ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା: ଦିଲ୍ଲୀ AIIMSରୁ ଆସିଲା ବଡ଼ ଖବର

ପୁରୀ,୨୪।୬: ବଳଙ୍ଗାରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ପେଟ୍ରୋଲ ଢାଳି ପୋଡ଼ିଦେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଥିବା ଯୋଗୁଁ ତାଙ୍କୁ ପ୍ରଥମେ ଭୁବନେଶ୍ୱର AIIMSରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଗତ ରବିବାର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯାଇଥିଲା। ଦିଲ୍ଲୀ AIIMS ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ, […] The post ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା: ଦିଲ୍ଲୀ AIIMSରୁ ଆସିଲା ବଡ଼ ଖବର appeared first on Dharitri Odia News.

ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା: ଦିଲ୍ଲୀ AIIMSରୁ ଆସିଲା ବଡ଼ ଖବର

ପୁରୀ,୨୪।୬: ବଳଙ୍ଗାରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଦୁର୍ବୃତ୍ତମାନେ ନିର୍ମମ ଭାବେ ପେଟ୍ରୋଲ ଢାଳି ପୋଡ଼ିଦେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାରେ ପୀଡ଼ିତାଙ୍କ ଶରୀରର ୭୫ ପ୍ରତିଶତ ପୋଡ଼ିଯାଇଥିବା ଯୋଗୁଁ ତାଙ୍କୁ ପ୍ରଥମେ ଭୁବନେଶ୍ୱର AIIMSରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଗତ ରବିବାର ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ AIIMSକୁ ଏୟାରଲିଫ୍ଟ କରାଯାଇଥିଲା।

ଦିଲ୍ଲୀ AIIMS ପକ୍ଷରୁ ଜାରି ହୋଇଥିବା ଏକ ବିବୃତି ଅନୁଯାୟୀ, ପୀଡ଼ିତାଙ୍କର ପୋଡ଼ିଯାଇଥିବା ଅଂଶରେ ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଛି। ଅସ୍ତ୍ରୋପଚାର ପରେ ମଧ୍ୟ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ସେ ଏବେ ଅକ୍ସିଜେନ ସପୋର୍ଟରେ ଅଛନ୍ତି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କ ସୱାସ୍ଥ୍ୟାବସ୍ଥା ଉପରେ ନିରନ୍ତର ନଜର ରଖିଛନ୍ତି।

The post ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା: ଦିଲ୍ଲୀ AIIMSରୁ ଆସିଲା ବଡ଼ ଖବର appeared first on Dharitri Odia News.