ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ, ମାଁ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ
ସମ୍ବଲପୁର ୦୮।୦୯: ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ । କୃଷିଭିଭିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ। ଆରାଧ୍ୟ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ । ସକାଳ ୯ଟା ୨୨ରେ ମାଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ଏହାପରେ ପାର୍ଶ୍ଵ ଦେବଦେବୀଙ୍କୁ ନବାନ୍ନ ଲାଗି ହେଉଛି । ସେହିପରି ମଧ୍ୟାହ୍ନ ସାଢ଼େ ୧୨ଟା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟଦେବୀଙ୍କ ନବାନ୍ନ ଲାଗି କରିବା ପରେ ଘରେ ପରିବାର ସହ ଏକାଠି ବସି ନବାନ୍ନ ଖାଇବେ । ନୂଆଁଖାଇରେ ସାମିଲ ହେବାକୁ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ଚରଣ ମାଝୀ। ତାଙ୍କ ସହ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ଅନ୍ୟ ନେତା ମନ୍ତ୍ରୀଙ୍କ ଗହଣରେ ଉଭୟେ ନବାନ୍ନ ଭକ୍ଷଣ କରିବେ। ମାଁ ସମଲେଇଙ୍କ ଦର୍ଶନ ପରେ ବିଭିନ୍ନ ସଂଗଠନ ତରଫରୁ ଆୟୋଜିତ ହେବାକୁ ଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯା ଇଛି ।
ସମ୍ବଲପୁର ୦୮।୦୯: ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ । କୃଷିଭିଭିକ ଗଣପର୍ବ ନୂଆଁଖାଇ ପାଇଁ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ। ଆରାଧ୍ୟ ଦେବୀ ମାଁ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ । ସକାଳ ୯ଟା ୨୨ରେ ମାଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ଏହାପରେ ପାର୍ଶ୍ଵ ଦେବଦେବୀଙ୍କୁ ନବାନ୍ନ ଲାଗି ହେଉଛି ।
ସେହିପରି ମଧ୍ୟାହ୍ନ ସାଢ଼େ ୧୨ଟା ପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ପଶ୍ଚିମ ଓଡ଼ିଶାବାସୀ ଘରର ଇଷ୍ଟଦେବୀଙ୍କ ନବାନ୍ନ ଲାଗି କରିବା ପରେ ଘରେ ପରିବାର ସହ ଏକାଠି ବସି ନବାନ୍ନ ଖାଇବେ । ନୂଆଁଖାଇରେ ସାମିଲ ହେବାକୁ ସମ୍ବଲପୁର ଆସୁଛନ୍ତି ମୁଖ୍ୟମନ୍ତ୍ରୀ ଚରଣ ମାଝୀ। ତାଙ୍କ ସହ ଆସୁଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ମା’ ସମଲେଶ୍ଵରୀଙ୍କ ମନ୍ଦିରରେ ଅନ୍ୟ ନେତା ମନ୍ତ୍ରୀଙ୍କ ଗହଣରେ ଉଭୟେ ନବାନ୍ନ ଭକ୍ଷଣ କରିବେ। ମାଁ ସମଲେଇଙ୍କ ଦର୍ଶନ ପରେ ବିଭିନ୍ନ ସଂଗଠନ ତରଫରୁ ଆୟୋଜିତ ହେବାକୁ ଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯା ଇଛି ।