ପଶ୍ଚିମବଙ୍ଗ: ତୈଳ ଉତ୍ପାଦନ ୟୁନିଟରେ ଭୀଷଣ ଅଗ୍ନିକାଣ୍ଡ, ଜଣେ ମୃତ, ଫସି ରହିଛନ୍ତି ଅନେକ
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାରେ ବୁଧବାର ଦ୍ୱିପ୍ରହରରେ ଏକ ତୈଳ ଉତ୍ପାଦନ ୟୁନିଟରେ ଭୀଷଣ ନିଆଁ ଲାଗିଛି । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି । ବାରାସାତର ବାଦୁବାଜର ଅଞ୍ଚଳରେ ଥିବା ଏହି ଫାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ୧୧ ଦମକଳ ଗାଡ଼ି ଘଟଣାସ୍ଥଳରେ ନିଆଁ ଲିଭାଇବା ପାଇଁ ପହଞ୍ଚିଛି । ରାଜ୍ୟ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଫାକ୍ଟ୍ରି […] The post ପଶ୍ଚିମବଙ୍ଗ: ତୈଳ ଉତ୍ପାଦନ ୟୁନିଟରେ ଭୀଷଣ ଅଗ୍ନିକାଣ୍ଡ, ଜଣେ ମୃତ, ଫସି ରହିଛନ୍ତି ଅନେକ appeared first on KNews Odisha.

ପଶ୍ଚିମବଙ୍ଗର ଉତ୍ତର ୨୪ ପରଗନା ଜିଲ୍ଲାରେ ବୁଧବାର ଦ୍ୱିପ୍ରହରରେ ଏକ ତୈଳ ଉତ୍ପାଦନ ୟୁନିଟରେ ଭୀଷଣ ନିଆଁ ଲାଗିଛି । ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଲୋକ ଆହତ ହୋଇଛନ୍ତି । ବାରାସାତର ବାଦୁବାଜର ଅଞ୍ଚଳରେ ଥିବା ଏହି ଫାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ୧୧ ଦମକଳ ଗାଡ଼ି ଘଟଣାସ୍ଥଳରେ ନିଆଁ ଲିଭାଇବା ପାଇଁ ପହଞ୍ଚିଛି ।
ରାଜ୍ୟ ଅଗ୍ନିଶମ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଫାକ୍ଟ୍ରି ଭିତରେ କିଛି ଲୋକ ଫସି ରହିଛନ୍ତି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ସ୍ଥାନୀୟ ଲୋକମାନେ ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀମାନଙ୍କୁ ସାହାଯ୍ୟ କରୁଛନ୍ତି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି ।
ଏହା ପୂର୍ବରୁ ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଉହ୍ଲାସନଗର ଅଞ୍ଚଳରେ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ବୁଧବାର ସକାଳେ ଏଠାରେ ଗଜାନନ ବଜାରରେ କିଛି ବ୍ୟବସାୟିକ ପ୍ରତିଷ୍ଠାନରେ ଭୀଷଣ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ଖବର ନାହିଁ । ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ସକାଳ ୯ଟା ୩୦ରେ ନିଆଁ ଲାଗିଥିଲା । ବାଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି । ତେବେ ବ୍ୟବସାୟିକ କାରଣ ମଧ୍ୟ ଯାଞ୍ଚ କରାଯାଉଛି ।
The post ପଶ୍ଚିମବଙ୍ଗ: ତୈଳ ଉତ୍ପାଦନ ୟୁନିଟରେ ଭୀଷଣ ଅଗ୍ନିକାଣ୍ଡ, ଜଣେ ମୃତ, ଫସି ରହିଛନ୍ତି ଅନେକ appeared first on KNews Odisha.