ପର୍ଯ୍ୟଟକମାନଙ୍କ ପାଇଁ ଆହୁରି ତିନିଦିନି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ
ବାରିପଦା: ବାତ୍ୟା ଦାନା ପ୍ରଭାବରେ ଶିମିଳିପାଳ ଭିତରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଆଉ ତିନିଦିନ ପର୍ଯ୍ୟଟକମାନଙ୍କ ପାଇଁ... The post ପର୍ଯ୍ୟଟକମାନଙ୍କ ପାଇଁ ଆହୁରି ତିନିଦିନି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ appeared first on .
ବାରିପଦା: ବାତ୍ୟା ଦାନା ପ୍ରଭାବରେ ଶିମିଳିପାଳ ଭିତରେ ଅତ୍ୟଧିକ ବୃଷ୍ଟିପାତ ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ଆଉ ତିନିଦିନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରଖାଯାଇଛି। ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତକାଲି ଠାରୁ ମୟୂରଭଞ୍ଜ ଜିଲ୍ଲାରେ ବର୍ଷା ଲାଗିରହିଛି। ଗୁରୁବାର ଦିନ ତମାମ ବର୍ଷା ଲାଗିରହିଥିବା ବେଳେ ଆଜି ବର୍ଷାର ପରିମାଣ ବଢ଼ିଛି। ଶିମିଳିପାଳ ଅଭୟାରଣ୍ୟର ଆଭ୍ୟନ୍ତରୀଣ କୋର ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ତେଣୁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ହୁ ହୁ ହୋଇ ବଢ଼ିବାର ଲାଗିଛି। ବାରିପଦାର ଅସ୍ତିଆ ଠାରେ ଅପରାହ୍ନ ୪ଟା ସମୟରେ ୨୫.୦୮ମିଟର ରହିଛି। ବର୍ଷାର ପରିମାଣ ଆଜି ରାତିରେ ବଢ଼ିଲେ ବିପଦ ସଂକେତ ୩୦ ମି. ଟପିବ ବୋଲି ଜଣାପଡିଛି।
ତେବେ ଉପର ମୁଣ୍ଡରେ ବାଙ୍ଗିରିପୋଷି ଅଞ୍ଚଳରେ ବନ୍ୟା ଆଶଙ୍କା ନେଇ ନଦୀ କୁଳିଆ ଗ୍ରାମଗୁଡିକୁ ସତର୍କ କରାଯିବା ସହିତ ବନ୍ୟା ପ୍ରଭାବିତ ଅଂଚଳରୁ ଗ୍ରାମବାସୀ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ବାଙ୍ଗିରିପୋଷି ବ୍ଲକ ପ୍ରଶାସନ ପକ୍ଷରୁ ୨୮ ଟି ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳି ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨୩୦୦ ଜଣ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାରେ ମୋଟ ୭୭୨ ଟି ଅସ୍ଥାୟୀ ସ୍ଥଳୀ ଓ ୨୪ଟି ବହୁମୁଖୀ ବନ୍ୟା ଆଶ୍ରୟୀ ସ୍ଥଳୀରେ ଏକ ଲକ୍ଷ ଲୋକଙ୍କୁ ଉଦ୍ଧାର କରାଯାଇଛି। ଆଗକୁ ଆବଶ୍ୟକ ହେଲେ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ଜରୁରୀ କାଳୀନ ସେବା ପାଇଁ ଜିଲ୍ଲା ପ୍ରଶାସନର ୩୦୦୦ ରୁ ଅଧିକ କର୍ମଚାରୀ ନିୟୋଜିତ ରହିଛନ୍ତି। ବାତ୍ୟା ଦାନା ପ୍ରଭାବରେ ମୟୁରଭଞ୍ଜ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଥିବାରୁ ସାମ୍ଭାବ୍ୟ ବନ୍ଯା ମୁକାବିଲା ପାଇଁ ବ୍ଲକ, ତହସିଲ ସହିତ ଅନ୍ୟ ଜରୁରୀକାଳୀନ ସେବା ଯୋଗାଉଥିବା କର୍ମଚାରୀଙ୍କ ସଜାଗ ଅଛନ୍ତି ।
The post ପର୍ଯ୍ୟଟକମାନଙ୍କ ପାଇଁ ଆହୁରି ତିନିଦିନି ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ appeared first on .