ପରିତ୍ୟକ୍ତ ଖାଦାନରେ ପଡି ଯୁବକଙ୍କ ମୃତ୍ୟୁ, ମାସେ ନପୁରୁଣୁ ଗଲା ଆଉ ଏକ ଜୀବନ

ନୀଳଗିରି ୧୧।୫: ମାସେ ନପରୁଣୁ ପୁଣି ପରିତ୍ୟକ୍ତ ଖାଦାନ ନେଲା ଆଉ ଏକ ଜୀବନ । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ ଘଟିଛି । ପରିତ୍ୟକ୍ତ ଖାଦାନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ କେପି ମାହାଲ ଅଞ୍ଚଳର ସୁନୀଲ ସିଂ । ସୂଚନାଯୋଗ୍ୟ ଯେ, ସୁନୀଲ ରବିବାର କେପିମାହାଲ ଅଞ୍ଚଳରେ ଥିବା ପରିତ୍ୟକ୍ତ ଖାଦାନକୁ ଲୁଗା ସଫା କରିବା ପାଇଁ ଯାଇଥିଲେ । କିନ୍ତୁ ତାଙ୍କ ମୃତଦେହ ଗ୍ରାମବାସୀ ଉଦ୍ଧାର କରିଥିଲେ । ନୀଳଗିରି ପୋଲିସ ଯାଇ ତଦନ୍ତ ଆରମ୍ଭ କରି ଶବ ଜବତ କରିଛି । ଖାଦାନଟି ୧୦୦ ଫୁଟରୁ ଅଧିକ ଖାଲ ହୋଇଥିବା ବେଳେ ପାଣି ଭର୍ତ୍ତି ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଠିକ୍ ମାସକ ପୂର୍ବରୁ ନିକଟରେ ଥିବା ଆଉ ଏକ ଖାଦାନରେ ଜଣେ ନାବାଳକ ବୁଡି ପ୍ରାଣ ହରାଇଥିବା ବେଳେ ଦୁଇ ଦିନ ପରେ ଶବ ମିଳିଥିଲା ।You Can Read:କାର୍‌କୁ ଧକ୍କା ଦେଲା ମିନିଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ମା’ଙ୍କ ଜୀବନ, ୨ ଗୁରୁତର

ପରିତ୍ୟକ୍ତ ଖାଦାନରେ ପଡି ଯୁବକଙ୍କ ମୃତ୍ୟୁ, ମାସେ ନପୁରୁଣୁ ଗଲା ଆଉ ଏକ ଜୀବନ

ନୀଳଗିରି ୧୧।୫: ମାସେ ନପରୁଣୁ ପୁଣି ପରିତ୍ୟକ୍ତ ଖାଦାନ ନେଲା ଆଉ ଏକ ଜୀବନ । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳରେ ଘଟିଛି । ପରିତ୍ୟକ୍ତ ଖାଦାନରେ ପଡି ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଲେ କେପି ମାହାଲ ଅଞ୍ଚଳର ସୁନୀଲ ସିଂ । 

ସୂଚନାଯୋଗ୍ୟ ଯେ, ସୁନୀଲ ରବିବାର କେପିମାହାଲ ଅଞ୍ଚଳରେ ଥିବା ପରିତ୍ୟକ୍ତ ଖାଦାନକୁ ଲୁଗା ସଫା କରିବା ପାଇଁ ଯାଇଥିଲେ । କିନ୍ତୁ ତାଙ୍କ ମୃତଦେହ ଗ୍ରାମବାସୀ ଉଦ୍ଧାର କରିଥିଲେ । ନୀଳଗିରି ପୋଲିସ ଯାଇ ତଦନ୍ତ ଆରମ୍ଭ କରି ଶବ ଜବତ କରିଛି । 

ଖାଦାନଟି ୧୦୦ ଫୁଟରୁ ଅଧିକ ଖାଲ ହୋଇଥିବା ବେଳେ ପାଣି ଭର୍ତ୍ତି ହୋଇ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ଠିକ୍ ମାସକ ପୂର୍ବରୁ ନିକଟରେ ଥିବା ଆଉ ଏକ ଖାଦାନରେ ଜଣେ ନାବାଳକ ବୁଡି ପ୍ରାଣ ହରାଇଥିବା ବେଳେ ଦୁଇ ଦିନ ପରେ ଶବ ମିଳିଥିଲା ।

You Can Read:

କାର୍‌କୁ ଧକ୍କା ଦେଲା ମିନିଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ମା’ଙ୍କ ଜୀବନ, ୨ ଗୁରୁତର