ଏମ୍କେସିଜିରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ଜଣେ ଅଟକ
ବ୍ରହ୍ମପୁର,୨୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ଚିକିତ୍ସା ଅବହେଳା ଅଭିଯୋଗରେ ଏମ୍କେସିଜି ଜଣେ ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଆକ୍ରମଣକାରୀଙ୍କୁ କାବୁ କରି ଥାନାରେ ଅଟକ ରଖିଛି। କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ଯେଉଁଭଳି ଆକ୍ରମଣ ହୋଇଥିଲା ସଂଘ ପକ୍ଷରୁ ତାହାର ନିନ୍ଦା କରାଯାଇଛି। ଡାକ୍ତରଙ୍କ ସୁରକ୍ଷାକୁ ନେଇ ଦାବି କରାଯାଉଥିଲେ ମଧ୍ୟ ବିଭିନ୍ନ ସମୟରେ ଡାକ୍ତରମାନଙ୍କୁ ରୋଗୀ ସମ୍ପର୍କୀୟମାନେ ଆକ୍ରମଣ କରୁଛନ୍ତି। ଘଟଣାରୁ ପ୍ରକାଶ ଯେ, […] The post ଏମ୍କେସିଜିରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ଜଣେ ଅଟକ appeared first on Dharitri Odia News.
ବ୍ରହ୍ମପୁର,୨୧ା୭(ସୁବାସ ଚନ୍ଦ୍ର ପାଢ଼ୀ): ଚିକିତ୍ସା ଅବହେଳା ଅଭିଯୋଗରେ ଏମ୍କେସିଜି ଜଣେ ଡକ୍ଟରଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ବୈଦ୍ୟନାଥପୁର ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଛି। ଆକ୍ରମଣକାରୀଙ୍କୁ କାବୁ କରି ଥାନାରେ ଅଟକ ରଖିଛି। କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ଯେଉଁଭଳି ଆକ୍ରମଣ ହୋଇଥିଲା ସଂଘ ପକ୍ଷରୁ ତାହାର ନିନ୍ଦା କରାଯାଇଛି। ଡାକ୍ତରଙ୍କ ସୁରକ୍ଷାକୁ ନେଇ ଦାବି କରାଯାଉଥିଲେ ମଧ୍ୟ ବିଭିନ୍ନ ସମୟରେ ଡାକ୍ତରମାନଙ୍କୁ ରୋଗୀ ସମ୍ପର୍କୀୟମାନେ ଆକ୍ରମଣ କରୁଛନ୍ତି।
ଘଟଣାରୁ ପ୍ରକାଶ ଯେ, ରବିବାର ରାତିରେ ଏକ ସଢ଼କ ଦୁର୍ଘଟଣାରେ ଜଣେ ଯୁବକ ଆହତ ହୋଇ ଏମ୍କେସିଜି ମେଡିକାଲ ଆସିଥିଲେ। ଡାକ୍ତର ସେଠାରେ ଆହତଙ୍କୁ ମୃତ ଘୋଷଣା କରିଥିଲେ। ହେଲେ ସେଠାରେ ଥିବା ଜଣେ ରୋଗୀ ସମ୍ପର୍କୀୟ ଚିକିତ୍ସା ଅବହେଳା ଦର୍ଶାଇ ଉତ୍ତେଜିତ ହୋଇ ଡାକ୍ତରଙ୍କୁ ଗାଳିଗୁଳଜ କରିଥିଲେ। ଏପରିକି ସମ୍ପୃକ୍ତ ଡାକ୍ତରଙ୍କୁ ସେ ମାଡ଼ ମଧ୍ୟ ମାରିଥିଲେ। ଯାହାକୁ ନେଇ ଡାକ୍ତର ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ମେଡିକାଲ ଫାଣ୍ଡି ଅଧିକାରୀ ପୁରୁଷୋତ୍ତମ ପାଇକ ଓ ତାଙ୍କ ଟିମ ସେଠାରେ ପହଞ୍ଚି ଉତ୍ତେଜନା ପ୍ରତିହତ କରିଥିଲେ। ଡାକ୍ତରଙ୍କ ଅଭିଯୋଗ ଆଧାରରେ ଆକ୍ରମଣକାରୀଙ୍କୁ ଧରି ଥାନାକୁ ନିଆଯାଇଥିଲା।
The post ଏମ୍କେସିଜିରେ ଡାକ୍ତରଙ୍କୁ ମାଡ଼ ଅଭିଯୋଗ, ଜଣେ ଅଟକ appeared first on Dharitri Odia News.