ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ମିଳୁଛି ପ୍ରଶ୍ନ ପତ୍ର ଏବଂ ଉତ୍ତର, ବହି ଖୋଜି ପଢ଼ୁ ନାହାଁନ୍ତି ଛାତ୍ର ଛାତ୍ରୀ

ବାଲେଶ୍ୱର(କେନ୍ୟୁଜ୍‌): ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୁରି ବୁଲୁଛି ପ୍ରଶ୍ନପତ୍ର । କେବଳ ପ୍ରଶ୍ନ ନୁହେଁ ଉତ୍ତର ମଧ୍ୟ ମିଳି ଯାଉଛି । ତେଣୁ ବହି ପଢିବା ବଦଳରେ ୟୁଟ୍ୟୂବ ଦେଖି ପରିକ୍ଷାରେ ଲେଖୁଛନ୍ତି ଛାତ୍ର ଛାତ୍ରୀ । ତେଣୁ ପିଲା ମାନଙ୍କର ଭବିଷ୍ଯତ ନେଇ ଚିନ୍ତାରେ ପଡି ଯାଇଛନ୍ତି ଅଭିଭାବକ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଶିକ୍ଷାକୁ ତୃଣମୁଳ ସ୍ତରରୁ ସୁଦୃଢ କରିବା ପାଇଁ ସରକାର ଛାତ୍ର ଛାତ୍ରୀ ମାନଙ୍କ […] The post ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ମିଳୁଛି ପ୍ରଶ୍ନ ପତ୍ର ଏବଂ ଉତ୍ତର, ବହି ଖୋଜି ପଢ଼ୁ ନାହାଁନ୍ତି ଛାତ୍ର ଛାତ୍ରୀ appeared first on KNews Odisha.

ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ମିଳୁଛି ପ୍ରଶ୍ନ ପତ୍ର ଏବଂ ଉତ୍ତର, ବହି ଖୋଜି ପଢ଼ୁ ନାହାଁନ୍ତି ଛାତ୍ର ଛାତ୍ରୀ

ବାଲେଶ୍ୱର(କେନ୍ୟୁଜ୍‌): ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ଘୁରି ବୁଲୁଛି ପ୍ରଶ୍ନପତ୍ର । କେବଳ ପ୍ରଶ୍ନ ନୁହେଁ ଉତ୍ତର ମଧ୍ୟ ମିଳି ଯାଉଛି । ତେଣୁ ବହି ପଢିବା ବଦଳରେ ୟୁଟ୍ୟୂବ ଦେଖି ପରିକ୍ଷାରେ ଲେଖୁଛନ୍ତି ଛାତ୍ର ଛାତ୍ରୀ । ତେଣୁ ପିଲା ମାନଙ୍କର ଭବିଷ୍ଯତ ନେଇ ଚିନ୍ତାରେ ପଡି ଯାଇଛନ୍ତି ଅଭିଭାବକ, ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକରୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଶିକ୍ଷାକୁ ତୃଣମୁଳ ସ୍ତରରୁ ସୁଦୃଢ କରିବା ପାଇଁ ସରକାର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ମାତ୍ର କିଛି ଅସାଧୁ କର୍ମଚାରୀ ଏବଂ ୟୁଟ୍ୟୂବରଙ୍କ ପାଇଁ ଭୁସୁଡିବାକୁ ବସିଛି ଶିକ୍ଷା ବ୍ୟବସ୍ଥା । ଆଉ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଛି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ।

ବର୍ତ୍ତମାନ ପ୍ରଥମରୁ ଅଷ୍ଟମ ଶ୍ରେଣି ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କ ବାର୍ଷିକ ପରୀକ୍ଷା ଚାଲିଛି ଆଉ ଏହି ବାର୍ଷିକ ପରୀକ୍ଷାର ସମସ୍ତ ପ୍ରଶ୍ନପତ୍ର ୟୁଟ୍ୟୂବରେ ମିଳୁଛି । ପିଲାମାନେ ବହି ପାଠ ନ ପଢି ମୋବାଇଲରେ ପ୍ରଶ୍ନପତ୍ର ବାହାର କରି ଉତ୍ତର ଲେଖୁଛନ୍ତି । ଏଥିପାଇଁ ଅବିଭାବକ ମାନଙ୍କୁ ମୋବାଇଲ ପାଇଁ ଜିଦ କରୁଛନ୍ତି । ନହେଲେ ଜୀବନ ହାରିବା ପାଇଁ ଦେଉଛନ୍ତି ଧମକ । ତେଣୁ ଏହି ପରିକ୍ଷା ବାତିଲ କରିବା ସହିତ ପ୍ରଶ୍ନପତ୍ର ଭାଇରାଲ କରୁଥିବା ଅସାଧୁ କର୍ମଚାରୀ ଏବଂ ୟୁଟ୍ୟୂବରଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଛନ୍ତି ଅଭିଭାବକ ମାନେ ।

ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ବିଭିନ୍ନ ସରକାରୀ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ଦେଉଥିବା ଛାତ୍ର ଛାତ୍ରୀ ମାନେ ବହି ପାଠ ଅପେକ୍ଷା ମୋବାଇଲ ୟୁଟ୍ୟୁବରୁ ପ୍ରଶ୍ନପତ୍ର ଓ ଉତ୍ତର ବାହାର କରି ପରିକ୍ଷା ଦେବାକୁ ଆସୁଛନ୍ତି । ଆସନ୍ତା କାଲିର ବିଷୟର ପ୍ରଶ୍ନ ପୁର୍ବ ଦିନ ରାତିରେ ବାହାର କରି ସକାଳେ ପରିକ୍ଷା ଦେବାକୁ ଆସୁଛନ୍ତି ଛାତ୍ର ଛାତ୍ରୀ । ଏମିତି କିଛି ପିଲାଙ୍କୁ ଆମେ ଭେଟିଥିଲୁ, ସେମାନେ ସତକଥା ସ୍ୱୀକାର କରିଥିଲେ । ସାଧାରଣ ପ୍ରଶ୍ନର ଉତ୍ତର ଦେଇ ପାରୁ ନଥିଲେ ମଧ୍ୟ ପରିକ୍ଷାରେ ଶତପ୍ରତିଶତ ମାର୍କ ରଖିବେ ବୋଲି କହିଛନ୍ତି । ତେବେ ଏଭଳି ଘଟଣା ବାଲିଆପାଳ ବ୍ଲକ ନୁହେଁ ବରଂ ସମଗ୍ର ରାଜ୍ୟରେ ଦେଖିବାକୁ ମିଳୁଛି । ୟୁଟ୍ୟୁବରେ ପ୍ରଶ୍ନପତ୍ର ମିଳୁଥିବାରୁ ସହଜରେ ପ୍ରଶ୍ନପତ୍ର ପାଇ ପରିକ୍ଷା ଦେବାକୁ ଆସୁଛନ୍ତି ଛାତ୍ର ଛାତ୍ରୀ । ଏହା କରିବା ଦ୍ୱାରା ପିଲା ମାନେ ଆଉ ପାଠ ପ୍ରତି ମନ ଦେଉ ନାହାନ୍ତି ।

 

The post ପରୀକ୍ଷା ପୂର୍ବରୁ ୟୁଟ୍ୟୁବରେ ମିଳୁଛି ପ୍ରଶ୍ନ ପତ୍ର ଏବଂ ଉତ୍ତର, ବହି ଖୋଜି ପଢ଼ୁ ନାହାଁନ୍ତି ଛାତ୍ର ଛାତ୍ରୀ appeared first on KNews Odisha.