ପରିଚୟ ଖୋଜୁଛି ଶହ ଶହ ବର୍ଷର ପୁରୁଣା ଖଜା;ପୁରୀ ଖଜାକୁ ଏଯାଏଁ ମିଳିପାରିଲାନି ମାନ୍ୟତା

କନକ ବ୍ୟୁରୋ : ମହାପ୍ରଭୁଙ୍କ ପ୍ରିୟ ଖାଦ୍ୟ ଖଜା,ସୁସ୍ୱାଦୁ ଆଉ ସ୍ୱତନ୍ତ୍ର । ପୁରୀକୁ ଯିଏ ଆସେ, ସିଏ ଖଜା ଖୋଜେ । ଶତାଧିକ ବର୍ଷର ପୁରୁଣା ଏଇ ଖଜା କେବଳ ପୁରୀରେ ହିଁ ମିଳେ । ଶ୍ରୀକ୍ଷେତ୍ରର ପ୍ରାୟ ସବୁ ସାହିରେ ଖଜା ମିଳେ ।  କିନ୍ତୁ ଏଇ ଖଜା ଆଜି ପରିଚୟ ବଜାୟ ରଖିବା ପାଇଁ ସଂଘର୍ଷ କରୁଛି । ସରକାରୀ ସ୍ତରରେ ନା ମିଳୁଛି ପ୍ରୋତ୍ସାହନ ନା ମାନ୍ୟତା । ବର୍ଷ ବର୍ଷ ଧରି GI ଟ୍ୟାଗ୍ ଦାବି ପରେ ମଧ୍ୟ ମିଳିପାରିନି ।  ଏହାର ତିଆରି ଶୈଳୀ ସ୍ଵତନ୍ତ୍ର । ଖଜା ପୁରୀର  ଆଉଏକ ପରିଚୟ । ପୁରୀରେ ଭିନ୍ନଭିନ୍ନ ରକମର ଖଜା ମିଳେ । ମିଠାଖଜା, ମସଲା ଖଜା, ଲୁଣି ଖଜା, ଘିଅ ଖଜା ଆଦି ବିଭିନ୍ନ ପ୍ରକାର ଖଜା ।  ମୂଲ୍ୟ କିଲୋ ପ୍ରତି ୧୦୦ରୁ ୬୦୦ ଟଙ୍କା । ଶତାଧିକ ବ୍ୟବସାୟୀ ଏହା ଉପରେ ନିର୍ଭର କରନ୍ତି । ହେଲେ ଏଯାଏଁ ହୋଇନି ଖଜା କ୍ଳଷ୍ଟର । ସରକାରୀ ସ୍ତରରେ ଖଜାର ପରିଚୟ ଆଜି ବି ଅନ୍ଧାରରେ । ଏଇ ନିଆରା ମିଠାକୁ ନା ମିଳିଛି ସରକାରୀ ପ୍ରୋତ୍ସାହନ ନା ଜିଆଇ ମାନ୍ୟତା । ବର୍ଷବର୍ଷ ଧରି ଏଥିପାଇଁ ଦାବି ହୋଇଥିଲେ ବି ଫଳ ଶୂନ୍ ।  ପୁରା ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଖଜାକୁ କ୍ଷୁଦ୍ରଶିଳ୍ପ ଘୋଷଣା କରାଯାଇଥିଲେ ସୁଦ୍ଧା ରୁଗ୍ଣ ଅବସ୍ଥାରେ ରହିଛି ଖଜାଶିଳ୍ପ । ଖଜା ଉଦ୍ୟୋଗୀମାନଙ୍କୁ ନେଇ ଏକ ଶିଳ୍ପପୁଞ୍ଜ ଗଠନ ଓ ପଞ୍ଜୀକରଣ ପରେ ଏହିଶିଳ୍ପକୁ ସରକାରୀ ସହାୟତା ମିଳିବ। ତେବେ ବର୍ତ୍ତମାନ  ଖଜାର ମାନ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି

