ପଲାଣଘାଟି ପଞ୍ଚାୟତ: ୩ ୱାର୍ଡ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା

ପାଟଣା,୪।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତର ୩ ଜଣ ୱାର୍ଡ ସଦସ୍ୟା ଓ ସଦସ୍ୟଙ୍କୁ ଏକାଧିକ ସନ୍ତାନ ଓ ସନ୍ତତି ଥିବା ଅଭିଯୋଗରେ କେନ୍ଦୁଝର ଜିଲାପାଳ ବିଶାଲ ସିଂ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ୱାର୍ଡ ସଦସ୍ୟ ହେଉଛନ୍ତି ୬ ନଂ ୱାର୍ଡ ସଦସ୍ୟ ଶିବ ଲିଆଙ୍ଗିଙ୍କର ୪ ଜଣ ସନ୍ତାନ ଥିବା ବେଳେ ୮ନଂ ୱାର୍ଡ ସଦସ୍ୟା ସୁମିତ୍ରା ମୁଣ୍ଡାଙ୍କର ୩ ଜଣ ସନ୍ତାନ ଅଛନ୍ତି। ସେହିଭଳି […] The post ପଲାଣଘାଟି ପଞ୍ଚାୟତ: ୩ ୱାର୍ଡ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା appeared first on Dharitri Odia News.

ପଲାଣଘାଟି ପଞ୍ଚାୟତ: ୩ ୱାର୍ଡ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା

ପାଟଣା,୪।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣଘାଟି ପଞ୍ଚାୟତର ୩ ଜଣ ୱାର୍ଡ ସଦସ୍ୟା ଓ ସଦସ୍ୟଙ୍କୁ ଏକାଧିକ ସନ୍ତାନ ଓ ସନ୍ତତି ଥିବା ଅଭିଯୋଗରେ କେନ୍ଦୁଝର ଜିଲାପାଳ ବିଶାଲ ସିଂ ଅଯୋଗ୍ୟ ଘୋଷଣା କରିଛନ୍ତି। ଅଯୋଗ୍ୟ ଘୋଷିତ ହୋଇଥିବା ୱାର୍ଡ ସଦସ୍ୟ ହେଉଛନ୍ତି ୬ ନଂ ୱାର୍ଡ ସଦସ୍ୟ ଶିବ ଲିଆଙ୍ଗିଙ୍କର ୪ ଜଣ ସନ୍ତାନ ଥିବା ବେଳେ ୮ନଂ ୱାର୍ଡ ସଦସ୍ୟା ସୁମିତ୍ରା ମୁଣ୍ଡାଙ୍କର ୩ ଜଣ ସନ୍ତାନ ଅଛନ୍ତି। ସେହିଭଳି ୨ନଂ ୱାର୍ଡ ସଦସ୍ୟ ଗୋପାଳ ମୁଣ୍ଡାଙ୍କର ୨ ଜଣ ସ୍ତ୍ରୀ ଓ ୬ ଜଣ ସନ୍ତାନ ଥିବା ସରପଞ୍ଚ ରାଉତ ମୁଣ୍ଡା କରିଥିବା ଥିବା ଅଭିଯୋଗ ଆପାତତଃ ତଦନ୍ତ ପରେ ସତ୍ୟ ପ୍ରମାଣିତ ହୋଇଛି।

ସୂଚନାଯୋଗ୍ୟ, ପଲାଣଘାଟି ସରପଞ୍ଚ ରାଉତ ମୁଣ୍ଡାଙ୍କ ବିରୋଧରେ ନାଏବ ସରପଞ୍ଚ ସୋନାଲି ମୁଣ୍ଡାଙ୍କ ସହ ଏହି ୱାର୍ଡ ସଦସ୍ୟ ମାନେ ଅନାସ୍ଥା ନେଇ କେନ୍ଦୁଝର ଉପଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପରେ ରାଉତ ମୁଣ୍ଡା ୩ ୱାର୍ଡ ସଦସ୍ୟଙ୍କ ବିରୋଧରେ ହାଇକୋର୍ଟ ରେଅଯୋଗ୍ୟ ଘୋଷଣା ପାଇଁ ଦ୍ବାରସ୍ଥ ହୋଇଥିଲେ।ହାଇକୋର୍ଟ ୧୩ ଫେବୃୟାରୀ ଅର୍ଡର ନମ୍ବର-୧ ଡବ୍ଲୁ ପି (ସି) ୩୬୦୫ରେ ଏହି ୩ୱାର୍ଡ ସଦସ୍ୟ ଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୫୭୧/ଜି ପିତା ୨୯-୫-୨୦୨୫ରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବାକୁ ପାଟଣା ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ୨ରୁ ଅଧିକ ସନ୍ତାନ ଥିବା ବ୍ୟକ୍ତି ନିର୍ବାଚନରେ ଅଂଶ ଗ୍ରହଣ ନ କରିବାର ନିୟମ ଥିବାବେଳେ ଏହି ଅଯୋଗ୍ୟ ଘୋଷିତ ୩ ୱାର୍ଡ ସଦସ୍ୟା ସଦସ୍ୟଙ୍କର ୨ରୁ ଅଧିକ ସନ୍ତାନ ଥିଲେ ହେଁ ତଥ୍ୟ ଲୁଚାଇ ନିର୍ବାଚନ ବୈତରଣୀପାର ହୋଇଥିଲେ।ସରପଞ୍ଚ ରାଉତ ମୁଣ୍ଡା ତାଙ୍କ ବିରୋଧରେ ଆଗତ ଅନାସ୍ଥାପ୍ରସ୍ତାବ ଟାଳିବା ପାଇଁ ହାଇକୋର୍ଟର ଦ୍ବାରସ୍ଥ ହେବା ଫଳରେ ଏହି ସଦସ୍ୟଙ୍କୁ ସରପଞ୍ଚଙ୍କ ସହ ପଙ୍ଗା ନେବା ମହାଙ୍ଗା ପଡ଼ିଛି।

 

The post ପଲାଣଘାଟି ପଞ୍ଚାୟତ: ୩ ୱାର୍ଡ ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା appeared first on Dharitri Odia News.