ଭୁଶୁଡ଼ିଲା ୬ ମହଲା କୋଠା: ଚାପି ହୋଇଗଲେ ୪, ଅନେକ ଆହତ
ଚଣ୍ଡିଗଡ଼,୨୧ା୧୨: ପଞ୍ଜାବର ମୋହାଲିରେ ଏକ ୬ ମହଲା କୋଠା ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଏହା ତଳେ ଚାପ ହୋଇ ରହିଥିବା ଆଶଙ୍କା କରାଯାଉଛି। କୋଠାର ତଳ ମହଲାରେ ଏକ ଜିମ୍ ସେଣ୍ଟର ଥିଲା। ଏହାତଳୁ ୪ ଜଣଙ୍କ ମୃତଦେହ କରାଯାଇଛି। ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୁହାଯାଉଛି, ଖନନ ଚାଲିଥିବା ନିକଟସ୍ଥ କୋଠାରେ କାମ ଚାଲିଥିଲା। ଏହି କାରଣରୁ କୋଠା ଭୁଶୁଡି ପଡ଼ିଛି। ଦୁର୍ଘଟଣା ସ୍ଥଳର ଏକ ଭିଡିଓ […] The post ଭୁଶୁଡ଼ିଲା ୬ ମହଲା କୋଠା: ଚାପି ହୋଇଗଲେ ୪, ଅନେକ ଆହତ appeared first on Dharitri Odia News.
ଚଣ୍ଡିଗଡ଼,୨୧ା୧୨: ପଞ୍ଜାବର ମୋହାଲିରେ ଏକ ୬ ମହଲା କୋଠା ଭୁଶୁଡି ପଡିଛି। ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଏହା ତଳେ ଚାପ ହୋଇ ରହିଥିବା ଆଶଙ୍କା କରାଯାଉଛି। କୋଠାର ତଳ ମହଲାରେ ଏକ ଜିମ୍ ସେଣ୍ଟର ଥିଲା। ଏହାତଳୁ ୪ ଜଣଙ୍କ ମୃତଦେହ କରାଯାଇଛି। ଆହତମାନଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୁହାଯାଉଛି, ଖନନ ଚାଲିଥିବା ନିକଟସ୍ଥ କୋଠାରେ କାମ ଚାଲିଥିଲା। ଏହି କାରଣରୁ କୋଠା ଭୁଶୁଡି ପଡ଼ିଛି।
ଦୁର୍ଘଟଣା ସ୍ଥଳର ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜେସିବି ମେଶିନ ନଜର ଆସିଛି। ଏଠାରୁ ଆବର୍ଜନା ହଟାଇବା ପାଇଁ କାର୍ଯ୍ୟ ଚାଲିଛି। ଚତୁଃପାର୍ଶ୍ୱରେ ଅନେକ ଲୋକ ରୁଣ୍ଡ ହୋଇଥିବା ଦେଖିବାକୁ ମିଳିଛି।
ପ୍ରାରମ୍ଭିକ ସୂଚନାନୁଯାୟୀ, ନିକଟରେ ଏକ ବେସ୍ମେଣ୍ଟ ଖୋଳା ଯାଉଥିବା ବେଳେ କୋଠାଟି ଭୁଶୁଡି ପଡିଥିଲା। ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ସୋହନା ଗାଁର ପୂର୍ବତନ ସରପଞ୍ଚ ପରବିନ୍ଦ ସିଂ ସୋହନା କହିଛନ୍ତି, ଘଟଣା ସମୟରେ ଜିମ୍ ନଷ୍ଟ ହୋଇଯାଇଥିଲା ଏବଂ କିଛି ଯୁବକ ଜିମ୍ରେ ଥିଲେ।
ସେ ଆହୁରି କହିଛନ୍ତି, କ’ଣ ଘଟିଛି ଆମେ ଏପର୍ଯ୍ୟନ୍ତ ଜାଣିନାହୁଁ। ଆମେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନକୁ ନିବେଦନ କରିଛୁ।
The post ଭୁଶୁଡ଼ିଲା ୬ ମହଲା କୋଠା: ଚାପି ହୋଇଗଲେ ୪, ଅନେକ ଆହତ appeared first on Dharitri Odia News.