ପରଲୋକରେ ଲିଜେଣ୍ଡ କ୍ରିକେଟର ଅଂଶୁମାନ ଗାଏକ୍ୱାଡ, ରକ୍ତ କର୍କଟ ରୋଗରେ ଥିଲେ ଆକ୍ରାନ୍ତ
ଲିଜେଣ୍ଡ କ୍ରିକେଟର ଅଂଶୁମାନ ଗାଏକ୍ବାଡଙ୍କ ପରଲୋକ । ୭୧ ବର୍ଷ ବୟସରେ ଅଂଶୁମାନ ଗାଏକ୍ବାଡଙ୍କ ଦେହାନ୍ତ । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବିସିସିଆଇ ପକ୍ଷରୁ ଶୋକପ୍ରକାଶ ।
କିଂବଦନ୍ତୀ କ୍ରିକେଟର ଅଂଶୁମାନ ଗାଏକ୍ବାଡଙ୍କ ପରଲୋକ। ୭୧ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ସେ ରକ୍ତ କର୍କଟ ରୋଗରେ ପୀଡିତ ଥିଲେ । ଲଣ୍ଡନର କିଙ୍ଗସ କଲେଜ ହସ୍ପିଟାଲରେ ଚିକିତ୍ସା ପରେ ଗତ ମାସରେ ସେ ଭାରତ ଫେରିଥିଲେ। ଏମିତିକି ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ପକ୍ଷରୁ ମଧ୍ୟ ୧ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।
୧୯୮୩ ଦିନିକିଆ ବିଶ୍ବକପ୍ ବିଜୟୀ ଭାରତୀୟ ଦଳର ସଦସ୍ୟ ହେଉଛନ୍ତି ଗାଏକ୍ବାଡ।୧୯୭୫ ମସିହାଠାରୁ ୧୯୮୭ ମସିହା ପର୍ଯ୍ୟନ୍ତ ସେ ୪୦ ଟେଷ୍ଟ, ୧୫ ଦିନିକିଆ ମ୍ୟାଚ ଖେଳିଛନ୍ତି। ୧୯୯୭ ମସିହାରେ ତାଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ସମୟରେ ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ ପାକିସ୍ତାନ ବିପକ୍ଷରେ ଗୋଟିଏ ପାଳିରେ ସମସ୍ତ ୱିକେଟ ଅକ୍ତିଆର କରି ଚର୍ଚ୍ଚାକୁ ଆସିଥିଲେ । ଗାଏକ୍ବାଡଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିସିସିଆଇ ସମ୍ପାଦକ ଜୟ ଶାହା ଶୋକ ପ୍ରକାଶ କରିଛନ୍ତି।