ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ସୋମବାର ସଂସଦରେ ଆଗତ ହେବ ବିଲ୍
ନୂଆଦିଲ୍ଲୀ: ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ କରି ପରୀକ୍ଷାରେ ବିଭ୍ରାଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସାର୍ବଜନିକ ପରୀକ୍ଷା(ଅନ୍ୟାୟ ପ୍ରକ୍ରିୟାରେ ରୋକ୍) ଦି ପବ୍ଲିକ ଏକ୍ଜାମି(ପ୍ରିଭେନ୍ସନ ଅପ୍ ଅନ୍ଫେୟାର ମିନ୍ସ) ବିଲ୍ ଆଣିବାକୁ ଯାଉଛନ୍ତି। ସୋମବାର(୫ ଫେବ୍ରୁଆରୀ) ଏହି ବିଲ୍ ସଂସଦରେ ଉପସ୍ଥାପନ ହେବ। ସଂସଦ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି। କେନ୍ଦ୍ର କର୍ମଚାରୀ ଓ ଜନସାଧାରଣ ଅଭିଯୋଗ ପେନସନ୍ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ବିଲ୍ ଉପସ୍ଥାପନ କରିବେ। ବିଲ୍ରେ ପେପର ଲିକ୍ ମାମଲାରେ ୩-୫ ବର୍ଷ ଜେଲ୍ ଦଣ୍ଡ ବିଧାନ ରହିଛି। ଯଦି ଏଭଳି ଅପରାଧକୁ ଜାଣିଶୁଣି ବ୍ୟବସ୍ଥିତ ଢଙ୍ଗରେ କରାଯାଇଥାଏ ତେବେ ୫-୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ରହିଛି। ବିଭିନ୍ନ ସାଧାରଣ ପରୀକ୍ଷା ଯଥା- ୟୁପିଏସ୍ସି, ଏସ୍ଏସ୍ସି, ରେଲ୍ୱେ, ନିଟ୍, ଜେଇଇ ଏବଂ ସିୟୁଇଟିରେ ହେଉଥିବା ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଏହି ବିଲ୍ରେ ବ୍ୟବସ୍ଥା ରହିବ। ପଢ଼ନ୍ତୁ-ୟୁସିସିକୁ ଉତ୍ତରାଖଣ୍ଡ କ୍ୟାବିନେଟ୍ର ମଞ୍ଜୁରୀ, ମଙ୍ଗଳବାର ବିଧାନସଭାରେ ହେବ ଆଗତ ଯଦି ତଦନ୍ତରେ ଅପରାଧ ପ୍ରମାଣିତ ହୁଏ ତେବେ ପରୀକ୍ଷା କରାଉଥିବା ସଂସ୍ଥା ଉପରେ ୧ କୋଟି ଫାଇନ ହେବ। ତା ସହ ପରୀକ୍ଷା ପାଇଁ ଖର୍ଚ୍ଚ ମଧ୍ୟ ସଂସ୍ଥାକୁ ଦେବାକୁ ପଡ଼ିବ। ଏଥିସହିତ ୪ ବର୍ଷ ପାଇଁ ସଂସ୍ଥା ଉପରେ ବ୍ୟାନ ଲଗାଯିବ ବୋଲି ବିଲ୍ରେ ନିୟମ ରହିଛି। ବିଲ୍ରେ ଥିବା ନି
ନୂଆଦିଲ୍ଲୀ: ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ କରି ପରୀକ୍ଷାରେ ବିଭ୍ରାଟକୁ ରୋକିବା ପାଇଁ କେନ୍ଦ୍ର ସରକାର ସାର୍ବଜନିକ ପରୀକ୍ଷା(ଅନ୍ୟାୟ ପ୍ରକ୍ରିୟାରେ ରୋକ୍) ଦି ପବ୍ଲିକ ଏକ୍ଜାମି(ପ୍ରିଭେନ୍ସନ ଅପ୍ ଅନ୍ଫେୟାର ମିନ୍ସ) ବିଲ୍ ଆଣିବାକୁ ଯାଉଛନ୍ତି। ସୋମବାର(୫ ଫେବ୍ରୁଆରୀ) ଏହି ବିଲ୍ ସଂସଦରେ ଉପସ୍ଥାପନ ହେବ। ସଂସଦ ୱେବ୍ସାଇଟ୍ରୁ ଏହି ସୂଚନା ମିଳିଛି।
