ପର୍ଯ୍ୟଟନ ବିକାଶରେ ସହାୟକ ଅଞ୍ଜୀ ଖଡ୍ଡ ରେଳ ବ୍ରିଜ୍
ଭୁବନେଶ୍ୱର,୧୪ା୪(ଅନୁରାଧା ମହାରଣା): ଭାରତର ପ୍ରଥମ କେବୁଲ ରେଳ ବ୍ରିଜ ଭାବେ ପରିଚିତ ଅଞ୍ଜୀ ଖଡ୍ଡ ବ୍ରିଜ୍ ଚେନାବ ବ୍ରିଜ୍ର ଦକ୍ଷିଣରେ ଥିବା ଅଞ୍ଜୀନଦୀର ଗଭୀରତାକୁ ବିସ୍ତାର କରିଛି। ଉଦାମପୁର-ଶ୍ରୀନଗର-ବାରମୁଲ୍ଲା ରେଳ ଲାଇନର କାତ୍ରା-ବନିହାଲ ସେକ୍ସନକୁ ସଂଯୋଗ କରୁଥିବା ଏହି କେବୁଲ ଜମ୍ମୁ ସହରଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ। ତୁଷାରପାତ ଅଞ୍ଚଳରେ ଏହି ବ୍ରିଜ୍ ଭ୍ରମଣକୁ ସୁଗମ କରିବା ସହ ଯାତ୍ରୀଙ୍କୁ ଭଲ ଅନୁଭୂତି ପ୍ରଦାନ କରୁଛି। ଏହି ସେତୁ ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବା […] The post ପର୍ଯ୍ୟଟନ ବିକାଶରେ ସହାୟକ ଅଞ୍ଜୀ ଖଡ୍ଡ ରେଳ ବ୍ରିଜ୍ appeared first on Dharitri Odia News.
ଭୁବନେଶ୍ୱର,୧୪ା୪(ଅନୁରାଧା ମହାରଣା): ଭାରତର ପ୍ରଥମ କେବୁଲ ରେଳ ବ୍ରିଜ ଭାବେ ପରିଚିତ ଅଞ୍ଜୀ ଖଡ୍ଡ ବ୍ରିଜ୍ ଚେନାବ ବ୍ରିଜ୍ର ଦକ୍ଷିଣରେ ଥିବା ଅଞ୍ଜୀନଦୀର ଗଭୀରତାକୁ ବିସ୍ତାର କରିଛି। ଉଦାମପୁର-ଶ୍ରୀନଗର-ବାରମୁଲ୍ଲା ରେଳ ଲାଇନର କାତ୍ରା-ବନିହାଲ ସେକ୍ସନକୁ ସଂଯୋଗ କରୁଥିବା ଏହି କେବୁଲ ଜମ୍ମୁ ସହରଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଅବସ୍ଥିତ। ତୁଷାରପାତ ଅଞ୍ଚଳରେ ଏହି ବ୍ରିଜ୍ ଭ୍ରମଣକୁ ସୁଗମ କରିବା ସହ ଯାତ୍ରୀଙ୍କୁ ଭଲ ଅନୁଭୂତି ପ୍ରଦାନ କରୁଛି। ଏହି ସେତୁ ଆଞ୍ଚଳିକ ସଂଯୋଗକୁ ସୁଦୃଢ଼ କରିବା ସହ କଶ୍ମୀରରେ ପର୍ଯ୍ୟଟନ ବିକାଶ ପଥ ପରିଷ୍କାର କରିଛି। ଏହି ବ୍ରିଜ୍ର ଉଚ୍ଚତା ୭ ମିଟର ଏବଂ ଲମ୍ବ ୨୫ ମିଟର ରହିଛି। ସେତୁର ଓଲଟା ‘ଓ୍ବାଇ’ ଆକୃତିର ପାଇଲନ ମୂଳଦୁଆର ଉପରୁ ୧୯୩ ମିଟର ଉଚ୍ଚତାକୁ ଉଠିଥାଏ। ୮,୨୧୫ ମେଟ୍ରିକ ଟନ୍ ଇସ୍ପାତରେ ଏହା ତିଆରି ହୋଇଥିବା ଭାରତୀୟ ରେଳ ପକ୍ଷରୁ ସୂଚନା ଦିଆଯାଇଛି।
The post ପର୍ଯ୍ୟଟନ ବିକାଶରେ ସହାୟକ ଅଞ୍ଜୀ ଖଡ୍ଡ ରେଳ ବ୍ରିଜ୍ appeared first on Dharitri Odia News.