ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?

ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ ନାହିଁ, ସେଥିରେ ଧନବାଦର ଟୁଣ୍ଡି ଏବଂ ସାହେବଗଞ୍ଜର ବରହେଟ୍‌ ଆସନ ରହିଛି। ଭାଜପା ଏଠାରେ ପ୍ରାର୍ଥୀ ଦେବାକୁ ଡରୁଥିବା ବିରୋଧୀ ଦଳ ଦାବି କରୁଛି। ସାହେବଗଞ୍ଜ ଆସନକୁ ନେଇ ଦଳର ନେତା ନିରବ ରହୁଛନ୍ତି। ଭାଜପାର ବଡ଼ ନେତା ଏହି ଆସନରେ ପ୍ରାର୍ଥୀ ଓହ୍ଲାଇବା ଲାଗି କେବଳ ଗୋଟିଏ କଥା […] The post ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା? appeared first on Dharitri Odia News.

ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା?
ରାଞ୍ଚି,୨୬।୧୦: ଝାଡ଼ଖଣ୍ଡର ୬୮ ଆସନରେ ନିର୍ବାଚନ ଲଢ଼ୁଥିବା ଭାଜପା ୬୬ ଆସନରେ ପ୍ରାର୍ଥୀ ଘୋଷଣା କରିଛି। ହେଲେ ଯେଉଁ ୨ ଆସନରେ ଦଳ ପ୍ରାର୍ଥୀ ଦେଇ ନାହିଁ, ସେଥିରେ ଧନବାଦର ଟୁଣ୍ଡି ଏବଂ ସାହେବଗଞ୍ଜର ବରହେଟ୍‌ ଆସନ ରହିଛି। ଭାଜପା ଏଠାରେ ପ୍ରାର୍ଥୀ ଦେବାକୁ ଡରୁଥିବା ବିରୋଧୀ ଦଳ ଦାବି କରୁଛି।
ସାହେବଗଞ୍ଜ ଆସନକୁ ନେଇ ଦଳର ନେତା ନିରବ ରହୁଛନ୍ତି। ଭାଜପାର ବଡ଼ ନେତା ଏହି ଆସନରେ ପ୍ରାର୍ଥୀ ଓହ୍ଲାଇବା ଲାଗି କେବଳ ଗୋଟିଏ କଥା କହୁଛନ୍ତି-ଅପେକ୍ଷା କରନ୍ତୁ। ଏମିତିରେ କାହିଁକି ଭାଜପା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବରହେଟ୍‌ରେ ସର୍ବଶେଷରେ ପ୍ରାର୍ଥୀ ଓହ୍ଲାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବରହେଟ୍‌ରେ ଭାଜପା ପ୍ରଥମେ ଦୁମ୍‌କାରୁ ନିର୍ବାଚନ ଲଢ଼ିଥିବା ଲୁଇସ୍‌ ମରାଣ୍ଡିଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଥିଲା। ହେଲେ ଲୁଇସ ସେଠାରେ ଲଢ଼ିବାକୁ ମନା କରିଦେଇଥିଲେ। ଦୁମ୍‌କାରେ ଲୋକମାନଙ୍କ ସହ କ୍ଷେତ୍ର ପ୍ରସ୍ତୁତ କରିଥିବା ଯୋଗୁ ବରହେଟ୍‌ କାହିଁକି ଯିବେ ବୋଲି ସେ ପାଲଟା ପ୍ରଶ୍ନ କରିଥିଲେ। ଏବେ ତାଙ୍କୁ ଜେଏମ୍‌ଏମ୍‌ ଜାମାରୁ ଟିକେଟ ଦେଇଛନ୍ତି। ଏମିତିରେ ଜାମାରୁ ଲଢ଼ିବାକୁ ହଁ ଭରିଥିବା ଲୁଇସ୍‌ କାହିଁକି ବରହେଟ୍‌ ପାଇଁ ଅମଙ୍ଗ ହେଲେ ତାହା ଆଲୋଚନାର ବିଷୟ ପାଲଟିଛି।
ଲୁଇସ ଜେଏମ୍‌ଏମ୍‌ରେ ସାମିଲ ହେବା ପରେ ଭାଜପା ଏବେ ରିସ୍କ ମୋଡ୍‌ରେ ଅଛି। ହେମନ୍ତଙ୍କ ବିପକ୍ଷରେ ପ୍ରାର୍ଥୀ ଯାହାକୁ କରିବେ ସେ ଯଦି ସମୟ ଥାଉ ଓହରିଯିବେ ତେବେ ଦଳ ଲୋକ ହସା ହୋଇପାରେ ବୋଲି ଭାଜପା ଭୟ କରୁଛି।
ଅପରପକ୍ଷେ ଜେଏମ୍‌ଏମ୍‌ ଏହାକୁ ବିଜୟ ଭାବେ ବିବେଚନା କରିପାରେ। ନଭେମ୍ବର ୨୯ ଯାଏ ବରହେଟ୍‌ରେ ପ୍ରାର୍ଥୀ ଦେବାକୁ ସମୟ ଥିବାରୁ ଭାଜପା ବ୍ୟସ୍ତ ନୁହେଁ ବୋଲି କୁହାଯାଉଛି।
୨୦୧୯ରେ ଭାଜପା ହେମନ୍ତ ସୋରେନଙ୍କ ବିପକ୍ଷରେ ସିମୋନ ମାଲ୍‌ତୋଙ୍କୁ ପ୍ରାର୍ଥୀ କରିଥିଲା। ୨୦୧୪ରେ ହେମଲାଲ ମୁର୍ମୁ ପ୍ରାର୍ଥୀ ହୋଇଥିଲେ। ହେଲେ ଏବେ ହେମଲାଲ ହେମନ୍ତ ସୋରେନଙ୍କ ସହ ଅଛନ୍ତି। ସେହିଭଳି ମାଲ୍‌ତୋ ଗତ ନିର୍ବାଚନରେ ୨୫ ହଜାର ଭୋଟ୍‌ରେ ପରାଜିତ ହୋଇଥିଲେ। ଏଣୁ ଭାଜପା ସେଭଳି ଭୁଲ କରିବାକୁ ଚାହୁଁନାହିଁ।

The post ପରିସ୍ଥିତି ନା ରଣନୀତି…ହେମନ୍ତ ସୋରେନଙ୍କ ବରହେଟ୍‌ରେ କାହିଁକି ପ୍ରାର୍ଥୀ ଦେଉନାହିଁ ଭାଜପା? appeared first on Dharitri Odia News.