ପରୀକ୍ଷାରେ ୯୯% ନମ୍ବର ପାଇବା ପାଇଁ ଛାତ୍ରଙ୍କ ହୋମ, Video ସୋସିଆଲ ମିଡିଆର ଭାଇରାଲ
ନୂଆଦିଲ୍ଲୀ ୬।୩: ଦେଶରେ ଏବେ ପରୀକ୍ଷା ଋତୁ। ବାର୍ଷିକ ପରୀକ୍ଷା ପାଇଁ ପିଲାମାନେ ଏବେ ପଢାପଢିରେ ଲାଗିଛନ୍ତି। ଭଲ ନମ୍ବର ରଖି ପାସ କଲେ ଉପର ଶ୍ରେଣୀକୁ ଯିବେ। ନିକଟରେ ବୋର୍ଡ ପରୀକ୍ଷା ସରିଛି। ତେବେ ସ୍କୁଲ ବାର୍ଷିକ ପରୀକ୍ଷା ଏବେ ଛାତ୍ରଛାତ୍ରୀଙ୍କ ନିଦ ହଜେଇ ଦେଇଛି। ପିଲା ଦିନ ରାତି ପାଠ ବହି ପାଖରୁ ଉଠୁ ନାହାନ୍ତି। ହେଲେ ଏମିତିବି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପରୀକ୍ଷା ଆଗକୁ ଆସୁଥିଲେ ବି ପଢା ପ୍ରତି ସେମାନଙ୍କର ନିଘା ନାହିଁ। ଭଗବାନ ସେମାନଙ୍କୁ ପରୀକ୍ଷାରେ ପାସ କରାଇବେ, ଏହି ଆଶାରେ ୩ ଜଣ ଛାତ୍ର ଶ୍ରେଣୀଗୃହରେ ହୋମ କରୁଥିବାର ଦେଖାଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଭାଇରାଲ ହୋଇଯାଇଛି। ଭିଡିଓକୁ ଏପର୍ଯ୍ୟନ୍ତ ୯ ହଜାର ଲୋକେ ଦେଖିଲେଣି। ଯିଏବି ଦେଖୁଛି ଛାତ୍ରଙ୍କ କାରନାମା ଦେଖି ଆଶ୍ଚର୍ଯ୍ୟ ହେଉଛି। ପାଠ ନ ପଢି ପ୍ରତି ବିଷୟରେ ୯୯ ନମ୍ବର ରଖିବା ପାଇଁ ୩ ଜଣ ଛାତ୍ର ହୋମ କରୁଛନ୍ତି ଓ ପ୍ରତି ବିଷୟ ପାଇଁ ନିଆଁରେ ଘୃତାହୁତୀ ଦେଉଛନ୍ତି। ଛାତ୍ରଙ୍କ ହାବଭାବରୁ ସେମାନେ ପରୀକ୍ଷାର ଫଳାଫଳକୁ ଭଗବାନଙ୍କ ହାତରେ ଛାଡି ଦେଇଥିବା ଭଳି ଲାଗୁଛନ୍ତି। ଏଣୁ ଭିଡିଓକୁ ଯିଏବି ଦେଖୁଛି କମେଣ୍ଟ ଲେଖୁଛି। ଏଥିରେ କେତେକ ଆଗାମୀ ୟୁପିଏସସି ପରୀକ୍ଷାରେ ଏପରି ହୋମ କରି ପରୀକ୍ଷା ଦେବାକୁ ଯିବେ ବୋଲି ଉଲ୍ଲେଖ କରୁଛନ୍ତି। स्वाहा हो गया, अब इन बच्चों के हर विषय में 99 नंबर क
ନୂଆଦିଲ୍ଲୀ ୬।୩: ଦେଶରେ ଏବେ ପରୀକ୍ଷା ଋତୁ। ବାର୍ଷିକ ପରୀକ୍ଷା ପାଇଁ ପିଲାମାନେ ଏବେ ପଢାପଢିରେ ଲାଗିଛନ୍ତି। ଭଲ ନମ୍ବର ରଖି ପାସ କଲେ ଉପର ଶ୍ରେଣୀକୁ ଯିବେ। ନିକଟରେ ବୋର୍ଡ ପରୀକ୍ଷା ସରିଛି। ତେବେ ସ୍କୁଲ ବାର୍ଷିକ ପରୀକ୍ଷା ଏବେ ଛାତ୍ରଛାତ୍ରୀଙ୍କ ନିଦ ହଜେଇ ଦେଇଛି। ପିଲା ଦିନ ରାତି ପାଠ ବହି ପାଖରୁ ଉଠୁ ନାହାନ୍ତି। ହେଲେ ଏମିତିବି ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେ ପରୀକ୍ଷା ଆଗକୁ ଆସୁଥିଲେ ବି ପଢା ପ୍ରତି ସେମାନଙ୍କର ନିଘା ନାହିଁ। ଭଗବାନ ସେମାନଙ୍କୁ ପରୀକ୍ଷାରେ ପାସ କରାଇବେ, ଏହି ଆଶାରେ ୩ ଜଣ ଛାତ୍ର ଶ୍ରେଣୀଗୃହରେ ହୋମ କରୁଥିବାର ଦେଖାଯାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ଭାଇରାଲ ହୋଇଯାଇଛି।
