ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ଅଭିନେତ୍ରୀ ଏଲିନା, ଅନୁରାଗ ପଣ୍ଡାଙ୍କ ଧରିଲେ ହାତ

ଭୁବନେଶ୍ୱର,୧୮।୧୧: ବାଜିଲା ଏଲିନାଙ୍କ  ଶାହାନାଇ । ରିଲ୍ ନୁହେଁ  ରିଅଲ ଲାଇଫରେ ନେଲେ ସାତଫେରା। ଓଲିଉଡ୍‌ର ଆଗଧାଡ଼ିର ନାୟିକା ଏଲିନା ସାମନ୍ତରାୟ ହାତକୁ ଦି’  ହାତ ହୋଇଛନ୍ତି । ପରିବାର ଲୋକଙ୍କ  ଉପସ୍ଥିତିରେ ତାଙ୍କ ବହୁଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି । ବିବାହ ଇଣ୍ଡୋନେସିଆର  ବାଲିରେ ହୋଇଛି । ଏହା ତାଙ୍କ ପାଖ ଲୋକମାନଙ୍କ ଠାରୁ ଶୁଣିବାକୁ ମିଳିଛି । ହଠାତ୍‌ ଏହି ଖବର ପାଇବା ଆସିବା ପରେ ଅନେକ  ସିନେପ୍ରେମୀ ଏବଂ ତାଙ୍କ ପ୍ରଶଂସକ ଖୁସି ହୋଇ ଯାଇଛନ୍ତି । ଏନେଇ ଏଲିନା ବାହାଘରର  କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ  ଅପ୍‌ଲୋଡ୍‌ କରିଛନ୍ତି । ଗତକାଲି ବି ସେ ଏକ କାନ୍‌ଭାସ୍‌ରେ ଅନୁରାଗ ଏବଂ ଏଲିନା ଲେଖାଥିବା ଫଟୋ  ପୋଷ୍ଟ କରି ଏ ବିଷୟରେ କିଛି ସୂଚନା ଦେଇଥିଲେ । ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ  ୨୦୨୧ ପାଇଁ ‘ଦୃଷ୍ଟିକୋଣ’ ସିନେମା ଲାଗି  ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ଭାବେ ସେ  ମନୋନୀତ ହୋଇଥିଲେ । ସୌଭାଗ୍ୟକୁ  ଆଜି ଯେତେବେଳେ ପୁରସ୍କାର ବିତରଣ  ଉତ୍ସବରେ ତାଙ୍କ ନାଁ ଡକାଯାଇଥିଲା ସେ  ଅନୁପସ୍ଥିତ ଥିଲେ । ତରଙ୍ଗ ଟିଭିରେ  ‘କିଏ ହେବ ମୋ ହିରୋଇନ୍‌’ ରିଆଲିଟି  ସୋ’ର ପ୍ରଥମ ସଜନ୍‌ରେ ବିଜେତା  ହୋଇ ୨୦୧୫ ମସିହାରେ ‘ଇସ୍କ ତୁ  ହି ତୁ’ ସିନେମା ମାଧ୍ୟମରେ ଓଡ଼ିଆ  ସିନେମା ଜଗତକୁ ପ୍ରବେଶ କରିଥିଲେ ।

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ୍ ଅଭିନେତ୍ରୀ ଏଲିନା, ଅନୁରାଗ ପଣ୍ଡାଙ୍କ ଧରିଲେ ହାତ

ଭୁବନେଶ୍ୱର,୧୮।୧୧: ବାଜିଲା ଏଲିନାଙ୍କ  ଶାହାନାଇ । ରିଲ୍ ନୁହେଁ  ରିଅଲ ଲାଇଫରେ ନେଲେ ସାତଫେରା। ଓଲିଉଡ୍‌ର ଆଗଧାଡ଼ିର ନାୟିକା ଏଲିନା ସାମନ୍ତରାୟ ହାତକୁ ଦି’  ହାତ ହୋଇଛନ୍ତି । ପରିବାର ଲୋକଙ୍କ  ଉପସ୍ଥିତିରେ ତାଙ୍କ ବହୁଦିନର ବନ୍ଧୁ ଅନୁରାଗ ପଣ୍ଡାଙ୍କୁ ପାରମ୍ପରିକ ରୀତିରେ ବିବାହ କରିଛନ୍ତି । 

ବିବାହ ଇଣ୍ଡୋନେସିଆର  ବାଲିରେ ହୋଇଛି । ଏହା ତାଙ୍କ ପାଖ ଲୋକମାନଙ୍କ ଠାରୁ ଶୁଣିବାକୁ ମିଳିଛି । ହଠାତ୍‌ ଏହି ଖବର ପାଇବା ଆସିବା ପରେ ଅନେକ  ସିନେପ୍ରେମୀ ଏବଂ ତାଙ୍କ ପ୍ରଶଂସକ ଖୁସି ହୋଇ ଯାଇଛନ୍ତି । ଏନେଇ ଏଲିନା ବାହାଘରର  କିଛି ଫଟୋ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ  ଅପ୍‌ଲୋଡ୍‌ କରିଛନ୍ତି । ଗତକାଲି ବି ସେ ଏକ କାନ୍‌ଭାସ୍‌ରେ ଅନୁରାଗ ଏବଂ ଏଲିନା ଲେଖାଥିବା ଫଟୋ  ପୋଷ୍ଟ କରି ଏ ବିଷୟରେ କିଛି ସୂଚନା ଦେଇଥିଲେ । 

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ  ୨୦୨୧ ପାଇଁ ‘ଦୃଷ୍ଟିକୋଣ’ ସିନେମା ଲାଗି  ଶ୍ରେଷ୍ଠ ପାଶ୍ୱର୍ ଅଭିନେତ୍ରୀ ଭାବେ ସେ  ମନୋନୀତ ହୋଇଥିଲେ । ସୌଭାଗ୍ୟକୁ  ଆଜି ଯେତେବେଳେ ପୁରସ୍କାର ବିତରଣ  ଉତ୍ସବରେ ତାଙ୍କ ନାଁ ଡକାଯାଇଥିଲା ସେ  ଅନୁପସ୍ଥିତ ଥିଲେ । ତରଙ୍ଗ ଟିଭିରେ  ‘କିଏ ହେବ ମୋ ହିରୋଇନ୍‌’ ରିଆଲିଟି  ସୋ’ର ପ୍ରଥମ ସଜନ୍‌ରେ ବିଜେତା  ହୋଇ ୨୦୧୫ ମସିହାରେ ‘ଇସ୍କ ତୁ  ହି ତୁ’ ସିନେମା ମାଧ୍ୟମରେ ଓଡ଼ିଆ  ସିନେମା ଜଗତକୁ ପ୍ରବେଶ କରିଥିଲେ ।