ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଦ୍ବନ୍ଦ୍ୱରେ ଲୋକେ

ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ପାଞ୍ଜି ଓ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ଵନ୍ଦ ରହିଛି। ଓଡିଶାରୁ ପ୍ରକାଶ ଏକାଧିକ... The post ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଦ୍ବନ୍ଦ୍ୱରେ ଲୋକେ appeared first on .

ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଦ୍ବନ୍ଦ୍ୱରେ ଲୋକେ

ନନ୍ଦିଘୋଷ ବ୍ୟୁରୋ: ଚଳିତବର୍ଷ ପାଞ୍ଜି ଓ କ୍ୟାଲେଣ୍ଡରରେ ଅନେକ ଗୁରୁତର ତ୍ରୁଟି ଓ ଦ୍ଵନ୍ଦ ରହିଛି। ଓଡିଶାରୁ ପ୍ରକାଶ ଏକାଧିକ ପାଞ୍ଜି ଗଣନା ମଧ୍ୟରେ ତାଳମେଳ ରହୁନାହିଁ। ଏହାଦ୍ୱାରା ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଲୋକେ ଦ୍ବନ୍ଦ୍ୱରେ ରହୁଛନ୍ତି। ମୁକ୍ତିମଣ୍ଡପ ପଣ୍ଡିତ ସଭା ମଧ୍ୟରୁ ସ୍ୱୀକୃତି ପ୍ରାପ୍ତ ପାଞ୍ଜି ଗଣନାରେ ମଧ୍ୟ ତ୍ରୁଟି ରହୁଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଭୁଲ ଓ ତ୍ରୁଟିବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପାଞ୍ଜି ସମୀକ୍ଷା ବୈଠକ ବସିଥାଏ । ଏହା ସତ୍ତ୍ୱେ ପାଞ୍ଜି ଗଣନାରେ ତ୍ରୁଟି ଓ ଦ୍ବନ୍ଦ୍ୱ ରହୁଥିବାରୁ ନିର୍ଭୁଲ ଓ ତ୍ରୁଟି ବିହୀନ ପାଞ୍ଜି ପ୍ରସ୍ତୁତ ପାଇଁ ପୂଜାପଣ୍ଡ, ନିଯୋଗ ପକ୍ଷରୁ ଦାବି କରାଯାଇଛି। ସେପଟେ ପଞ୍ଜିକାରେ ତ୍ରୁଟି ରହିବା ଯୋଗୁଁ ସାଧାରଣ ଲୋକ ଦ୍ୱନ୍ଦରେ ରହିବା ପ୍ରସଙ୍ଗରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ପ୍ରତିକ୍ରିୟା ରଖିଛନ୍ତି।  ଜଗତଗୁରୁ କହିଛନ୍ତି ପାଞ୍ଜି ତ୍ରୁଟି ଆଜିର ସମସ୍ୟା ନୁହେଁ, କେତେବର୍ଷ ଧରି ଏହି ସମସ୍ୟା ଜାରି ରହିଛି l କିଛି ପଞ୍ଜିକାରମାନେ ସେମାନଙ୍କ ବ୍ୟବସାୟକୁ ଦୃଷ୍ଟିରେ ରଖି ଏଭଳି ତ୍ରୁଟି କରୁଛନ୍ତି l ଏ ନେଇ ମୋ ସହ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରୁନାହାନ୍ତି। ଆଲୋଚନା କଲେ ମୁଁ ଏହା ଉପରେ ନିଜର ମତ ରଖିବି।

 

 

The post ପର୍ବପର୍ବାଣି ଓ ଯାନିଯାତ୍ରାକୁ ନେଇ ଦ୍ବନ୍ଦ୍ୱରେ ଲୋକେ appeared first on .