ଭିଡିଓକୁ ଏପର୍ଯ୍ୟନ୍ତ ୯ ହଜାର ଲୋକେ ଦେଖିଲେଣି। ଯିଏବି ଦେଖୁଛି ଛାତ୍ରଙ୍କ କାରନାମା ଦେଖି ଆଶ୍ଚର୍ଯ୍ୟ ହେଉଛି। ପାଠ ନ ପଢି ପ୍ରତି ବିଷୟରେ ୯୯ ନମ୍ବର ରଖିବା ପାଇଁ ୩ ଜଣ ଛାତ୍ର ହୋମ କରୁଛନ୍ତି ଓ ପ୍ରତି ବିଷୟ ପାଇଁ ନିଆଁରେ ଘୃତାହୁତୀ ଦେଉଛନ୍ତି। ଛାତ୍ରଙ୍କ ହାବଭାବରୁ ସେମାନେ ପରୀକ୍ଷାର ଫଳାଫଳକୁ ଭଗବାନଙ୍କ ହାତରେ ଛାଡି ଦେଇଥିବା ଭଳି ଲାଗୁଛନ୍ତି। ଏଣୁ ଭିଡିଓକୁ ଯିଏବି ଦେଖୁଛି କମେଣ୍ଟ ଲେଖୁଛି। ଏଥିରେ କେତେକ ଆଗାମୀ ୟୁପିଏସସି ପରୀକ୍ଷାରେ ଏପରି ହୋମ କରି ପରୀକ୍ଷା ଦେବାକୁ ଯିବେ ବୋଲି ଉଲ୍ଲେଖ କରୁଛନ୍ତି।
स्वाहा हो गया, अब इन बच्चों के हर विषय में 99 नंबर कोई नहीं रोक सकता। ???? pic.twitter.com/U9bMousxNz— Shobhna Yadav (@ShobhnaYadava) March 6, 2024
ଏହି ଭିଡିଓ କେଉଁଠିକାର ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ସୋଭନା ଯାଦବ ନାମ୍ନୀ ଜନୈକ ସୋସିଆଲ ମିଡିଆ ୟୁଜର ତାଙ୍କ ହ୍ୟାଣ୍ଡଲରେ ଭିଡିଓ ପୋଷ୍ଟ କରିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ୩ ଜଣ ଛାତ୍ରଙ୍କୁ ଶ୍ରେଣୀଗୃହରେ ଇଟାରେ ହୋମକୁଣ୍ଡ କରି ହୋମ କରୁଥିବା ଦେଖାଯାଉଛି। ଛାତ୍ରମାନେ ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି ଓ ହୋମ କୁଣ୍ଡ ପାଖରେ ସେମାନଙ୍କ ପାଠ୍ୟପୁସ୍ତକ ସଜାଇ ରଖିଛନ୍ତି। ଗୋଟିଏ ଗୋଟିଏ ପୁସ୍ତକ ଉଠାଉଛନ୍ତି ଓ ସେହି ବିଷୟରେ ୯୯ ନମ୍ବର ପାଇବା ପାଇଁ ହୋମରେ ଆହୁତି ଦେଉଛନ୍ତି।
ପରୀକ୍ଷାରେ ପ୍ରତି ବିଷୟରେ ୯୯ ନମ୍ବର ପାଇବା ପାଇଁ ଛାତ୍ରମାନଙ୍କ ଟେକନିକ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି। ଭିଡିଓର କ୍ୟାପସନରେ ଲେଖା ଯାଇଛି ‘ସ୍ୱାହା ହୋଇଯାଇଛି, ଏବେ ଏହି ଛାତ୍ରମାନଙ୍କୁ ପ୍ରତି ବିଷୟରେ ୯୯ ନମ୍ବର ପାଇବାରୁ କେହି ଅଟକାଇ ପାରିବେନି’। ଭିଡିଓ ଉପରେ ଲୋକଙ୍କ ଅନେକ କମେଣ୍ଟ ମଧ୍ୟ ଆସୁଛି। ଜନୈକ ୟୁଜର କମେଣ୍ଟରେ ଲେଖିଛନ୍ତି କିଛି ଦିନ ପୂର୍ବେ ମୋର ବି ପରୀକ୍ଷା ଥିଲା, ହେଲେ ମୋତେ ଏହି ନିଞ୍ଜା ଟେକନିକ ସମ୍ପର୍କରେ ଜଣା ନଥିଲା। ଏଥିରେ ଜଣେ ୟୁଜର ଲେଖିଛନ୍ତି ଯେ ‘ମୋତେ ଆଇଡିଆ ମିଳିଯାଇଛି, ଏଥରକ ୟୁପିଏସସି ଫର୍ମ ପକାଇବି, ଦେଖିବି ଏବେ କିଏ ରୋକିବ ମୋତେ?’
The post ପରୀକ୍ଷାରେ ୯୯% ନମ୍ବର ପାଇବା ପାଇଁ ଛାତ୍ରଙ୍କ ହୋମ, Video ସୋସିଆଲ ମିଡିଆର ଭାଇରାଲ appeared first on Prameya News7.