ପଳାଶୁଣୀ ଛକରେ ସିରିଜ୍‌ ଦୁର୍ଘଟଣା, ବିଏମ୍‌ସି ଗାଡି ଏବଂ କାର୍‌କୁ ଧକ୍କା ଦେଲା ହାଇଓ୍ୱା

ଭୁବନେଶ୍ୱର ୨୧।୧୨ : ଭୁବନେଶ୍ୱର ପଳାଶୁଣୀ ଛକରେ ସିରିଜ୍‌ ଦୁର୍ଘଟଣା । ଗୋଟିଏ କାର ଏବଂ ବିଏମ୍‌ସି ଅଳିଆ ବୋଝେଇ ଗାଡିକୁ ଧକ୍କା ଦେଲା ହାଇଓ୍ୱା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ହାଇଓ୍ୱା ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ପଳାଶୁଣି ଛକରେ  ଏକ ହାଇଓ୍ୱା ଟ୍ରକ ଗୋଟିଏ କାର୍‌ ଏବଂ ବିଏମ୍‌ସିର ଅଳିଆ ବୋଝେଇ ଗାଡିକୁ ଧକ୍କା ଦେଇଥିଲା । ଯାହାଫଳରେ ବିଏମ୍‌ସିର ଅଳିଆ ବୋଝେଇ ଗାଡିର ଡ୍ରାଇଭର ଏବଂ ହେଲ୍‌ପର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ହାଇଓ୍ୱା ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ପଳାଶୁଣୀ ଛକରେ ସିରିଜ୍‌ ଦୁର୍ଘଟଣା, ବିଏମ୍‌ସି ଗାଡି ଏବଂ କାର୍‌କୁ ଧକ୍କା ଦେଲା ହାଇଓ୍ୱା

ଭୁବନେଶ୍ୱର ୨୧।୧୨ : ଭୁବନେଶ୍ୱର ପଳାଶୁଣୀ ଛକରେ ସିରିଜ୍‌ ଦୁର୍ଘଟଣା । ଗୋଟିଏ କାର ଏବଂ ବିଏମ୍‌ସି ଅଳିଆ ବୋଝେଇ ଗାଡିକୁ ଧକ୍କା ଦେଲା ହାଇଓ୍ୱା । ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ହାଇଓ୍ୱା ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି । 

ଖବର ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ପଳାଶୁଣି ଛକରେ  ଏକ ହାଇଓ୍ୱା ଟ୍ରକ ଗୋଟିଏ କାର୍‌ ଏବଂ ବିଏମ୍‌ସିର ଅଳିଆ ବୋଝେଇ ଗାଡିକୁ ଧକ୍କା ଦେଇଥିଲା । ଯାହାଫଳରେ ବିଏମ୍‌ସିର ଅଳିଆ ବୋଝେଇ ଗାଡିର ଡ୍ରାଇଭର ଏବଂ ହେଲ୍‌ପର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ପରେ ଘଟଣାସ୍ଥଳରେ ହାଇଓ୍ୱା ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ମଞ୍ଚେଶ୍ୱର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି ।