ପରଲୋକରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା; ୯୮ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ
ନୂଆଦିଲ୍ଲୀ ୨୦।୧୨; ହରିୟାଣାର ପୂର୍ବତନ ସିଏମ ଓମପ୍ରକାଶ ଚୌତାଲାଙ୍କ ଦେହାନ୍ତ ହୋଇଛି। ୮୯ ବର୍ଷ ବୟସରେ ଗୁରୁଗ୍ରାମରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଭାରତୀୟ ଜାତୀୟ ଲୋକ ଦଳ (INLD)ର ମୁଖ୍ୟ ଥିଲେ। ଚୌତାଲା ଶେଷ ଥର ପାଇଁ ୨୦୦୫ରେ ରୋଡି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୫ଥର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଚୌତାଲା ପରିବାର ମୁଖ୍ୟତଃ ହିସାର ବାସିନ୍ଦା। ହରିୟାଣା ରାଜନୀତିରେ ଜାଟ୍ ସମ୍ପ୍ରଦାୟର ନେତା ଭାବେ ତାଙ୍କର ବିଶେଷ ପ୍ରଭାବ ରହିଥିଲା । ଓମପ୍ରକାଶ ଚୌତାଲା ପୂର୍ବତମ ଉପ-ପ୍ରଧାନମନ୍ତ୍ରୀ ଚୌଧୁରୀ ଦେବୀ ଲାଲ ପୁଅ । ଦେବୀଲାଲଙ୍କ ଚାରି ପୁଅଙ୍କ ମଧ୍ୟରୁ ଓମପ୍ରକାଶ ବଡ ପୁଅ । ଅନ୍ୟ ପୁତ୍ରମାନେ ହେଲେପ୍ରତାପ ଚୌତାଲା, ରଣଜିତ ସିଂ ଏବଂ ଜଗଦୀଶ ଚୌତାଲା। ଯେତେବେଳେ ଦେବୀ ଲାଲ ଡେପୁଟି ପ୍ରଧାନମନ୍ତ୍ରୀ ହୋଇଥିଲେ, ବଡ ପୁଅ ଓମପ୍ରକାଶ ଚୌତାଲା ରାଜନୈତିକ ଉତ୍ତରାଧିକାରୀ ଭାବେ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଓମ ପ୍ରକାଶ ମୁଖ୍ୟମନ୍ତ୍ରୀ ଥିଲେ। ୧୯୯୧ରେ ସେ ଲୋକସଭା ନିର୍ବାଚନରେ ହାରିଥିଲେ । ୧୯୯୯ରେ, ଓମପ୍ରକାଶ ଚୌତାଲା ବିଜେପି ସହାୟତାରେ ହରିୟାଣାରେ ସରକାର ଗଠନ କରିଥିଲେ। ୨୦୦୫ ସୁଦ୍ଧା ସେ ହରିୟାଣାର ସିଏମ୍ ହୋଇଥିଲେ । ଦେବୀ ଲାଲ ୨୦୦୧ରେ ମୃତ୍ୟୁ ବରଣ କରିଥିଲେ। ଏହି ସମୟରେ ଓମ୍ ପ୍ରକାଶ ପାଞ୍ଚ ଥର ହରିୟାଣାର ସିଏମ୍
