ପରିବାର ଲୋକଙ୍କୁ ଛୁରିରେ ଆକ୍ରମଣ କଲେ ଛାତ୍ର, ୬ ମୃତ
ଓଟାଓ୍ବା,୮।୩: କାନାଡାର ରାଜଧାନୀ ଓଟାଓ୍ବାରେ ଛୁରାମାଡ଼ରେ ୬ଜଣଙ୍କର ମତ୍ୟୁ ହୋଇଛି। ତାଙ୍କର ୬ଜଣ ରୁମମେଟଙ୍କୁ ଛୁରାମାଡ଼ ଅଭିଯୋଗରେ ଓଟାଓ୍ବା ପୋଲିସ ଜଣେ ୧୯ବର୍ଷୀୟ ଶ୍ରୀଲଙ୍କା ଛାତ୍ରଙ୍କୁ ଗିରଫ କରିଛି। ମୃତକଙ୍କ ମଧ୍ୟରେ ଶ୍ରୀଲଙ୍କା ପରିବାରର ଚାରି ପିଲା ମଧ୍ୟ ଅଛନ୍ତି। ଓଟାଓ୍ବା ପୋଲିସ ମୁଖ୍ୟ ଏରିକ ଷ୍ଟବ୍ସ କହିଛନ୍ତି ଯେ ଫାବ୍ରିକୋ ଡି-ଜୋୟସା ନାମକ ଅଭିଯୁକ୍ତ ତୀକ୍ଷ୍ଣ ଅସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମ ଶ୍ରେଣୀରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ ୬ଟି ମାମଲା […] The post ପରିବାର ଲୋକଙ୍କୁ ଛୁରିରେ ଆକ୍ରମଣ କଲେ ଛାତ୍ର, ୬ ମୃତ appeared first on Dharitri Odia News.
ଓଟାଓ୍ବା,୮।୩: କାନାଡାର ରାଜଧାନୀ ଓଟାଓ୍ବାରେ ଛୁରାମାଡ଼ରେ ୬ଜଣଙ୍କର ମତ୍ୟୁ ହୋଇଛି। ତାଙ୍କର ୬ଜଣ ରୁମମେଟଙ୍କୁ ଛୁରାମାଡ଼ ଅଭିଯୋଗରେ ଓଟାଓ୍ବା ପୋଲିସ ଜଣେ ୧୯ବର୍ଷୀୟ ଶ୍ରୀଲଙ୍କା ଛାତ୍ରଙ୍କୁ ଗିରଫ କରିଛି। ମୃତକଙ୍କ ମଧ୍ୟରେ ଶ୍ରୀଲଙ୍କା ପରିବାରର ଚାରି ପିଲା ମଧ୍ୟ ଅଛନ୍ତି।
ଓଟାଓ୍ବା ପୋଲିସ ମୁଖ୍ୟ ଏରିକ ଷ୍ଟବ୍ସ କହିଛନ୍ତି ଯେ ଫାବ୍ରିକୋ ଡି-ଜୋୟସା ନାମକ ଅଭିଯୁକ୍ତ ତୀକ୍ଷ୍ଣ ଅସ୍ତ୍ରରେ ଲୋକଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ପ୍ରଥମ ଶ୍ରେଣୀରେ ହତ୍ୟା ଏବଂ ହତ୍ୟା ଉଦ୍ୟମ ମାମଲାରେ ୬ଟି ମାମଲା ଦାୟର କରାଯାଇଛି। ପୋଲିସ ଅଧିକାରୀ କହିଛନ୍ତି ଯେ ମୃତ ବ୍ୟକ୍ତିମାନେ ଶ୍ରୀଲଙ୍କା ନାଗରିକ ଯେଉଁମାନେ ନିକଟରେ କାନାଡା ଆସିଥିଲେ। ଏଥିମଧ୍ୟରେ ୩୫ବର୍ଷର ମା, ସାତ ବର୍ଷର ପୁଅ, ଚାରି ବର୍ଷର ଝିଅ, ଦୁଇ ବର୍ଷର ଝିଅ ଏବଂ ଅଢେଇ ମାସର ଶିଶୁ କନ୍ୟା ଅନ୍ତର୍ଭୁକ୍ତ। ଏଥିସହ ପରିବାରର ଜଣେ ପରିଚିତ ୪୦ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।
ପୋଲିସ ମୁଖପାତ୍ର କହିଛନ୍ତି ଯେ ଏହି ଘଟଣା ପରେ ପିଲାମାନଙ୍କର ବାପା ଘରୁ ବାହାରକୁ ଆସି ୯୧୧କୁ ଫୋନ କରିଥିଲେ। ସ୍ବାମୀ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ କହିଛନ୍ତି ଯେ ନିରୀହ ଲୋକଙ୍କ ଉପରେ ଏହା ଏକ ଜଘନ୍ୟ କାର୍ଯ୍ୟ। ଓଟାଓ୍ବାରେ ଥିବା ଶ୍ରୀଲଙ୍କା ହାଇ କମିଶନ କହିଛନ୍ତି ପୀଡିତଙ୍କ ପରିବାର ଶ୍ରୀଲଙ୍କାରୁ ଆସିଛନ୍ତି। ବାପା ବଞ୍ଚିଥିଲେ ମଧ୍ୟ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କର ମୃତ୍ୟୁ ହୋଇଛି। କଲମ୍ବୋରେ ପୀଡିତଙ୍କ ସମ୍ପର୍କୀୟଙ୍କ ସହ ଯୋଗାଯୋଗରେ ଥିବା ହାଇ କମିଶନ କହିଛନ୍ତି।
The post ପରିବାର ଲୋକଙ୍କୁ ଛୁରିରେ ଆକ୍ରମଣ କଲେ ଛାତ୍ର, ୬ ମୃତ appeared first on Dharitri Odia News.