୭ ବର୍ଷ ପରେ ମା’ କୋଳକୁ ଫେରିଲେ ଝିଅ
ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବଜରଙ୍ଗୀ ଭାଇଜାନ ଚଳଚ୍ଚିତ୍ରର କାହାଣୀ ସଦୃଶ ହଜିଲା ୬ ବର୍ଷର ବେବି ପାତ୍ର ଘଟଣା ଝାଡ଼ଖଣ୍ଡ ରାଜ୍ୟ ଜାମ୍ଶେଦପୁର ଅଞ୍ଚଳରେ ଚହଳ ପକାଇ ଦେଇଛି। ୭ ବର୍ଷ ଧରି ହଜିଯାଇ ମୟୂରଭଞ୍ଜ ଜିଲା ଶିଶୁ ଯନତ୍ ଅନୁଷ୍ଠାନରେ ପାଠ ପଢୁଥିବା ବେବି ଏବେ ମା’ କୋଳକୁ ଫେରିଛନ୍ତିି। ପରିବାର ଲୋକେ ଝିଅକୁ ପାଇ ଆନନ୍ଦରେ ଆମତ୍ବିଭୋର ହୋଇପଡ଼ିଛନ୍ତି। ଏଭଳି ଘଟଣାକୁ ନେଇ ଜିଲା ପ୍ରଶାସନର ପ୍ରୟାସକୁ ନେଇ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। ପ୍ରକାଶ […] The post ୭ ବର୍ଷ ପରେ ମା’ କୋଳକୁ ଫେରିଲେ ଝିଅ appeared first on Dharitri Odia News.
ବାରିପଦା,୩୦ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବଜରଙ୍ଗୀ ଭାଇଜାନ ଚଳଚ୍ଚିତ୍ରର କାହାଣୀ ସଦୃଶ ହଜିଲା ୬ ବର୍ଷର ବେବି ପାତ୍ର ଘଟଣା ଝାଡ଼ଖଣ୍ଡ ରାଜ୍ୟ ଜାମ୍ଶେଦପୁର ଅଞ୍ଚଳରେ ଚହଳ ପକାଇ ଦେଇଛି। ୭ ବର୍ଷ ଧରି ହଜିଯାଇ ମୟୂରଭଞ୍ଜ ଜିଲା ଶିଶୁ ଯନତ୍ ଅନୁଷ୍ଠାନରେ ପାଠ ପଢୁଥିବା ବେବି ଏବେ ମା’ କୋଳକୁ ଫେରିଛନ୍ତିି। ପରିବାର ଲୋକେ ଝିଅକୁ ପାଇ ଆନନ୍ଦରେ ଆମତ୍ବିଭୋର ହୋଇପଡ଼ିଛନ୍ତି। ଏଭଳି ଘଟଣାକୁ ନେଇ ଜିଲା ପ୍ରଶାସନର ପ୍ରୟାସକୁ ନେଇ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।
ପ୍ରକାଶ ଯେ, ୨୦୧୮ରେ ମୟୂରଭଞ୍ଜ ଜିଲା ଝରାଡ଼ିହୀ ପୋଲିସ ଏକ ଝିଅକୁ ଉଦ୍ଧାର କରି ଚାଇଲ୍ଡଲାଇନ ସବ୍ ସେଣ୍ଟରକୁ ହସ୍ତାନ୍ତର କରିଥିଲା। ଚାଇଲ୍ଡଲାଇନ ପକ୍ଷରୁ ଝିଅଟିକୁ ମୟୂରଭଞ୍ଜ ଶିଶୁ ମଙ୍ଗଳ ସମିତିରେ ହାଜର କରାଇବା ପରେ ବାରିପଦାର ଏକ ଶିଶୁଯତ୍ନ ଅନୁଷ୍ଠାନରେ ରଖାଯାଇଥିଲା। ନିକଟସ୍ଥ ବିଦ୍ୟାଳୟରେ ନାମ ଲେଖାଇ ପଢ଼ିବାର ସୁଯୋଗ ସୃଷ୍ଟି କରିଥିଲେ। ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ପାଠ ପଢ଼ିବା ମଧ୍ୟରେ ଅନୁଷ୍ଠାନ ପକ୍ଷରୁ ବାରମ୍ବାର ଆଲୋଚନା କରାଯାଇ ଠିକଣା ସମ୍ପର୍କରେ ବୁଝିବାକୁ ଚେଷ୍ଟା କରାଯାଇଥିଲା। ତେବେ କିଛିଦିନ ପୂର୍ବରୁ ସେ ନିଜ ଅଞ୍ଚଳକୁ ନେଇଗଲେ ଘର ପରିବାରକୁ ଦେଖାଇପାରିବେ ବୋଲି କହିଥିଲେ। ଏହାକୁ ନେଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍ର ଅଧିକାରିଣୀ ମମତାମୟୀ ବିଶ୍ୱାଳ, ଶିଶୁ ମଙ୍ଗଳ ସମିତିର ସୁରକ୍ଷା ଅଧିକାରୀ ମଧୁସୂଦନ ରଥ ଓ ଚାଇଲ୍ଡ ହେଲ୍ପଲାଇନ୍ର ପରାମର୍ଶଦାତ୍ରୀ ରଶ୍ମିତା ପାଣି ତତ୍ପର ହୋଇ ଗତ ଗୁରୁବାର ବେବିକୁ ସାଙ୍ଗରେ ଧରି ତାଙ୍କ ଗ୍ରାମ ଅଭିମୁଖେ ବାହାରିଥିଲେ। ସୂଚନାକୁ ନେଇ ଝାଡ଼ଖଣ୍ଡ ରାଜ୍ୟ ଜାମଶେଦପୁର ସହରରେ ପହଞ୍ଚତ୍ ଠିକଣା ଜାଣିବାକୁ ଚେଷ୍ଟା କରିଥିଲେ। ମାତ୍ର କୌଣସି ଠିକ୍ ଠିକଣା ନ ପାଇବାରୁ ଅଧିକାରୀମାନେ ନିରାଶ ହୋଇଥିଲେ। ନୂଆଘର, ନୂଆରାସ୍ତା ଦେଖି ବେବି ବାଟବଣା ହୋଇଯାଇଥିଲେ। ସେ କହୁଥିବା ସଙ୍କେତକୁ ଆଧାର କରି ଅଧିକାରୀମାନେ ସ୍ଥାନୀୟ ଲୋକଙ୍କୁ ପଚାରିଥିଲେ ମଧ୍ୟ କେହି ଠିକ୍ ସୂଚନା ଦେଇପାରି ନ ଥିଲେ। ପ୍ରଥମେ ତାଙ୍କ ବଡଭାଇ କାମ କରୁଥିବା ସ୍ଥାନର ସନ୍ଧାନ ମିଳିବା ପରେ ସମ୍ପୂର୍ଣ୍ଣ ଠିକଣା ପାଇଥିଲେ। ପରେ ବେବିକୁ ଧରି ତାଙ୍କ ଘରେ ପହଞ୍ଚତ୍ବା ପରେ ମାଆକୁ ଦେଖି ସେ ଆମତ୍ହରା ହୋଇପଡ଼ିଥିଲେ। ମା’ ମଧ୍ୟ ଏତେ ବର୍ଷ ପରେ ଝିଅକୁ ପାଇ ଖୁସିରେ ଆମତ୍ବିଭୋର ହୋଇପଡ଼ିଥିଲେ। ଏତେଦିନ ପରେ ହଜିଥିବା ଶିଶୁ ପରିବାରକୁ ଫେରିପାଇଥିବାରୁ ଅଞ୍ଚଳବାସୀ ସାଧୁବାଦ ଜଣାଇଥିଲେ। ମାଆ କୋଳକୁ ବେବି ଫେରିଥିବାରୁ ଜିଲାପାଳ ହେମକାନ୍ତ ସୟ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି।
The post ୭ ବର୍ଷ ପରେ ମା’ କୋଳକୁ ଫେରିଲେ ଝିଅ appeared first on Dharitri Odia News.