ପରିବାର ଲୋକଙ୍କ ଅଭିଯୋଗ ଡାକ୍ତରଖାନାରୁ ନବଜାତ ଶିଶୁ ଚୋରି, ମହିଳା ଜଣଙ୍କ ଓଟିକୁ ଯାଇନଥିବା CCTVରୁ ସ୍ପଷ୍ଟ

ନୟାଗଡ଼ ୩୦।୧୧: ଡାକ୍ତରଖାନାରୁ ନବଜାତ ଶିଶୁ ଗାଏବ । ଏ ନେଇ ପରିବାର ଲୋକ କଲେ ଅଭିଯୋଗ । ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା । ସିସିଟିଭି ଯାଞ୍ଚ ପରେ ଅଭିଯୋଗର ସତ୍ୟତା ନଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ପୋଲିସର ସୂଚନା । ନୟାଗଡ ଜିଲ୍ଲା ରାଜସୁନାଖଳା ଡାକ୍ତରଖାନାରେ ଆଜି ଏଭଳି ଏକ ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଶୁକ୍ରବାର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ତେବେ ସମୟ ହୋଇନଥିବାରୁ ଏକ ଇଞ୍ଜେକସନ ନେଇ ସେ ଜଣେ ମ୍ୟାଡାମଙ୍କ ପ୍ରରୋଚନାରେ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ  । ଶନିବାର ପୁଣି ଥରେ ସମ୍ପୃକ୍ତ ମ୍ୟାଡାମଙ୍କ ଫୋନ୍ ପାଇ ବିଜୟ ସ୍ତ୍ରୀଙ୍କୁ ଧରି ମେଡିକାଲକୁ ଆସିଥିଲେ । ସ୍ତ୍ରୀଙ୍କୁ ଛାଡି ସେ ମା’ଙ୍କୁ ଆଣିବା ପାଇଁ  ଘରକୁ ଯାଇ ଫେରିବା ପରେ ସ୍ତ୍ରୀ ବାହାରେ ଶୋଇଥିବା ଦେଖିବାକୁ ପାଇଥିଲେ । ସ୍ତ୍ରୀଙ୍କୁ ପଚାରିବା ପରେ ତାଙ୍କର ଏକ ସନ୍ତାନ ହୋଇଥିବା ଏବଂ କିଏ ନେଇଯାଇଥିବା ସେ କହିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କ ଭିଡ ଜମିବା ସହ ଉତ୍ତେଜନା ଦେଖାଦେଇଥିଲା ।ଅଭିଯୋଗ ଆସିବା ପରେ ମେଡିକାଲ କର୍ତ୍ତୃପକ୍ଷ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥି

ପରିବାର ଲୋକଙ୍କ ଅଭିଯୋଗ ଡାକ୍ତରଖାନାରୁ ନବଜାତ ଶିଶୁ ଚୋରି, ମହିଳା ଜଣଙ୍କ ଓଟିକୁ ଯାଇନଥିବା CCTVରୁ ସ୍ପଷ୍ଟ

ନୟାଗଡ଼ ୩୦।୧୧: ଡାକ୍ତରଖାନାରୁ ନବଜାତ ଶିଶୁ ଗାଏବ । ଏ ନେଇ ପରିବାର ଲୋକ କଲେ ଅଭିଯୋଗ । ଘଟଣାକୁ ନେଇ ଡାକ୍ତରଖାନାରେ ଉତ୍ତେଜନା । ସିସିଟିଭି ଯାଞ୍ଚ ପରେ ଅଭିଯୋଗର ସତ୍ୟତା ନଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ପୋଲିସର ସୂଚନା । ନୟାଗଡ ଜିଲ୍ଲା ରାଜସୁନାଖଳା ଡାକ୍ତରଖାନାରେ ଆଜି ଏଭଳି ଏକ ଘଟଣା ଘଟିଛି ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ାଙ୍କ ପତ୍ନୀ ସୁଧିସ୍ମିତା ପରିଡ଼ା ପ୍ରସବଜନିତ ଯନ୍ତ୍ରଣା ଭୋଗିବାରୁ ଶୁକ୍ରବାର ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ । ତେବେ ସମୟ ହୋଇନଥିବାରୁ ଏକ ଇଞ୍ଜେକସନ ନେଇ ସେ ଜଣେ ମ୍ୟାଡାମଙ୍କ ପ୍ରରୋଚନାରେ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିଲେ  । ଶନିବାର ପୁଣି ଥରେ ସମ୍ପୃକ୍ତ ମ୍ୟାଡାମଙ୍କ ଫୋନ୍ ପାଇ ବିଜୟ ସ୍ତ୍ରୀଙ୍କୁ ଧରି ମେଡିକାଲକୁ ଆସିଥିଲେ । ସ୍ତ୍ରୀଙ୍କୁ ଛାଡି ସେ ମା’ଙ୍କୁ ଆଣିବା ପାଇଁ  ଘରକୁ ଯାଇ ଫେରିବା ପରେ ସ୍ତ୍ରୀ ବାହାରେ ଶୋଇଥିବା ଦେଖିବାକୁ ପାଇଥିଲେ । ସ୍ତ୍ରୀଙ୍କୁ ପଚାରିବା ପରେ ତାଙ୍କର ଏକ ସନ୍ତାନ ହୋଇଥିବା ଏବଂ କିଏ ନେଇଯାଇଥିବା ସେ କହିଥିଲେ । ଏହି ଘଟଣା ପ୍ରଚାର ହେବା ପରେ ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କ ଭିଡ ଜମିବା ସହ ଉତ୍ତେଜନା ଦେଖାଦେଇଥିଲା ।

ଅଭିଯୋଗ ଆସିବା ପରେ ମେଡିକାଲ କର୍ତ୍ତୃପକ୍ଷ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ମହିଳା ଜଣଙ୍କ ଡାକ୍ତରଖାନା ଟିକେଟ କାଟିନଥିବା ଏବଂ କୌଣସି ଡାକ୍ତରଙ୍କୁ ଦେଖାଇନଥିବା ଏପରିକି ଓଟିକୁ ଯାଇନଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି । ତେଣୁ ଅଭିଯୋଗ ମିଥ୍ୟା ଏବଂ ଅଭିଯୋଗକାରୀଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରାଯିବ ବୋଲି ମେଡିକାଲ ଅଫିସର କହିଛନ୍ତି । ସେପଟେ ପୋଲିସ ମଧ୍ୟ ଘଟଣାକୁ ଗୁରୁତ୍ବର ସହ ନେଇ ଅଧିକ ପଚରାଉଚରା କରୁଛି ।

You Can Read:

କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଦଘାଟିତ ହେଲା ନୂଆ ଚକ୍ଷୁ ବିଭାଗ