ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ, ୨୦୨୦ରେ ହୋଇଥିଲେ ନିଯୁକ୍ତ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ। ଶନିବାର ଏନେଇ ଯୋଜନା ଓ ସମନ୍ବୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୨୦୨୦ ଡିସେମ୍ବର ୨୫ରେ ରାଜ୍ୟ ସରକାର ଏହି ୧୯୮୬ ବ୍ୟାଚର ଆଇଏଏସଙ୍କୁ ପଶ୍ଚିମ ଓଡ଼ିଶା ଡେଭଲପମେଣ୍ଟ କାଉନସିଲ (WODC)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲେ। ତେବେ ଅସିତଙ୍କ ଇସ୍ତଫା ପରେ କାହାକୁ WODC ଅଧ୍ୟକ୍ଷ ପଦ ମିଳିବ ସେନେଇ ଚର୍ଚ୍ଚା ଜୋର ଧରିଲାଣି । ଆଶାୟୀ ତାଲିକାରେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା କୁସୁମ ଟେଟେ, ପୂର୍ବତନ ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ, ଦେବଗଡର ପୂର୍ବତନ ବିଧାୟକ ସୁବାଷ ପାଣିଗ୍ରାହୀ, ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ରହିଛନ୍ତି ।

ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ, ୨୦୨୦ରେ ହୋଇଥିଲେ ନିଯୁକ୍ତ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ। ଶନିବାର ଏନେଇ ଯୋଜନା ଓ ସମନ୍ବୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୨୦୨୦ ଡିସେମ୍ବର ୨୫ରେ ରାଜ୍ୟ ସରକାର ଏହି ୧୯୮୬ ବ୍ୟାଚର ଆଇଏଏସଙ୍କୁ ପଶ୍ଚିମ ଓଡ଼ିଶା ଡେଭଲପମେଣ୍ଟ କାଉନସିଲ (WODC)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଥିଲେ। 

ତେବେ ଅସିତଙ୍କ ଇସ୍ତଫା ପରେ କାହାକୁ WODC ଅଧ୍ୟକ୍ଷ ପଦ ମିଳିବ ସେନେଇ ଚର୍ଚ୍ଚା ଜୋର ଧରିଲାଣି । ଆଶାୟୀ ତାଲିକାରେ ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ, ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା କୁସୁମ ଟେଟେ, ପୂର୍ବତନ ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ, ପୂର୍ବତନ ମନ୍ତ୍ରୀ ବିମ୍ବାଧର କୁଅଁର, ବରିଷ୍ଠ ବିଜେପି ନେତା ଦିଲ୍ଲୀପ ରାୟ, ଦେବଗଡର ପୂର୍ବତନ ବିଧାୟକ ସୁବାଷ ପାଣିଗ୍ରାହୀ, ପୂର୍ବତନ ସାଂସଦ ତଥା ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ରହିଛନ୍ତି ।