ପରିବେଶ ସୁରକ୍ଷା ପାଇଁ ଭଦ୍ରକରେ କର୍ଦ୍ଦମ ଦିବସ ପାଳିତ

ଭଦ୍ରକ ୧୬।୬: ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଭଦ୍ରକର ପ୍ରକୃତିପ୍ରେମୀ ମାନେ ମାଟି, ପାଣି, ପବନର ସୁରକ୍ଷା ନିମିତ୍ତ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ଵ କର୍ଦ୍ଦମ ଦିବସ ପାଳନ କରିଛନ୍ତି। ସଂପ୍ରତି ସମଗ୍ର ବିଶ୍ଵ ତାପମାତ୍ରା ବୃଦ୍ଧି ଜନିତ ସମସ୍ୟାରେ ଜର୍ଜରିତ ହେଉଥିବା ବେଳେ ଭଦ୍ରକ ଆରଡ଼ି ରାସ୍ତା ସମ୍ପ୍ରସାରଣ ନାଁରେ ରାସ୍ତାକଡ଼ରେ ଥିବା ଶତାଧିକ ଗଛ କାଟିଦେବାକୁ ବିରୋଧ କରି ଅଂଶଗ୍ରହଣକାରୀ ମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଙ୍କେତିକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପରେ ସେମାନେ ଭଦ୍ରକ ସହର ଉପକଣ୍ଠ ସାହାପୁର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ସାଳନ୍ଦୀ ନଦୀ ତୁଠରେ ଦେହରେ କାଦୁଅ ବୋଳି ହୋଇ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରୟାସ କରିଥିଲେ। କାଦୁଅ କେବଳ ଆମ ଶରୀର ପାଇଁ ଉପକାରୀ ନୁହେଁ ବରଂ ଆର୍ଦ୍ରଭୂମି ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଥିଲା। ଉକ୍ତ ଦିବସର ପ୍ରତିଷ୍ଠାତା ପରିବେଶବିତ୍ ତଥା ସୁପ୍ରିମ କୋର୍ଟର ଆଇନୀବୀ ରାଧାକାନ୍ତ ତ୍ରିପାଠୀ କର୍ଦ୍ଦମ ଦିବସ ପାଳନର ମାର୍ମିକ ତତ୍ତ୍ଵକୁ କେମିତି ପ୍ରତ୍ୟେକ ଲୋକ ହୃଦୟଙ୍ଗମ କରି ପାରିବେ ସେଥିପାଇଁ ସମସ୍ତେ ପ୍ରୟାସ କରିବାକୁ ନିବେଦନ କରିଥିଲେ। ତାଙ୍କ ମତରେ ପଞ୍ଚ ଭୂତରେ ଗଢ଼ା ଆମ ଶରୀରରେ ମାଟି, ପାଣି ଏବଂ ପବନ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ଆମେ ସେଗୁଡ଼ିକର ସୁରକ୍ଷା ପ୍

ପରିବେଶ ସୁରକ୍ଷା ପାଇଁ ଭଦ୍ରକରେ କର୍ଦ୍ଦମ ଦିବସ ପାଳିତ

ଭଦ୍ରକ ୧୬।୬: ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଭଦ୍ରକର ପ୍ରକୃତିପ୍ରେମୀ ମାନେ ମାଟି, ପାଣି, ପବନର ସୁରକ୍ଷା ନିମିତ୍ତ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ବିଶ୍ଵ କର୍ଦ୍ଦମ ଦିବସ ପାଳନ କରିଛନ୍ତି। ସଂପ୍ରତି ସମଗ୍ର ବିଶ୍ଵ ତାପମାତ୍ରା ବୃଦ୍ଧି ଜନିତ ସମସ୍ୟାରେ ଜର୍ଜରିତ ହେଉଥିବା ବେଳେ ଭଦ୍ରକ ଆରଡ଼ି ରାସ୍ତା ସମ୍ପ୍ରସାରଣ ନାଁରେ ରାସ୍ତାକଡ଼ରେ ଥିବା ଶତାଧିକ ଗଛ କାଟିଦେବାକୁ ବିରୋଧ କରି ଅଂଶଗ୍ରହଣକାରୀ ମାନେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଙ୍କେତିକ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ପରେ ସେମାନେ ଭଦ୍ରକ ସହର ଉପକଣ୍ଠ ସାହାପୁର ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟ ସାଳନ୍ଦୀ ନଦୀ ତୁଠରେ ଦେହରେ କାଦୁଅ ବୋଳି ହୋଇ ସଚେତନତାର ବାର୍ତ୍ତା ପହଞ୍ଚାଇବା ପାଇଁ ପ୍ରୟାସ କରିଥିଲେ। କାଦୁଅ କେବଳ ଆମ ଶରୀର ପାଇଁ ଉପକାରୀ ନୁହେଁ ବରଂ ଆର୍ଦ୍ରଭୂମି ପରିବେଶ ସନ୍ତୁଳନ ପାଇଁ ଅପରିହାର୍ଯ୍ୟ ବୋଲି ମତ ପ୍ରକାଶ ପାଇଥିଲା। ଉକ୍ତ ଦିବସର ପ୍ରତିଷ୍ଠାତା ପରିବେଶବିତ୍ ତଥା ସୁପ୍ରିମ କୋର୍ଟର ଆଇନୀବୀ ରାଧାକାନ୍ତ ତ୍ରିପାଠୀ କର୍ଦ୍ଦମ ଦିବସ ପାଳନର ମାର୍ମିକ ତତ୍ତ୍ଵକୁ କେମିତି ପ୍ରତ୍ୟେକ ଲୋକ ହୃଦୟଙ୍ଗମ କରି ପାରିବେ ସେଥିପାଇଁ ସମସ୍ତେ ପ୍ରୟାସ କରିବାକୁ ନିବେଦନ କରିଥିଲେ। ତାଙ୍କ ମତରେ ପଞ୍ଚ ଭୂତରେ ଗଢ଼ା ଆମ ଶରୀରରେ ମାଟି, ପାଣି ଏବଂ ପବନ ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିଭାଉଥିବା ବେଳେ ଆମେ ସେଗୁଡ଼ିକର ସୁରକ୍ଷା ପ୍ରତି ଆଖି ବୁଜି ଦେବା ମାନବିକତାର ପରିପନ୍ଥୀ। ଶେଷରେ ମାଟି, ପାଣି ଓ ପବନର ସୁରକ୍ଷା ପାଇଁ ଅଂଶଗ୍ରହଣକାରୀ ମାନେ ସଂକଳ୍ପ ପାଠ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଜଗନ୍ନାଥ କର, ଅଜୟ ଜେନା, ଶୁଭମ୍ ସେଠୀ, ରଞ୍ଜନ କୁମାର ତ୍ରିପାଠୀ, କାହ୍ନା ପଣ୍ଡା, ସୀତାକାନ୍ତ ତ୍ରିପାଠୀ, କଳାକାର ମନୋଜ ପଣ୍ଡା, ନିଶା ନିବାରଣ ଅଭିଯାନ ରେ ସୁଶାନ୍ତ ଜେନା ପ୍ରମୁଖ ଯୋଗ ଦେଇଥିଲେ।

You Can Read :