ନୂଆଦିଲ୍ଲୀ ୨୦।୧୨; ହରିୟାଣାର ପୂର୍ବତନ ସିଏମ ଓମପ୍ରକାଶ ଚୌତାଲାଙ୍କ ଦେହାନ୍ତ ହୋଇଛି। ୮୯ ବର୍ଷ ବୟସରେ ଗୁରୁଗ୍ରାମରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ଭାରତୀୟ ଜାତୀୟ ଲୋକ ଦଳ (INLD)ର ମୁଖ୍ୟ ଥିଲେ। ଚୌତାଲା ଶେଷ ଥର ପାଇଁ ୨୦୦୫ରେ ରୋଡି ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ୫ଥର ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ । ଚୌତାଲା ପରିବାର ମୁଖ୍ୟତଃ ହିସାର ବାସିନ୍ଦା। ହରିୟାଣା ରାଜନୀତିରେ ଜାଟ୍ ସମ୍ପ୍ରଦାୟର ନେତା ଭାବେ ତାଙ୍କର ବିଶେଷ ପ୍ରଭାବ ରହିଥିଲା ।
ଓମପ୍ରକାଶ ଚୌତାଲା ପୂର୍ବତମ ଉପ-ପ୍ରଧାନମନ୍ତ୍ରୀ ଚୌଧୁରୀ ଦେବୀ ଲାଲ ପୁଅ । ଦେବୀଲାଲଙ୍କ ଚାରି ପୁଅଙ୍କ ମଧ୍ୟରୁ ଓମପ୍ରକାଶ ବଡ ପୁଅ । ଅନ୍ୟ ପୁତ୍ରମାନେ ହେଲେପ୍ରତାପ ଚୌତାଲା, ରଣଜିତ ସିଂ ଏବଂ ଜଗଦୀଶ ଚୌତାଲା। ଯେତେବେଳେ ଦେବୀ ଲାଲ ଡେପୁଟି ପ୍ରଧାନମନ୍ତ୍ରୀ ହୋଇଥିଲେ, ବଡ ପୁଅ ଓମପ୍ରକାଶ ଚୌତାଲା ରାଜନୈତିକ ଉତ୍ତରାଧିକାରୀ ଭାବେ ହରିୟାଣାର ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୯ ରୁ ୧୯୯୧ ପର୍ଯ୍ୟନ୍ତ ଓମ ପ୍ରକାଶ ମୁଖ୍ୟମନ୍ତ୍ରୀ ଥିଲେ। ୧୯୯୧ରେ ସେ ଲୋକସଭା ନିର୍ବାଚନରେ ହାରିଥିଲେ ।
୧୯୯୯ରେ, ଓମପ୍ରକାଶ ଚୌତାଲା ବିଜେପି ସହାୟତାରେ ହରିୟାଣାରେ ସରକାର ଗଠନ କରିଥିଲେ। ୨୦୦୫ ସୁଦ୍ଧା ସେ ହରିୟାଣାର ସିଏମ୍ ହୋଇଥିଲେ । ଦେବୀ ଲାଲ ୨୦୦୧ରେ ମୃତ୍ୟୁ ବରଣ କରିଥିଲେ। ଏହି ସମୟରେ ଓମ୍ ପ୍ରକାଶ ପାଞ୍ଚ ଥର ହରିୟାଣାର ସିଏମ୍ ଥିଲେ। ଓମ ପ୍ରକାଶ ୮୭ ବର୍ଷ ବୟସରେ ପ୍ରଥମେ ଦଶମ ଏବଂ ପରେ ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୧୯ରେ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ, କିନ୍ତୁ କିଛି କାରଣରୁ ଇଂରାଜୀ କାଗଜ ଦେଇପାରିନଥିଲେ। ଇଂରାଜୀ ବିଷୟ ଫଳାଫଳର ନଥିବାରୁ ହରିୟାଣା ବିଦ୍ୟାଳୟ ଶିକ୍ଷା ବୋର୍ଡ ମଧ୍ୟ ତାଙ୍କର ଦ୍ୱାଦଶ ଫଳାଫଳକୁ ଅଟକାଇ ରଖିଥିଲା । ଅଗଷ୍ଟ ୨୦୨୧ରେ ସେ ଦଶମ ଇଂରାଜୀ କାଗଜ ଦେଇଥିଲେ। ଯେଉଁଥିରେ ସେ ୮୮% ମାର୍କ ହାସଲ କରିଥିଲେ । ଦୁର୍ନୀତି ପାଇଁ ସେ ତିହାର ଜେଲ ମଧ୍ୟ ଯାଇଥିଲେ ।