ରାମେଶ୍ବରମ କାଫେ ବିସ୍ଫୋରଣ ମାମଲାର ମାଷ୍ଟରମାଇଣ୍ଡ ପଶ୍ଚିମବଙ୍ଗରୁ ଗିରଫ
ନୂଆଦିଲ୍ଲୀ : ବେଙ୍ଗାଲୁରୁର ରାମେଶ୍ବରମ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଆଜି ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଦ୍ବାରା ପଶ୍ଚିମବଙ୍ଗରୁ ଗିରଫ ହୋଇଛି। ଅଭିଯୁକ୍ତ କୋଲକାତାରୁ ଗିରଫ ହୋଇଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ ମୁସାଭିର ହୁସେନ ଶାଜିବ କାଫେରେ ବୋମା ଖଞ୍ଚିଥିବାବେଳେ ଅବଦୁଲ ମାଥିନ ଟାହା ବିସ୍ଫୋରଣର ମାଷ୍ଟରମାଇଣ୍ଡ୍। ୨ ଅଭିଯୁକ୍ତଙ୍କୁ ୨୦୨୦ ମସିହାର ଏକ ଆତଙ୍କବାଦୀ ମାମଲାରେ ପୁଲିସ ଖୋଜୁଥିଲା। ଏନଆଇଏ ଅନୁଯାୟୀ ଅବଦୁଲ ମାଥିନ ତାହା ଆଇଏସ୍ଆଇଏସ୍ର ବେଙ୍ଗାଲୁରୁ ମୋଡ୍ୟୁଲ୍ ସହ ଜଡ଼ିତ। […]

ନୂଆଦିଲ୍ଲୀ : ବେଙ୍ଗାଲୁରୁର ରାମେଶ୍ବରମ କାଫେ ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଆଜି ଏନଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଦ୍ବାରା ପଶ୍ଚିମବଙ୍ଗରୁ ଗିରଫ ହୋଇଛି। ଅଭିଯୁକ୍ତ କୋଲକାତାରୁ ଗିରଫ ହୋଇଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ ମୁସାଭିର ହୁସେନ ଶାଜିବ କାଫେରେ ବୋମା ଖଞ୍ଚିଥିବାବେଳେ ଅବଦୁଲ ମାଥିନ ଟାହା ବିସ୍ଫୋରଣର ମାଷ୍ଟରମାଇଣ୍ଡ୍। ୨ ଅଭିଯୁକ୍ତଙ୍କୁ ୨୦୨୦ ମସିହାର ଏକ ଆତଙ୍କବାଦୀ ମାମଲାରେ ପୁଲିସ ଖୋଜୁଥିଲା। ଏନଆଇଏ ଅନୁଯାୟୀ ଅବଦୁଲ ମାଥିନ ତାହା ଆଇଏସ୍ଆଇଏସ୍ର ବେଙ୍ଗାଲୁରୁ ମୋଡ୍ୟୁଲ୍ ସହ ଜଡ଼ିତ। ଅଭିଯୁକ୍ତମାନେ ଅଭିଯୁକ୍ତମାନେ ମିଛ ପରିଚୟ ନେଇ ରହିଥିଲେ ବୋଲି ଏନଆଇଏ କହିଛି। ଏକ ବିବୃତି ଜାରି କରି ଏନଆଇଏ କହିଛି ପଶ୍ଚିମବଙ୍ଗ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ କେରଳର ପୁଲିସ ଏବଂ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ସହଯୋଗରେ ଅଭିଯୁକ୍ତକୁ ଧରାଯାଇଛି। ମିଳିଥିବା ସୂଚନାନୁଯାୟୀ ଉଭୟ ଶାଜିବ ଏବଂ ଟାହା ଏକ ବିଦେଶୀ ଉତ୍ସରୁ ସୂଚନା ପାଉଛନ୍ତି।