ପରିବାରର ସମସ୍ତ ସଦସ୍ୟ କୁକୁର ଭୁକନ୍ତି ଭଳି
ରିଚ୍ମଣ୍ଡ: ବର୍ଜିନିଆରେ ଏପରି ଏକ ବିଚିତ୍ର ପରିବାର ଅଛନ୍ତି, ସେମାନଙ୍କ ସହିତ କଥା ହେଲେ ଲାଗିବ ଯେପରି କୁକୁର ଭୁକୁଛନ୍ତି। ଆମେରିକାର ଜଣେ ଫିଲ୍ମ ନିର୍ମାତା ମାର୍କ ଲୌଟାଙ୍କୁ ଯେତେବେଳେ ଏ ବାବଦରେ ଜଣାପଡ଼ିଲା, ସେତେବେଳେ ସେ ସେମାନଙ୍କ ସହ ସମ୍ପର୍କ କଲେ। ଏହା ପରେ ହିଁ ସେମାନଙ୍କ ବାବଦରେ ପୂରା ଦୁନିଆକୁ ଜଣାପଡ଼ିଲା। ଅଜବ ଅନୁବଂଶିକ ରୋଗରେ ପୀଡ଼ିତ ଏହି ପରିବାର ଚାଲ୍ସଟନ୍ଠାରୁ ପ୍ରାୟ ୭୫ମାଇଲ ଦୂର ପଶ୍ଚିମ ବର୍ଜିନିଆର ଏକ ଛୋଟ ସହରରେ ରୁହନ୍ତି। […] The post ପରିବାରର ସମସ୍ତ ସଦସ୍ୟ କୁକୁର ଭୁକନ୍ତି ଭଳି appeared first on Dharitri Odia News.
ରିଚ୍ମଣ୍ଡ: ବର୍ଜିନିଆରେ ଏପରି ଏକ ବିଚିତ୍ର ପରିବାର ଅଛନ୍ତି, ସେମାନଙ୍କ ସହିତ କଥା ହେଲେ ଲାଗିବ ଯେପରି କୁକୁର ଭୁକୁଛନ୍ତି। ଆମେରିକାର ଜଣେ ଫିଲ୍ମ ନିର୍ମାତା ମାର୍କ ଲୌଟାଙ୍କୁ ଯେତେବେଳେ ଏ ବାବଦରେ ଜଣାପଡ଼ିଲା, ସେତେବେଳେ ସେ ସେମାନଙ୍କ ସହ ସମ୍ପର୍କ କଲେ। ଏହା ପରେ ହିଁ ସେମାନଙ୍କ ବାବଦରେ ପୂରା ଦୁନିଆକୁ ଜଣାପଡ଼ିଲା। ଅଜବ ଅନୁବଂଶିକ ରୋଗରେ ପୀଡ଼ିତ ଏହି ପରିବାର ଚାଲ୍ସଟନ୍ଠାରୁ ପ୍ରାୟ ୭୫ମାଇଲ ଦୂର ପଶ୍ଚିମ ବର୍ଜିନିଆର ଏକ ଛୋଟ ସହରରେ ରୁହନ୍ତି। ଘରେ କେତେ ପୋଷା କୁକୁର ମଧ୍ୟ ଅଛନ୍ତି। ପରିବାରରେ ୩ ଭାଇ ଟିମ୍ମି, ରେ ଓ ଫ୍ରେଡି ଏବଂ ୨ ଭଉଣୀ ବେଟ୍ଟି, ଲୌରେନ ରୁହନ୍ତି। ରିପୋର୍ଟ ମୁତାବକ, ରକ୍ତ ସମ୍ପର୍କୀୟ ଅଥବା ଏକ ପ୍ରକାରର ଗୋତ୍ରରେ ବିବାହ କରିବାରୁ ପରିବାରର ଏପରି ଅବସ୍ଥା ହୋଇଛି। ଏବେ ପିଢ଼ି ପରେ ପିଢ଼ି ଏପରି ରୋଗରେ ପୀଡ଼ିତ ହେଉଛନ୍ତି। ଏମାନଙ୍କ ମା’-ବାପା ଗ୍ରେସି ଏବଂ ହ୍ବିଟେକର ଭାଇ- ଭଉଣୀ। ନିର୍ମାତା ମାର୍କ କହିଛନ୍ତି, ପରିବାର ଏପରି ରୋଗର ଜନ୍ମଦାତ। ସେ ଯେତେବେଳେ ପ୍ରଥମେ ସେମାନଙ୍କ ଘରକୁ ଯାଇଥିଲେ, ସେତେବେଳେ ସବୁ କିଛି ନିୟନ୍ତ୍ରଣ ବାହାରେ ଥିଲା। ସମସ୍ତେ ନିଜ ଭିତରେ ଭୁକି, ଚିଲେଇ କଥା ହେଉଥିଲେ। ସେମାନଙ୍କ ଭିତରେ ସବୁ କିଛି ଅସାମାନ୍ୟ ଥିଲା। ହେଲେ ସେମାନଙ୍କ ମଧ୍ୟରୁ କେହି କ୍ଷତିକାରକ ନ ଥିଲେ। ବର୍ତ୍ତମାନ ପରିବାରର ଅନେକ ବିଭିନ୍ନ ରୋଗରେ ପୀଡ଼ିତ। କେବଳ କେତେଜଣ ହିଁ ସ୍ପଷ୍ଟ ଭାବେ କଥା ହୋଇପାରୁଛନ୍ତି।
The post ପରିବାରର ସମସ୍ତ ସଦସ୍ୟ କୁକୁର ଭୁକନ୍ତି ଭଳି appeared first on Dharitri Odia News.