ପରିଚୟ ଖୋଜୁଛି ଶହ ଶହ ବର୍ଷର ପୁରୁଣା ଖଜା;ପୁରୀ ଖଜାକୁ ଏଯାଏଁ ମିଳିପାରିଲାନି ମାନ୍ୟତା

କନକ ବ୍ୟୁରୋ : ମହାପ୍ରଭୁଙ୍କ ପ୍ରିୟ ଖାଦ୍ୟ ଖଜା,ସୁସ୍ୱାଦୁ ଆଉ ସ୍ୱତନ୍ତ୍ର । ପୁରୀକୁ ଯିଏ ଆସେ, ସିଏ ଖଜା ଖୋଜେ । ଶତାଧିକ ବର୍ଷର ପୁରୁଣା ଏଇ ଖଜା କେବଳ ପୁରୀରେ ହିଁ ମିଳେ । ଶ୍ରୀକ୍ଷେତ୍ରର ପ୍ରାୟ ସବୁ ସାହିରେ ଖଜା ମିଳେ ।  କିନ୍ତୁ ଏଇ ଖଜା ଆଜି ପରିଚୟ ବଜାୟ ରଖିବା ପାଇଁ ସଂଘର୍ଷ କରୁଛି । ସରକାରୀ ସ୍ତରରେ ନା ମିଳୁଛି ପ୍ରୋତ୍ସାହନ ନା ମାନ୍ୟତା । ବର୍ଷ ବର୍ଷ ଧରି GI ଟ୍ୟାଗ୍ ଦାବି ପରେ ମଧ୍ୟ ମିଳିପାରିନି ।  ଏହାର ତିଆରି ଶୈଳୀ ସ୍ଵତନ୍ତ୍ର । ଖଜା ପୁରୀର  ଆଉଏକ ପରିଚୟ । ପୁରୀରେ ଭିନ୍ନଭିନ୍ନ ରକମର ଖଜା ମିଳେ । ମିଠାଖଜା, ମସଲା ଖଜା, ଲୁଣି ଖଜା, ଘିଅ ଖଜା ଆଦି ବିଭିନ୍ନ ପ୍ରକାର ଖଜା ।  ମୂଲ୍ୟ କିଲୋ ପ୍ରତି ୧୦୦ରୁ ୬୦୦ ଟଙ୍କା । ଶତାଧିକ ବ୍ୟବସାୟୀ ଏହା ଉପରେ ନିର୍ଭର କରନ୍ତି । ହେଲେ ଏଯାଏଁ ହୋଇନି ଖଜା କ୍ଳଷ୍ଟର । ସରକାରୀ ସ୍ତରରେ ଖଜାର ପରିଚୟ ଆଜି ବି ଅନ୍ଧାରରେ । ଏଇ ନିଆରା ମିଠାକୁ ନା ମିଳିଛି ସରକାରୀ ପ୍ରୋତ୍ସାହନ ନା ଜିଆଇ ମାନ୍ୟତା । ବର୍ଷବର୍ଷ ଧରି ଏଥିପାଇଁ ଦାବି ହୋଇଥିଲେ ବି ଫଳ ଶୂନ୍ । 

ପୁରା ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ଖଜାକୁ କ୍ଷୁଦ୍ରଶିଳ୍ପ ଘୋଷଣା କରାଯାଇଥିଲେ ସୁଦ୍ଧା ରୁଗ୍ଣ ଅବସ୍ଥାରେ ରହିଛି ଖଜାଶିଳ୍ପ । ଖଜା ଉଦ୍ୟୋଗୀମାନଙ୍କୁ ନେଇ ଏକ ଶିଳ୍ପପୁଞ୍ଜ ଗଠନ ଓ ପଞ୍ଜୀକରଣ ପରେ ଏହିଶିଳ୍ପକୁ ସରକାରୀ ସହାୟତା ମିଳିବ। ତେବେ ବର୍ତ୍ତମାନ  ଖଜାର ମାନ ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ମାନ ବଢ଼ିଲେ, ଏହାର  ଚାହିଦା ଆହୁରି ବଢ଼ିବା ସହ ସ୍ୱତନ୍ତ୍ରତା ବଜାୟ ରହିବ ବୋଲି ସେବାୟତ ଓ ବ୍ୟବସାୟୀ। କହିଛନ୍ତି । ବ୍ୟକ୍ତିଗତ ସ୍ତରରେ ପ୍ରଚାର ପ୍ରସାର ହେଉଥିବା ଖଜାଶିଳ୍ପକୁ ସରକାରୀ ସହାୟତା ଆବଶ୍ୟକ । GI ଟ୍ୟାଗ୍‌ ମିଳିଲେ ସାରା ବିଶ୍ବରେ ପୁରୀ ଖଜା ପହଞ୍ଚି ପାରିବ ।