ପୁରାତନ ଛାତ୍ରଛାତ୍ରୀ, ଅବିଭାବକ, ମାତୃମଣ୍ଡଳ ଇତ୍ୟାଦିଙ୍କ ଅଂଶ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି।
The post ୨ରୁ ନୂଆ ପାଠପଢ଼ା: ଘରକୁ ଯାଇ ନିମନ୍ତ୍ରଣପତ୍ର ଦେଲେ ଗଞ୍ଜାମ ଜିଲାପାଳ appeared first on Dharitri Odia News.