ପର୍ଣ୍ଣ ଷ୍ଟାର୍‌ଙ୍କୁ ଟଙ୍କା ଦେବା ମାମଲା ସହ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ

ବେଙ୍ଗାଲୁରୁ: ଆମେରିିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ଯୌନ କେଳେଙ୍କାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ। ପର୍ଣ୍ଣ ଷ୍ଟାର୍‌ଙ୍କୁ ଟଙ୍କା ଦେଇ ଦୋଷ ଲୁଚାଇବା ଅଭିଯୋଗରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲା ୨୦୧୬ରେ ରାଷ୍ଟ୍ରପତି ନିର୍ବାନଚ ପୂର୍ବରୁ ହୋଇଥିବା ବେଳେ ଗୁରୁବାର କୋର୍ଟ ଏହାର ଶୁଣାଣି କରିଥିଲେ। ଦୁଇ ଦିନ ଧରି ଶୁଣାଣି ଚାଲିଥିବା ବେଳେ ୧୨ ସଦଶ୍ୟ ବିଶିଷ୍ଠ ଜୁରି ଟ୍ରମ୍ପଙ୍କୁ ସମସ୍ତ ୩୪ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ରୟଟର୍ସରେ ଖବର ପ୍ରକାଶ ପାଇଛି।ଆମେରିକାର ଇତିହାସରେ ଏହା ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ୨୦୧୬ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ପର୍ଣ୍ଣ ଷ୍ଟାର୍ ଷ୍ଟର୍ମି ଡାନିଏଲ୍‌ଙ୍କୁ ଚୁପ୍ ରହିବାକୁ ଟଙ୍କା ଦେଇଥିବା କଥା ଲୁଚାଇଥିଲେ। ଏଥିସହିତ ନିଜ ବ୍ୟବସାୟ ରେକର୍ଡରେ ହେର୍‌ଫେର୍ କରିବା ଭଳି ୩୪ଟି ମାମଲା ତାଙ୍କ ବିରୋଧରେ ହୋଇଥିଲା। ଟ୍ରମ୍ପ କିନ୍ତୁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କର ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ଶାରୀରିକ ସମ୍ପର୍କ ନଥିଲା ବୋଲି କହିଥିଲେ ଟ୍ରମ୍ପ। ଏହି ମାମଲାରେ ଜଷ୍ଟିସ୍ ମାର୍ଚାନ ଜୁଲାଇ ୧୧ ତାରିଖରେ ଟ୍ରମ୍ପଙ୍କୁ ଦଣ୍ଡ ଶୁଣାଇବେ। ଏହାର କିଛିଦିନ ପରେ ଅର୍ଥାତ୍ ଜୁଲାଇ ୧୫ ତାରିଖରେ ରିପବ୍ଲିକାନ ନ୍ୟାସ୍‌ନାଲ କନଭ

ପର୍ଣ୍ଣ ଷ୍ଟାର୍‌ଙ୍କୁ ଟଙ୍କା ଦେବା ମାମଲା ସହ ୩୪ଟି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ

ବେଙ୍ଗାଲୁରୁ: ଆମେରିିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ଯୌନ କେଳେଙ୍କାରୀ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଡୋନାଲ୍ଡ ଟ୍ରମ୍ପ। ପର୍ଣ୍ଣ ଷ୍ଟାର୍‌ଙ୍କୁ ଟଙ୍କା ଦେଇ ଦୋଷ ଲୁଚାଇବା ଅଭିଯୋଗରେ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲା ୨୦୧୬ରେ ରାଷ୍ଟ୍ରପତି ନିର୍ବାନଚ ପୂର୍ବରୁ ହୋଇଥିବା ବେଳେ ଗୁରୁବାର କୋର୍ଟ ଏହାର ଶୁଣାଣି କରିଥିଲେ। ଦୁଇ ଦିନ ଧରି ଶୁଣାଣି ଚାଲିଥିବା ବେଳେ ୧୨ ସଦଶ୍ୟ ବିଶିଷ୍ଠ ଜୁରି ଟ୍ରମ୍ପଙ୍କୁ ସମସ୍ତ ୩୪ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ରୟଟର୍ସରେ ଖବର ପ୍ରକାଶ ପାଇଛି।

ଆମେରିକାର ଇତିହାସରେ ଏହା ପ୍ରଥମ ଥର ପାଇଁ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ୨୦୧୬ରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ପର୍ଣ୍ଣ ଷ୍ଟାର୍ ଷ୍ଟର୍ମି ଡାନିଏଲ୍‌ଙ୍କୁ ଚୁପ୍ ରହିବାକୁ ଟଙ୍କା ଦେଇଥିବା କଥା ଲୁଚାଇଥିଲେ। ଏଥିସହିତ ନିଜ ବ୍ୟବସାୟ ରେକର୍ଡରେ ହେର୍‌ଫେର୍ କରିବା ଭଳି ୩୪ଟି ମାମଲା ତାଙ୍କ ବିରୋଧରେ ହୋଇଥିଲା। ଟ୍ରମ୍ପ କିନ୍ତୁ ଏହି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ। ତାଙ୍କର ଷ୍ଟର୍ମୀ ଡାନିଏଲ୍ସଙ୍କ ସହ ଶାରୀରିକ ସମ୍ପର୍କ ନଥିଲା ବୋଲି କହିଥିଲେ ଟ୍ରମ୍ପ। 

ଏହି ମାମଲାରେ ଜଷ୍ଟିସ୍ ମାର୍ଚାନ ଜୁଲାଇ ୧୧ ତାରିଖରେ ଟ୍ରମ୍ପଙ୍କୁ ଦଣ୍ଡ ଶୁଣାଇବେ। ଏହାର କିଛିଦିନ ପରେ ଅର୍ଥାତ୍ ଜୁଲାଇ ୧୫ ତାରିଖରେ ରିପବ୍ଲିକାନ ନ୍ୟାସ୍‌ନାଲ କନଭେନସନ ଦଳ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିପାରେ। ଘଟଣାରେ ଜଷ୍ଟିସ ମାର୍ଚନା ଜୁରିମାନଙ୍କୁ ଧନ୍ୟବାଦ ଦେଇଛନ୍ତି। କେହି ଆପଣଙ୍କୁ କୌଣସି କାମ ପାଇଁ ବାଧ୍ୟ କରିପାରିବେ ନାହିଁ। ଆପଣ ସ୍ୱାଧୀନ ଭାବେ ନିଜେ ନିଷ୍ପତ୍ତି ନେଇପାରିବେ ବୋଲି ମାର୍ଚନ ଜୁରିମାନଙ୍କୁ କହିଥିଲେ। 

ଅନ୍ୟପଟେ ଘଟଣାକୁ ନେଇ ଟ୍ରମ୍ପ ମଧ୍ୟ ସଫେଇ ଦେଇଛନ୍ତି। ସେ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହିତ ଶେଷ ପର୍ଯ୍ୟନ୍ତ ଫାଇଟ୍ କରିବେ ବୋଲି ଟ୍ରମ୍ପ କୋର୍ଟ ରୁମ ବାହାର ପ୍ରତିକ୍ରିୟା ଦେଇ କହିଛନ୍ତି। ନଭେମ୍ବର ୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ଅଛି। ସେହିଦିନ ଜନତାଙ୍କର ପ୍ରକୃତ ରାୟ ଆସିବ ବୋଲି ଟ୍ରମ୍ପ କହିଛନ୍ତି।