କେନ୍ଦ୍ର କର୍ମଚାରୀ ଓ ଜନସାଧାରଣ ଅଭିଯୋଗ ପେନସନ୍ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହି ବିଲ୍ ଉପସ୍ଥାପନ କରିବେ। ବିଲ୍ରେ ପେପର ଲିକ୍ ମାମଲାରେ ୩-୫ ବର୍ଷ ଜେଲ୍ ଦଣ୍ଡ ବିଧାନ ରହିଛି। ଯଦି ଏଭଳି ଅପରାଧକୁ ଜାଣିଶୁଣି ବ୍ୟବସ୍ଥିତ ଢଙ୍ଗରେ କରାଯାଇଥାଏ ତେବେ ୫-୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ରହିଛି।
ବିଭିନ୍ନ ସାଧାରଣ ପରୀକ୍ଷା ଯଥା- ୟୁପିଏସ୍ସି, ଏସ୍ଏସ୍ସି, ରେଲ୍ୱେ, ନିଟ୍, ଜେଇଇ ଏବଂ ସିୟୁଇଟିରେ ହେଉଥିବା ପ୍ରଶ୍ନପତ୍ର ଲିକ୍ ରୋକିବାକୁ ଏହି ବିଲ୍ରେ ବ୍ୟବସ୍ଥା ରହିବ।
ପଢ଼ନ୍ତୁ-ୟୁସିସିକୁ ଉତ୍ତରାଖଣ୍ଡ କ୍ୟାବିନେଟ୍ର ମଞ୍ଜୁରୀ, ମଙ୍ଗଳବାର ବିଧାନସଭାରେ ହେବ ଆଗତ
ଯଦି ତଦନ୍ତରେ ଅପରାଧ ପ୍ରମାଣିତ ହୁଏ ତେବେ ପରୀକ୍ଷା କରାଉଥିବା ସଂସ୍ଥା ଉପରେ ୧ କୋଟି ଫାଇନ ହେବ। ତା ସହ ପରୀକ୍ଷା ପାଇଁ ଖର୍ଚ୍ଚ ମଧ୍ୟ ସଂସ୍ଥାକୁ ଦେବାକୁ ପଡ଼ିବ। ଏଥିସହିତ ୪ ବର୍ଷ ପାଇଁ ସଂସ୍ଥା ଉପରେ ବ୍ୟାନ ଲଗାଯିବ ବୋଲି ବିଲ୍ରେ ନିୟମ ରହିଛି।
ବିଲ୍ରେ ଥିବା ନିୟମ ଅନୁସାରେ, ମାମଲାର ତଦନ୍ତ ଡିଏସ୍ପି କିମ୍ବା ଏସିପି ରାଙ୍କ୍ ଠାରୁ ତଳ ରାଙ୍କର ଅଫିସର କରିପାରିବେ ନାହିଁ। ତା ସହିତ ଯଦି କେନ୍ଦ୍ର ସରକାର ଚାହାନ୍ତି ତେବେ କୌଣସି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ମାମଲାରେ ତଦନ୍ତ ଭାର ଦେଇପାରିବେ।
ମୋଟାମୋଟି ଭାବେ, ବିଲ୍ରେ ପରୀକ୍ଷା ସମ୍ପର୍କିତ ୨୦ଟି ଅପରାଧ ଓ ଅନ୍ୟାୟ ଚିହ୍ନଟ କରାଯାଇଛି। ଯେଉଁଥିରେ ନକଲି ପରୀକ୍ଷାର୍ଥୀ, ଉତ୍ତର ଖାତାରେ ହେର୍ଫେର୍ ଏବଂ ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ ଚୂଡ଼ାନ୍ତ ତାଲିକାରେ ପ୍ରାର୍ଥୀଙ୍କର ଡକ୍ୟୁମେଣ୍ଟ୍ର ଚିଟିଂ କରିବା ଭଳି ଅପରାଧ ବିଲ୍ରେ ଚିହ୍ନଟ କରାଯାଇଛି।
The post ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ରୋକିବାକୁ ସୋମବାର ସଂସଦରେ ଆଗତ ହେବ ବିଲ୍ appeared first on Prameya News7.