ହାସିନାଙ୍କ ପାଇଁ ଖୁସି ଖବର, ୟୁନୁସ ସରକାର ରଦ୍ଦ କରିଥିଲେ ନାଗରିକତା ଆମେରିକା ଦେଲା…

ଓ୍ବାଶିଂଟନ/ଢାକା,୧୫।୫: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଦ ଜାୟ ଆମେରିକାର ନାଗରିକତା ହାସଲ କରିଛନ୍ତି। ସେ ୱାଶିଂଟନ ଡିସିରେ ନାଗରିକତାର ଶପଥ ନେଇଥିଲେ ଏବଂ ଶନିବାର ପ୍ରମାଣପତ୍ର ଗ୍ରହଣ କରିଥିଲେ। ପ୍ରମାଣପତ୍ର ପାଇବା ପରେ ସେ ପାସପୋର୍ଟ ପାଇଁ ମଧ୍ୟ ଆବେଦନ କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ବିଭିନ୍ନ ଦେଶରୁ ମୋଟ ୨୨ ଜଣ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଜୟ ସମେତ ତିନି ଜଣ ବାଂଲାଦେଶୀ ବଂଶୋଦ୍ଭବ ଥିଲେ। ସେ […] The post ହାସିନାଙ୍କ ପାଇଁ ଖୁସି ଖବର, ୟୁନୁସ ସରକାର ରଦ୍ଦ କରିଥିଲେ ନାଗରିକତା ଆମେରିକା ଦେଲା… appeared first on Dharitri Odia News.

ହାସିନାଙ୍କ ପାଇଁ ଖୁସି ଖବର, ୟୁନୁସ ସରକାର ରଦ୍ଦ କରିଥିଲେ ନାଗରିକତା ଆମେରିକା ଦେଲା…

ଓ୍ବାଶିଂଟନ/ଢାକା,୧୫।୫: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପୁଅ ସାଜିବ ୱାଜେଦ ଜାୟ ଆମେରିକାର ନାଗରିକତା ହାସଲ କରିଛନ୍ତି। ସେ ୱାଶିଂଟନ ଡିସିରେ ନାଗରିକତାର ଶପଥ ନେଇଥିଲେ ଏବଂ ଶନିବାର ପ୍ରମାଣପତ୍ର ଗ୍ରହଣ କରିଥିଲେ।
ପ୍ରମାଣପତ୍ର ପାଇବା ପରେ ସେ ପାସପୋର୍ଟ ପାଇଁ ମଧ୍ୟ ଆବେଦନ କରିଥିଲେ। ଶପଥ ଗ୍ରହଣ ଉତ୍ସବରେ ବିଭିନ୍ନ ଦେଶରୁ ମୋଟ ୨୨ ଜଣ ବ୍ୟକ୍ତି ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଜୟ ସମେତ ତିନି ଜଣ ବାଂଲାଦେଶୀ ବଂଶୋଦ୍ଭବ ଥିଲେ। ସେ ତାଙ୍କ ସହିତ ଜଣେ ଓକିଲଙ୍କୁ ମଧ୍ୟ ଆଣିଥିଲେ।

ବାଂଲାଦେଶୀ ପାସପୋର୍ଟ ବାତିଲ
ଶପଥ ଗ୍ରହଣ କରିଥିବା ତିନି ଜଣ ବାଂଲାଦେଶୀଙ୍କ ମଧ୍ୟରୁ ଜୟ ଦ୍ୱିତୀୟ ଥିଲେ। ଆୱାମୀ ଲିଗ ନେତା ଏବଂ ପୂର୍ବତନ ସୂଚନା ରାଷ୍ଟ୍ରମନ୍ତ୍ରୀ ମହମ୍ମଦ ଅଲି ଆରାଫତ କହିଛନ୍ତି ଯେ ୟୁନୁସଙ୍କ ମଧ୍ୟବର୍ତ୍ତୀକାଳୀନ ସରକାର ସାଜିବଙ୍କ ବାଂଲାଦେଶୀ ପାସପୋର୍ଟକୁ ବେଆଇନ ଭାବରେ ବାତିଲ କରିଦେଇଥିଲା।
ଏହି ପରିସ୍ଥିତିରେ ତାଙ୍କୁ ଏକ ଆମେରିକୀୟ ପାସପୋର୍ଟ ପାଇବାକୁ ପଡିଲା। ସେ କହିଥିଲେ ଯେ ଆମେରିକା ବାହାରକୁ ଯାତ୍ରା କରିବା ପାଇଁ ପାସପୋର୍ଟ ଆବଶ୍ୟକ। ତେଣୁ ଏହା ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି ସାଜିବ ଓ ତାଙ୍କ ମା’।

The post ହାସିନାଙ୍କ ପାଇଁ ଖୁସି ଖବର, ୟୁନୁସ ସରକାର ରଦ୍ଦ କରିଥିଲେ ନାଗରିକତା ଆମେରିକା ଦେଲା… appeared first on Dharitri Odia News.