ମୋଦି, ପୁଟିନ, ଜିନପିଙ୍ଗଙ୍କ ଫଟୋ ହେଲା ଭାଇରାଲ, ବଢିଲା ଆମେରିକାର ଚିନ୍ତା

ମସ୍କୋ,୨୩।୧୦: ରୁଷିଆର କଜାନରେ ଆୟୋଜିତ ୧୬ତମ ବ୍ରିକ୍ସ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି। ଏହି ସମୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଆମେରିକା ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହାଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକାଠି ବସି ହସୁ ଥିବା ଦେଖିବାକୁ ମିଳିଛି। ବିଶ୍ୱର ୩ଶକ୍ତିଶାଳୀ ଦେଶ […] The post ମୋଦି, ପୁଟିନ, ଜିନପିଙ୍ଗଙ୍କ ଫଟୋ ହେଲା ଭାଇରାଲ, ବଢିଲା ଆମେରିକାର ଚିନ୍ତା appeared first on Dharitri Odia News.

ମୋଦି, ପୁଟିନ, ଜିନପିଙ୍ଗଙ୍କ ଫଟୋ ହେଲା ଭାଇରାଲ, ବଢିଲା ଆମେରିକାର ଚିନ୍ତା

ମସ୍କୋ,୨୩।୧୦: ରୁଷିଆର କଜାନରେ ଆୟୋଜିତ ୧୬ତମ ବ୍ରିକ୍ସ ସମ୍ମିଳନୀ ଉପରେ ସମସ୍ତଙ୍କ ନଜର ରହିଛି। ଏହି ସମୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋ ଆମେରିକା ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହାଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଫଟୋରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକାଠି ବସି ହସୁ ଥିବା ଦେଖିବାକୁ ମିଳିଛି।

ବିଶ୍ୱର ୩ଶକ୍ତିଶାଳୀ ଦେଶ ଭାରତ, ରୁଷିଆ ଏବଂ ଚାଇନାର ବରିଷ୍ଠ ନେତାଙ୍କ ଏହି ହସଖୁସି ଫଟୋ ନିଶ୍ଚିତ ଭାବରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ଚିନ୍ତା ବଢାଇବ। ସୂଚନାଯୋଗ୍ୟ, ବ୍ରିକ୍ସ ହେଉଛି ପାଞ୍ଚଟି ଉଦୀୟମାନ ଅର୍ଥନୀତିର ଏକ ଆନ୍ତର୍ଜାତୀୟ ଗୋଷ୍ଠୀ, ଯେଉଁଥିରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଭୁକ୍ତ । ତେବେ ଏଥର ୪ଟି ନୂତନ ଦେଶ ଇରାନ, ଇଜିପ୍ଟ, ଇଥିଓପିଆ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ମଧ୍ୟ ଯୋଗ ଦେଇଛନ୍ତି। ବ୍ରିକ୍ସ ଗୋଷ୍ଠୀ ଦେଶଗୁଡ଼ିକ ଆମେରିକା ପାଇଁ ସର୍ବଦା ଚିନ୍ତାର ବିଷୟ ପାଲଟିଛନ୍ତି।
ବ୍ରିକ୍ସ ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କୁ ସ୍ବାଗତ କରିଥିଲେ। ସେ ମୋଦିଙ୍କୁ ଆଲିଙ୍ଗନ କରିଥିଲେ। ଏହାପୂର୍ବରୁ ରୁଷିଆର ରାଜ୍ୟ ତାରସ୍ତାନ ମୁଖ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିମାନବନ୍ଦରରେ ସ୍ବାଗତ କରିଥିଲେ।
ଏହା ପରେ ପୁଟିନ ଏବଂ ମୋଦିଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ ୩ ମାସରେ ଦୁଇଥର ରୁଷିଆକୁ ଆସିବା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ପ୍ରମାଣ।
ତେବେ ୫ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିବେ। ଦୁଇ ଦେଶ ମଧ୍ୟରେ ସୀମା ବିବାଦର ସମାଧାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା ପରେ ଏହା ହେଉଛି ପ୍ରଥମ ବୈଠକ। ଏହି ବୈଠକ ପୂର୍ବରୁ ମଧ୍ୟ ଭାଇରାଲ ହୋଇଥିବା ଫଟୋ ଅନେକ କଥା କହୁଛି ଏହି ଫଟୋରେ ପୁଟିନ-ମୋଦି ଏବଂ ଜିନପିଙ୍ଗଙ୍କୁ ସଂଯୋଗ କରୁଥିବା ସେତୁ ପରି ଦେଖାଯାଉଛି।

The post ମୋଦି, ପୁଟିନ, ଜିନପିଙ୍ଗଙ୍କ ଫଟୋ ହେଲା ଭାଇରାଲ, ବଢିଲା ଆମେରିକାର ଚିନ୍ତା appeared first on Dharitri Odia News.