ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ପଥପ୍ରାନ୍ତ ସେବାକେନ୍ଦ୍ର
ଦାରିଙ୍ଗବାଡ଼ି,୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଛନ୍ତି ହେଲେ ରାଜ୍ୟ ସରକାର ପର୍ଯ୍ୟଟକ ଓ ପଥଚାରୀଙ୍କ ସୁବିଧା ପାଇଁ ଜାତୀୟ ରାଜପଥ କଡ଼ରେ ପଥପ୍ରାନ୍ତ ସେବାକେନ୍ଦ୍ର ସ୍ଥାପନ କରିଥିଲେ। ଏହାକୁ ପୂର୍ତ୍ତ ବିଭାଗ ପରିଚାଳନା କରୁଥିବା ବେଳେ ବିଭିନ୍ନ କାରଣରୁ ଉକ୍ତ କେନ୍ଦ୍ର ବାରମ୍ବାର ବନ୍ଦ ହୋଇ ରହିଥିଲା। ତେବେ ଏହାକୁ ପରିଚାଳନା କରିବା ପାଇଁ ବିଭାଗ ଓଡ଼ିଶା ଜୀବିକା ମିଶନର ସହାୟତାରେ ଦାରିଙ୍ଗବାଡ଼ି କଶ୍ମୀରା ଫେଡେରେଶନକୁ ପରିଚାଳନା ପାଇଁ ଦାୟିତ୍ୱ ପ୍ରଦାନ […] The post ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ପଥପ୍ରାନ୍ତ ସେବାକେନ୍ଦ୍ର appeared first on Dharitri Odia News.
ଦାରିଙ୍ଗବାଡ଼ି,୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଦୈନିକ ଶହଶହ ପର୍ଯ୍ୟଟକ ଆସୁଛନ୍ତି ହେଲେ ରାଜ୍ୟ ସରକାର ପର୍ଯ୍ୟଟକ ଓ ପଥଚାରୀଙ୍କ ସୁବିଧା ପାଇଁ ଜାତୀୟ ରାଜପଥ କଡ଼ରେ ପଥପ୍ରାନ୍ତ ସେବାକେନ୍ଦ୍ର ସ୍ଥାପନ କରିଥିଲେ। ଏହାକୁ ପୂର୍ତ୍ତ ବିଭାଗ ପରିଚାଳନା କରୁଥିବା ବେଳେ ବିଭିନ୍ନ କାରଣରୁ ଉକ୍ତ କେନ୍ଦ୍ର ବାରମ୍ବାର ବନ୍ଦ ହୋଇ ରହିଥିଲା। ତେବେ ଏହାକୁ ପରିଚାଳନା କରିବା ପାଇଁ ବିଭାଗ ଓଡ଼ିଶା ଜୀବିକା ମିଶନର ସହାୟତାରେ ଦାରିଙ୍ଗବାଡ଼ି କଶ୍ମୀରା ଫେଡେରେଶନକୁ ପରିଚାଳନା ପାଇଁ ଦାୟିତ୍ୱ ପ୍ରଦାନ କରାଯିବା ପରେ ଶୁକ୍ରବାର ଏହାର ଉଦ୍ଘାଟନ କରାଯାଇଛି। ଏଥିରେ ଫେଡେରେଶନର ସଭାନେତ୍ରୀ ରଶ୍ମିଦେବୀ ନାୟକଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର ଆଇଆଇଆସି ରମେଶ କୁମାର ପ୍ରଧାନ କନ୍ଧମାଳ ଏମ୍ପିଙ୍କ ଦାରିଙ୍ଗବାଡ଼ି ପ୍ରତିନିଧି ବିଷ୍ଣୁଚରଣ ପ୍ରଧାନ ପ୍ରମୁଖ ଯୋଗଦେଇ ସୁବିଧାକେନ୍ଦ୍ରର ପୁନଶ୍ଚ ଶୁଭାରମ୍ଭ କରିଛନ୍ତି। ଏହି କେନ୍ଦ୍ରରେ ପୂର୍ବ ଅପେକ୍ଷା ପର୍ଯ୍ୟଟକ ଓ ପଥଚାରୀଙ୍କୁ ସୁବିଧା ମିଳିବ। ଶୁଦ୍ଧ ପାନୀୟଜଳ ସମେତ ଆଉଟଲେଟ୍ ରହିଛି ଯେଉଁଠି କନ୍ଧମାଳ ହଳଦୀ ସମେତ ବିଭିନ୍ନ ଜୈବିକ ସାମଗ୍ରୀ ବିକ୍ରି କରାଯିବ। ସେହିପରି ଚା’କଫି ସମେତ ଟିଫିନ, ମିଲ୍ସ ଆଦି ସୁବିଧା ଦରରେ ପର୍ଯ୍ୟଟକଙ୍କୁ ମିଳିବ ବୋଲି ଫେଡେରେଶନ ପକ୍ଷରୁ କୁହାଯାଇଛି।
The post ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲିଲା ପଥପ୍ରାନ୍ତ ସେବାକେନ୍ଦ୍ର appeared first on Dharitri Odia News.